ଓଡିଶା

odisha

ETV Bharat / videos

ଗଜବେଶରେ ଦର୍ଶନ ଦେଲେ ବଳଦେବଜୀଉ, ସମ୍ପର୍ନ୍ନ ହେଲା ମହାସ୍ନାନ ନୀତି - DEVA SNANA PURNIMA in kendujhar

By ETV Bharat Odisha Team

Published : Jun 22, 2024, 8:39 PM IST

DEVA SNANA PURNIMA IN KENDUJHAR: କେନ୍ଦୁଝର: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହି ଅବସରରେ କେନ୍ଦୁଝର ବଳଦେବଜୀଉଙ୍କ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜିଉ ମାନଙ୍କର ମହାସ୍ନାନ ନୀତି ସମ୍ପର୍ଣ୍ଣ ହୋଇଛି । ଆଜି(ଶନିବାର) ଦିନ ଦିବା ୧୦ ଘଟିକା ସମୟରେ ବଡ ଦେଉଳରୁ ପ୍ରଥମେ ପ୍ରଭୁ ସୁଦର୍ଶନ, ଆରାଧ୍ୟା ଦେବତା ବଡ଼ଠାକୁର ବଳଭଦ୍ର, ମା' ଶୁଭଦ୍ରା, ଶେଷରେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କୁ ଧାଡି ପହଣ୍ଡିରେ ସ୍ନାନବେଦୀକୁ ଅଣା ଯାଇଥିଲା । ସେଠାରେ ଠାକୁର ମାନଙ୍କୁ ୧୦୮ ଚନ୍ଦନ, କର୍ପୁର ଆଦି ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ସମସ୍ତ ନୀତି ସରିବା ପରେସ ଚତୁର୍ଦ୍ଧା ମୂର୍ତ୍ତି ହାତୀବେଶରେ ଦର୍ଶନ ଦେଇଥିଲେ ।

କେନ୍ଦୁଝରର ପାରମ୍ପରିକ ରୀତିନୀତି ଅନୁସାରେ ଶ୍ରୀଜୀଉଙ୍କୁ ଅଅଁଳା ପତ୍ରରେ ଗଜବେଶ ଅନୁଷ୍ଠିତ କରାଯାଇଥାଏ । ପହଣ୍ଡି ସମୟରେ କେନ୍ଦୁଝର ରାଜା ଧନଞ୍ଜୟ ରାରାୟଣ ବଞ୍ଜଦେଓ, ବଡ଼ପଣ୍ଡା ରାଜକିଶୋର ପଣ୍ଡା, ବ୍ରହ୍ମା ଗଙ୍ଗାଧର ମିଶ୍ର, ବଳଭଦ୍ରଙ୍କ ପୂଜକ ସୁବ୍ରତ ତ୍ରିପାଠୀ, ଜଗନ୍ନାଥଙ୍କର ପୂଜକ ସୁଜିତ ଦାଶ, ଶୁଭଦ୍ରାଙ୍କର ପୂଜକ ଦେବଦତ୍ତ ପତି ଉପସ୍ଥିତ ଥିବାବେକେ ପହଣ୍ଡିଆ ସେବକମାନେ ଠାକୁର ମାନଙ୍କୁ ପହଣ୍ଡି କରି ସ୍ନାନବେଦୀକୁ ଆଣିଥିଲେ । ପହଣ୍ଡିକୁ ସୂଚାରୁ ରୂପେ ପରିଚଳନା ନିମନ୍ତେ ଦେବୋତ୍ତର ବିଭାଗ ଅଧିକାରୀ, ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଗଜବେଶ ଅନୁଷ୍ଠିତ ହେବା ପରେ ହଜାର ହଜାର ଶ୍ରଦ୍ଧାଳୁ ବଳଦେବଜୀଉଙ୍କ ଦର୍ଶନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ....ସିଲଭରସିଟିରେ ଦେବସ୍ନାନ ପୂର୍ଣ୍ଣିମା ପାଳନ, ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ - Deva Snana Purnima 2024

ଇଟିଭି ଭାରତ, କେନ୍ଦୁଝର    

ABOUT THE AUTHOR

...view details