ଓଡିଶା

odisha

ETV Bharat / videos

ସମସ୍ୟା ଘେରରେ ଡଙ୍ଗରିଆ ଜନଜାତି, ଜିଲ୍ଲାପାଳଙ୍କୁ ଭେଟି ଦୁଃଖ ଜଣାଇଲେ - Dongria Tribes

By ETV Bharat Odisha Team

Published : Jul 5, 2024, 10:47 PM IST

Dongria Tribes Meets Rayagada Collector: ରାୟଗଡ଼ା: ସ୍ଵାଧୀନତାର ଅନେକ ବର୍ଷ ପରେ ବି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ନିୟମଗିରିର ଆଦିମ ଜନଜାତି ଡଙ୍ଗରିଆ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ପାର୍ସା ପାର୍ସାଲି ପଞ୍ଚାୟତର ଲାଖପଦର ଓ ପଟାଙ୍ଗପଦର ଗ୍ରାମରେ ଏହି ଡଙ୍ଗରିଆ ଜନଜାତି ରହିଛନ୍ତି । କିନ୍ତୁ ସେମାନଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ମୌଳିକ ସୁବିଧା ମିଳୁନଥିବା ଅଭିଯୋଗ କରିଛନ୍ତି । ଏନେଇ 2 ଗାଁର ପ୍ରତିନିଧି ଆଜି ରାୟଗଡା ଆସି ଜିଲ୍ଲାପାଳ ମନୋଜ ସତ୍ୟବାନ ବାନ ମହାଜନଙ୍କ ସହ ଆଲୋଚନା କରି କରିଛନ୍ତି । ଉକ୍ତ ଗାଁରେ ଅଙ୍ଗନୱାଡି କେନ୍ଦ୍ର, ପ୍ରାଥମିକ ସ୍କୁଲ ଓ ନିକଟରେ ଉପସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ଦାବି କରିଛନ୍ତି । ଲାଖପଦରରେ ଗାଁ ଦାଣ୍ଡ ସିମେଣ୍ଟ କରିବା, ସମିତି ଗୃହ ଓ ଚାଟଶାଳୀରେ ସୋଲାର ଲାଇଟ ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । 

ଲାଖପଦର ଓ ପଟାଙ୍ଗପଦର ଗାଁରେ ବ୍ୟାପକ ସରକାରୀ ଯୋଜନା ସତ୍ତ୍ବେ ମହିଳା ଓ ଶିଶୁ ନିରନ୍ତର ଭାବେ ଜ୍ଵର, ଅପପୁଷ୍ଟିର ଶିକାର ହେଉଛନ୍ତି । ଗ୍ରାମବାସୀ ରୋଗରେ ପଡିଲେ ଜରୁରୀକାଳୀନ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ସବୁବେଳେ ୨୫କିମି ଦୂର କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରି ଚଳୁଛନ୍ତି । ସେହିପରି ଗ୍ରାମର ପିଲାମାନେ ବହୁ ଦୂରରେ ଥିବା ବିଦ୍ୟାଳୟକୁ ପାଠ ପଢିବାକୁ ଯାଇପାରୁଛନ୍ତି । 2 ଗାଁ ପାଇଁ ନିଯୁକ୍ତ ଅଙ୍ଗନୱାଡି ଓ ଆଶା ଦିଦିଙ୍କ ଦେଖା ଦର୍ଶନ ମିଳୁନି ବୋଲି ଗ୍ରାମବାସୀ କହିଛନ୍ତି । ଏବେ ଲାଖପଦରରେ ମେଲେରିଆ ସାଂଘାତିକ ରୂପ ନେଇଛି । ଗ୍ରାମର ଘରେ ଘରେ ଜଣେ ପରେ ଜଣେ ମ୍ୟାଲେରିଆ ରୋଗରେ ପୀଡିତ ଥ‌ିବା ଗ୍ରାମବାସୀ କହିଛନ୍ତି । ଦୀର୍ଘ ୧୫ କିମି ଦୂରରେ ଥିବା ବାମନଗୁଡାର ଉପସ୍ବାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା ଲାଗି ରହିଛି । ପାନୀୟଜଳ ଯୋଗାଣ ବ୍ୟବସ୍ଥା ନ କହିବା ଭଲା । କେଉଁଠି ପାଇପ ଫାଟି ପଡିଛି ତ, କେଉଁଠି ପାଣି ନାହିଁ । ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଗ୍ରାମବାସୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମୁଁ ମିଞ୍ଜାଲି ମାଓବାଦୀ ନୁହେଁ...ନିୟମଗିରି ପାଦଦେଶରୁ ଡଙ୍ଗରିଆ କନ୍ଧ ଯୁବତୀଙ୍କ କଣ୍ଠରୁ ଶୁଭୁଛି ସ୍ବର

ତେବେ ପୂର୍ବତନ ଜିଲ୍ଲାପାଳ ଲାଖପଦର ଗ୍ରାମକୁ ଯାଇ ଲୋକଙ୍କ ସହ ମିଶି ମାଣ୍ଡିଆ ଜାଉ ପିଇ ଚର୍ଚ୍ଚାକୁ ଆସିଥିଲେ । ହେଲେ ଗାଁର ଉନ୍ନତି କିଛି ହୋଇପାରିଲା ନାହିଁ । ବର୍ତ୍ତମାନ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ସେମାନଙ୍କର ଦାବି ପତ୍ର ଦେଇଥିବା ବେଳେ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ  ପ୍ରତିଶ୍ରୁତି ଦେଇଛନ୍ତି ।  
 

ଇଟିଭି ଭାରତ, ରାୟଗଡ଼ା 

ABOUT THE AUTHOR

...view details