ଓଡିଶା

odisha

ରାସୋଳକୁ ଏନଏସି ଘୋଷଣା, ସହରରେ ଦେବାକୁ ମିଳିଛି ସେଲିବ୍ରେସନ ମାହୋଲ

By ETV Bharat Odisha Team

Published : Mar 13, 2024, 10:25 PM IST

ରାସୋଳକୁ ଏନଏସି ଘୋଷଣା

New NAC Announcement: ଢେଙ୍କାନାଳ: ଆଜି ରାଜ୍ୟରେ ପୁଣି ୨୨ଟି ଏନଏସି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡର ରାସୋଳକୁ ଏନଏସି ଭାବେ ସାମିଲ ହୋଇଛି। ଫଳରେ ରାସୋଳ ବିଜ୍ଞାପିତ ପରିଷଦ ଅଞ୍ଚଳ ଘୋଷଣା ପରେ ଖୁସିରେ ବିଭୋର ହୋଇପଡିଛନ୍ତି ଅଞ୍ଚଳବାସୀ। ଏହି ଘୋଷଣା ପରେ ଅଞ୍ଚଳ ବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।  

ଏହା ମଧ୍ୟ ପଢ଼ନ୍ତୁ..... ବୋଲଗଡକୁ ମିଳିଲା ଏନଏସି ମାନ୍ୟତା, ମୁଖ୍ୟମନ୍ତ୍ରୀ ପୁରଣ କଲେ ଦାବି

ସୂଚନା ଥାଉକି,ଏହାକୁ ଏନଏସି ମାନ୍ୟତା ପାଇଁ ଦୀର୍ଘ ଦିନରୁ ଦାବି ହେଉଥିଲା। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ଏହାକୁ ଘୋଷଣା ନକରିବା ନେଇ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇଥିଲେ । ଆଜି ରାସୋଳକୁ ରାଜ୍ୟ ସରକାର NAC ଘୋଷଣା କରିବାପରେ ବିକାଶ ପରିଷଦ ଏବଂ ଆମ୍ବେଦକର ସେବା ସଂଗଠନର କାର୍ଯ୍ୟକର୍ତ୍ତା ଓ ଅଞ୍ଚଳବାସୀ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି । ରାସୋଳ ବାସୀ ସମସ୍ତ ପ୍ରକାର ସୁବିଧା ପାଇପାରିବେ l ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି l

ଇଟିଭି ଭାରତ, ଢ଼େଙ୍କାନାଳ  

ABOUT THE AUTHOR

...view details