ଓଡିଶା

odisha

ETV Bharat / videos

'ଦାନା' ଝଡ଼ ତୁଫାନ ମୁକାବିଲାରେ ତଟରକ୍ଷୀ ବାହିନୀ, ସମୁଦ୍ର ଭିତରେ ଆଲର୍ଟ ଏବଂ ପାଟ୍ରୋଲିଂ

By ETV Bharat Odisha Team

Published : 5 hours ago

Cyclone Dana Indian Coast Guard Marine Patrolling Cost Line, ଭୁବନେଶ୍ବର: ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ଭୋର ମଧ୍ୟରେ କେନ୍ଦ୍ରାପଡାର ଭିତରକନିକା ଓ ଭଦ୍ରକର ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା 'ଦାନା' । ଏବେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନିଭୂତ ଥିବା ବେଳେ ଉତ୍ତର-ଉତ୍ତର-ପଶ୍ଚିମକୁ ଗତ 6 ଘଣ୍ଟାରେ ଘଣ୍ଟାପ୍ରତି 12 କିମି ବେଗରେ ଗତି କରୁଛି । ଏହା ପୂର୍ବରୁ ଭାରତୀୟ ତଟରକ୍ଷୀ ବାହିନୀ କୋଷ୍ଟ ଗାର୍ଡ ସମୁଦ୍ର ତଟବର୍ତି ଅଞ୍ଚଳ ଓ ସମୁଦ୍ର ଭିତରେ ଥିବା ମତ୍ସଜୀବୀଙ୍କ ସୁରକ୍ଷା ଉପରେ ଧ୍ୟାନ ଦେଇ ଜୋରଦାର ପାଟ୍ରୋଲିଂ କରୁଛି । ସମୁଦ୍ର ଭିତରେ ଥିବା ମତ୍ସଜୀବୀ ମାନଙ୍କୁ ବାତ୍ୟା ସମ୍ପର୍କରେ ସୂଚିତ କରି ତୁରନ୍ତ ଫେରିଯିବାକୁ ଆଲର୍ଟ କରିଛି। ଦୁଇ ଦିନ ଧରି ବାରମ୍ବାର ପାଟ୍ରୋଲିଂ ଫଳରେ ମତ୍ସଜୀବୀ କୂଳକୁ ଫେରିବାରେ ଲାଗିଛନ୍ତି । ବାତ୍ୟା ପାଇଁ କେହି ଯେମିତି ସମୁଦ୍ର ମଧ୍ୟରେ ଫସି ନ ଯାଆନ୍ତି ସେନେଇ ପୁରା ପ୍ରସ୍ତୁତ ତଟରକ୍ଷୀ ବାହିନୀ । ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ (ICGS) ସମୁଦ୍ରରେ ମୁତୟନ କରାଯାଇଛି । ଯେଉଁମାନେ ବିପର୍ଯ୍ୟୟର ମୁକାବିଲା କରିବେ ଏବଂ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ (ଏସଏଆର) ଅଭିଯାନ ଚଳାଇବା ପାଇଁ ପ୍ରସ୍ତୁତ ଅଛନ୍ତି। ବାତ୍ୟା ପଥରେ ଫସିଥିବା ଜାହାଜ ଏବଂ ବ୍ୟକ୍ତି ବିଶେଷଙ୍କୁ ସାହାଯ୍ୟ କରିବା ପାଇଁ ଜାହାଜଗୁଡ଼ିକ ମୁତୟନ ରହିଛନ୍ତି । ତୁରନ୍ତ ସହାୟତା ଯୋଗାଇବା ପାଇଁ ବିପର୍ଯ୍ୟୟ ରିଲିଫ ଟିମ୍ ମିୟୋଜିତ ଜରୁରୀକାଳୀନ ପରିସ୍ଥିତିର ତ୍ୱରିତ ମୁକାବିଲା କରିବା ପାଇଁ ଏହି ସ୍ୱତନ୍ତ୍ର ଟିମ ସବୁ ପ୍ରସ୍ତୁତ ଅଛନ୍ତି ।  

ଏହା ମଧ୍ୟ ପଢନ୍ତୁ-CYCLONE 'DANA' UPDATES: ଭୀଷଣ ବାତ୍ୟା ରୂପ ନେଲା ‘ଦାନା': କେନ୍ଦ୍ରାପଡ଼ା-ଭଦ୍ରକ-ବାଲେଶ୍ବରରେ ବର୍ଷା, ଟ୍ରେନ ବାତିଲ, ସଂଧ୍ୟାରୁ ବିମାନ ଚଳାଚଳ ବନ୍ଦ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details