ଓଡିଶା

odisha

By ETV Bharat Odisha Team

Published : Mar 13, 2024, 8:52 PM IST

ETV Bharat / videos

ବୋଲଗଡକୁ ମିଳିଲା ଏନଏସି ମାନ୍ୟତା, ମୁଖ୍ୟମନ୍ତ୍ରୀ ପୁରଣ କଲେ ଦାବି

Bolagarh Announced as New NAC ଖୋର୍ଦ୍ଧା: ଆଜି ରାଜ୍ୟ ସରକାର ରାଜ୍ୟରେ ଆଉ 22 ନୂଆ ଏନ୍‌ଏସି ଘୋଷଣା କରିଛନ୍ତି  । ଏନଏସିରୁ ବାଦ ପଡ଼ିଥିବା ଅଞ୍ଚଳରେ ଜନସାଧାରଣଙ୍କ ଆନ୍ଦୋଳନ ଓ ଦାବିକୁ ଆଜି ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂତନ ୨୨ଟି ଏନଏସି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ରହିଛି । ବୋଲଗଡରେ ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଆଜି ବୋଲାଗଡକୁ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ.....  ରାଜ୍ୟରେ ଆଉ 22 ନୂଆ NAC ଘୋଷଣା; ଭଞ୍ଜନଗର ହେଲା ମ୍ୟୁନିସିପାଲିଟି

ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ନବଗଠିତ ପରିଷଦ ଗୁଡିକ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ସେହିପରି ଗତ ମାସରେ ମୁଖ୍ୟମନ୍ତ୍ରୀ ୩୫ଟି ନୂଆ ଏନଏସି ଘୋଷଣା କରିଥିଲେ । ସେହିପରି ଆଜି ବୋଲଗଡ଼କୁ ଏନଏସି ଘୋଷଣା ପରେ ଅଞ୍ଚଳରେ ଖୁସିର ମହୋଲ ଖେଳିଯାଇଛି । ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଏବଂ ଟାଙ୍ଗୀକୁ ଏନଏସି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ବୋଲଗଡକୁ ଏନଏସି ଘୋଷଣା ପାଇଁ ପ୍ରତିବାଦ ହୋଇଥିଲା । ଏଥିପାଇଁ ବୋଲଗଡ଼ ବନ୍ଦ ପାଳନ କରାଯିବା ସହ ଗତ ୬ ତାରିଖରୁ ବୋଲଗଡ଼ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦେଇଥିଲେ ବୋଲଗଡ଼ ଏନଏସି କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତା । ଆଜି ବୋଲଗଡ଼କୁ ଏନଏସି ଘୋଷଣା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ମାହୋଲ ଖେଳିଯାଇଛି ।  

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details