ଓଡିଶା

odisha

ETV Bharat / videos

ମାଡ଼ି ଆସୁଛି ‘ଦାନା’: ବାତ୍ୟା ପୂର୍ବରୁ ଖାଲି ହେଲା ପାରାଦ୍ବୀପ ବନ୍ଦର, ଜାହାଜକୁ ପଠାଗଲା ଗଭୀର ସମୁଦ୍ର

By ETV Bharat Odisha Team

Published : 5 hours ago

Cyclone Dana: Paradeep Port Trust Shifted All Ships To Deep sea from Anchorage Area ପାରାଦ୍ବୀପ: ଓଡିଶା ଉପକୂଳ ନିକଟତର ହେଉଛି ସାମୁଦ୍ରିକ ବାତ୍ୟା ‘ଦାନା’ । ପୁରୀଠାରୁ ବାଲେଶ୍ବର ପର୍ଯ୍ୟନ୍ତ ସମଗ୍ର ଉପକୂଳ ଓଡିଶାରେ ହାଇଆଲର୍ଟ ଜାରି ରହିଛି । ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବନ୍ଦରରେ ଏକ ନମ୍ବର ବିପଦ ସଙ୍କେତ ମଧ୍ୟ ଜାରି କରାଯାଇଛି । ସମସ୍ତ ସିପିଂ ପ୍ରକ୍ରିୟା ବନ୍ଦ ରଖାଯାଇଛି । ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ଆଶଙ୍କା ଭାବେ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ବନ୍ଦର କର୍ତ୍ତୃପକ୍ଷ । ଆଙ୍କରେଜ ଏରିଆ ବା ବନ୍ଦରର ଜେଟିରେ ଡକ୍‌ ହୋଇଥିବା ସମସ୍ତ ଜାହାଜକୁ ଗଭୀର ସମୁଦ୍ରକୁ ପଠାଯାଉଛି । 

ଏହା ମଧ୍ୟ ପଢନ୍ତୁ :- ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ଦାନା', ଉତ୍ତର-ପଶ୍ଚିମ ଦିଗ ମୁହାଁ, ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ ଆଶଙ୍କା

ଏହା ମଧ୍ୟ ପଢନ୍ତୁ :- ‘ଦାନା’ ମୁକାବିଲା ପାଇଁ ପ୍ରସ୍ତୁତ ଉପକୂଳ: ମୟୂରଭଞ୍ଜରେ ରେସକ୍ୟୁ ମକଡ୍ରିଲ୍‌, ଭଦ୍ରକରେ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ

ଆଜି ସଂଧ୍ୟା ସୁଦ୍ଧା ସମସ୍ତ ଜାହାଜ ବନ୍ଦର ଛାଡି କିଛି କି.ମି ସମୁଦ୍ର ମଧ୍ୟକୁ ଚାଲିଯିବେ । ଯଦି ଉଚ୍ଚ ଜୁଆର ଉଠେ ତେବେ ଜାହାଜ କିମ୍ବା ଜେଟି କ୍ଷତିଗ୍ରସ୍ତ ହେବେ ନାହିଁ ବୋଲି ବନ୍ଦର ଅଧ୍ୟକ୍ଷ କହିଛନ୍ତି । ସେହିପରି ମାଲ ଲୋଡିଂ ଓ ଅନଲୋଡିଂରେ ବ୍ୟବହୃତ ହେଉଥିବା କ୍ରେନ ଓ ସମସ୍ତ ଭାରୀ ଯନ୍ତ୍ରପାତିକୁ ମଧ୍ୟ ସୁରକ୍ଷିତ ସ୍ଥାନରେ ରଖାଯାଉଛି । ବନ୍ଦର କର୍ତ୍ତୃପକ୍ଷ ୬ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରିଛନ୍ତି । କେହି ମତ୍ସ୍ୟଜୀବୀ ବନ୍ଦରରେ ଆଶ୍ରୟ ଚାହିଁଲେ, ତାହା ମଧ୍ୟ ଯୋଗାଇ ଦିଆଯିବ ବୋଲି ବନ୍ଦର ଅଧ୍ୟକ୍ଷ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ସରକାର ଖୋଲିଲେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ବାତ୍ୟା 'ଦାନା'ର ଟିକିନିକ ଅପଡେଟ ଦେବ ଏସଆରସି

ଏହା ମଧ୍ୟ ପଢ଼ନ୍ତୁ...ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ, ଅଫିସ ଆସିବେ ଅଫିସର, କୃଷି ଓ ରାଜସ୍ବ ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details