ଓଡିଶା

odisha

ETV Bharat / videos

ମହାଶିବରାତ୍ରୀ: ଉତ୍ସବମୁଖର ଗାଁଠୁ ସହର, ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

By ETV Bharat Odisha Team

Published : Mar 8, 2024, 5:07 PM IST

ଭବାନୀପାଟଣା/ସୁବର୍ଣ୍ଣପୁର: ପବିତ୍ର ମହାଶିବରାତ୍ରୀ ପାଇଁ ଉତ୍ସବମୁଖର ହୋଉଠିଛି ଗାଁ ଠୁ ସହର । ହର ହର ମହାଦେବ ଧ୍ବନିରେ ପ୍ରକମ୍ପିତ ହେଉଛି ସାରା ଜଗତ । ରାଜ୍ୟର ସମସ୍ତ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।ଏହାରି ଭିତରେ କଳାହାଣ୍ଡି ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ମହାଶିବରାତ୍ରୀ ବହୁ ଆଡମ୍ବର ସହକାରେ ପାଳନ କରାଯାଉଛି । କଳାହାଣ୍ଡିର ପ୍ରତିଟି ଶୈବପୀଠରେ ଭୋର ସମୟରେ ଶ୍ରଦ୍ଧାଳୁମାନେ ନଡିଆ, କଦଳୀ, କ୍ଷୀର ଓ ଶିବଙ୍କ ପ୍ରିୟ ଦୁଦୁରା ଫୁଲ ନେଇ ଦେବ ଦେବ ମହାଦେବଙ୍କ ପୂଜାର୍ଚ୍ଚନା କରୁଛନ୍ତି । ଭବାନୀପାଟଣା ଠାରେ ଥିବା ଜଳେଶ୍ବର ମନ୍ଦିର, ଭବାନିଶଙ୍କର ମନ୍ଦିର, ପୁରୁଣାପଡାର ବାଲୁଙ୍କେଶ୍ୱର ମନ୍ଦିର ସମେତ ବେଳଖଣ୍ଡି ଓ ମୋହନଗିରିରେ ଥିବା ସର୍ବପୁରାତନ ଶିବାଳୟରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ବର୍ତ୍ତମାନ ମନ୍ଦିରରେ ସାହାଣ ମେଳା ଦର୍ଶନ ଲାଗି ରହିଥିବା ବେଳେ ରାତି 10 ଟାରୁ 11 ତା ଭିତରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି । 

ସେହିପରି ଆଜି ପବିତ୍ର ମହାଶିବ ରାତ୍ରୀ ପାଇଁ ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହର ଉତ୍ସବ ମୁଖର ହୋଇ ଉଠିଛି । ଦେବ ଦର୍ଶନ ପାଇଁ ସହରର ଅଷ୍ଟଶମ୍ଭୁଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହୋଇଛି । ସକାଳୁ ଶ୍ରଦ୍ଧାଳୁମାନେ ପବିତ୍ର ମହାନଦୀ ,ତେଲନଦୀ ଓ କର୍ପୁର ନଦୀର ତ୍ରୀବେଣୀ ସଙ୍ଗମରେ ସ୍ନାନ କରି ବାବା ରାମେଶ୍ବରଙ୍କ ଦର୍ଶନ କରିଛନ୍ତି । ସେହିପରି ବାବା ସୁବର୍ଣ୍ଣମେରୁ, ପଶ୍ଚିମ ସୋମନାଥ, ବାବା ଲୋକନାଥ, ବାବା ଗୋକର୍ଣ୍ଣେଶ୍ବର, ଶ୍ରୀପଞ୍ଚରଥ ଆଦି ସହରର ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହୋଇଛି । ବିଭିନ୍ନ ମନ୍ଦିରରେ ଶିବ ପୁରାଣ ପାଠ, ମହାମନ୍ତ୍ର ଅଷ୍ଟ ପ୍ରହରୀ ନାମ ଯଜ୍ଞ ଆଦିର ଆୟୋଜନ କରାଯାଇଛି । ରାତ୍ରୀରେ ଦୀପଦାନ ଓ ମହାଦୀପ ଉଠିବ ବୋଲି ସୂଚନା ମିଳିଛି । ସେହିପରି ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।  

ଏହା ମଧ୍ୟ ପଢନ୍ତୁ ....ପବିତ୍ର ମହାଶିବରାତ୍ରୀ; ଉତ୍ସବ ମୁଖର ଲୋକନାଥ ପୀଠ, ଭୋର୍ 4 ଟାରେ ଉଠିବ ମହାଦୀପ

ଇଟିଭି ଭାରତ ,କଳାହାଣ୍ଡି/ସୁବର୍ଣ୍ଣପୁର  

ABOUT THE AUTHOR

...view details