ଆମ୍ବେଦକର ବସ ଟର୍ମିନାଲ ଲୋକାର୍ପଣ କରୁଛନ୍ତି ମୁଖ୍ୟମନ୍ତ୍ରୀ, ଦେଖନ୍ତୁ LIVE - Bus Terminal Inauguration LIVE
Published : Mar 1, 2024, 6:12 PM IST
|Updated : Mar 1, 2024, 7:23 PM IST
ଭୁବନେଶ୍ବର: ନୂଆ ରୂପରେ ବରମୁଣ୍ଡା ବସଷ୍ଟାଣ୍ଡ । ବାବା ସାହେବ ଭୀମରାଓ ଆମ୍ବେଦକର ବସ ଟର୍ମିନାଲର ଲୋକାର୍ପଣ କରୁଛନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ କରି ନିର୍ମାଣ ହୋଇଥିବା ଏହି ବସ ଟର୍ମିନାଲରେ ଏୟାରପୋର୍ଟ ଭଳି ସୁବିଧା ପାଇବେ ଯାତ୍ରୀ । ୧୫ .୫ ଏକର ସ୍ଥାନରେ ପରିବ୍ୟାପ୍ତ ବରମୁଣ୍ଡା ବସ୍ ଟର୍ମିନାଲ ପ୍ରକଳ୍ପ ପ୍ରାୟ 211 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି । ଏହି ଆଧୁନିକ ବସ ଟର୍ମିନାଲ ଯାତ୍ରୀଙ୍କୁ ଏକ ବିଶ୍ୱସ୍ତରୀୟ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବ । ବସ ଷ୍ଟାଣ୍ଡରେ ଆହାର ସେଣ୍ଟର, ରେଷ୍ଟୁରାଣ୍ଟ, ବହୁମୁଖୀ କାର ପାର୍କିଂ, ପିକ୍ ଅପ / ଡ୍ରପ୍ ଅଫ ସୁବିଧା ରହିଛି ଯାତ୍ରୀଙ୍କ ପାଇଁ । ବସଷ୍ଟାଣ୍ଡରେ ପ୍ରି ପେଡ ଅଟୋ ଏବଂ ଟ୍ୟାକ୍ସି ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାତ୍ରୀଙ୍କ ସୁରକ୍ଷା, ଟର୍ମିନାଲ ଅପରେସନ ପରିଚାଳନା ପାଇଁ ପ୍ରଶାସନିକ ଭବନ, ଅଳିଆ ଆବର୍ଜନା ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ, ଯାତ୍ରୀମାନଙ୍କ ପାଇଁ ଶୌଚାଳୟ ସୁବିଧା, ବିଦ୍ୟୁତ ପାଇଁ ସୋଲାର ପ୍ୟାନେଲ, ଭିନ୍ନକ୍ଷମ ଯାତ୍ରୀଙ୍କ ସୁବିଧା ପାଇଁ ରାମ୍ପ ଏବଂ ଶିଶୁମାନଙ୍କ ସହିତ ଯାତ୍ରା କରୁଥିବା ମାଆମାନଙ୍କ ପାଇଁ ଶିଶୁ ଖାଇବା କକ୍ଷ ଓ ପୋଲିସ ସୁବିଧା କେନ୍ଦ୍ର ମଧ୍ୟ ରହିଛି । ତେବେ ଏହି ଅତ୍ୟାଧୁନିକ ବସ ଟର୍ମିନାଲ ଲୋକାର୍ପଣ କରୁଛନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଖନ୍ତୁ LIVE...
Last Updated : Mar 1, 2024, 7:23 PM IST