ଓଡିଶା

odisha

ETV Bharat / videos

2 ଟଙ୍କାରେ ବି ବିକ୍ରି ହେଉନି ଫୁଲ କୋବି, ଗାଈ ମୁହଁରେ ପକାଇଲେ ଚାଷୀ - ଫୁଲ କୋବି ଚାଷ

By ETV Bharat Odisha Team

Published : Jan 27, 2024, 12:49 PM IST

Distress sale of cauliflowers: ଖୋର୍ଦ୍ଧା: ଫୁଲ କୋବି ଚାଷ କରି ଚିନ୍ତାରେ ଚାଷୀ । କେଉଁଠି କ୍ଷେତରେ ନଷ୍ଟ ହେଉଛି ତ ଆଉ କୋଉଠି କୋବି ଗାଈ ଖାଉଛନ୍ତି । ଫୁଲ କୋବି ରଖିବା ପାଇଁ ଶୀତଳ ଭଣ୍ଡାର ଅଭାବ ସାଙ୍ଗକୁ ବଜାରରେ ଚାହିଦା ନଥିବାରୁ ଏବେ କ୍ଷତି ସାହୁଛନ୍ତି ଚାଷୀ । ଶେଷରେ ବାଧ୍ୟ ହୋଇ ଗାଈ ଖୁଆଉଛନ୍ତି ଚାଷୀ । ଆଜି (ଶନିବାର) ଏଭଳି ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ମଲ୍ଲୀପଦର ଗ୍ରାମରେ । ଗ୍ରାମର ଚାଷୀ ବନମାଳୀ ପଣ୍ଡା ଓ ପ୍ରସନ୍ନ କୁମାର ପଣ୍ଡା ନିଜ ଜମିରେ ପାଞ୍ଚ ହଜାର କୋବି ଫସଲ କରିଥିଲେ, ଭଲ କୋବି ମଧ୍ୟ ହୋଇଥିଲା । କିନ୍ତୁ ଅଦିନିଆ ବର୍ଷା ଦାଉ ସାଧିଥିବା ବେଳେ ଏବେ କୋବି ଗୋଟାକୁ ଦୁଇ ଟଙ୍କାରେ କିଣିବା ପାଇଁ ଅମଙ୍ଗ ହେଉଛନ୍ତି ଗ୍ରାହକ । ଫଳରେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ନିଜ କ୍ଷେତରେ ଫଳାଇ ଥିବା ଫୁଲ କୋବିକୁ ଗାଈକୁ ଖୁଆଉ ଥିବା ଦେଖିବାକୁ ମିଳିଛି । ସେହିପରି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷୀ ମଧ୍ୟ ସମାନ ସମସ୍ୟାରେ ଗତି କରୁଛନ୍ତି । ଫସଲର ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରି ଫଳ ପନିପରିବା ଚାଷ କରୁଥିବା ଚାଷୀ ତାର ଫସଲର ଉଚିତ ମୂଲ୍ୟ ପାଉନାହାନ୍ତି । ଶୀତଳ ଭଣ୍ଡାର ନଥିବା କାରଣରୁ ବହୁ ସମୟରେ ଉତ୍ପାଦିତ ଫସଲର ଅଭାବି ବିକ୍ରିର ଶିକାର ହେଉଛି । 
ଏହା ମଧ୍ୟ ପଢନ୍ତୁ-ଲଗାଣ ବର୍ଷା ଉଜାଡିଲା ଏକର ଏକର କୋବି ଫସଲ, ଚିନ୍ତାରେ ଚାଷୀ

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details