ଓଡିଶା

odisha

ETV Bharat / videos

ସୌନ୍ଦର୍ଯ୍ୟକରଣ ପରେ ଝଲସୁଛି ହରିଶଙ୍କର, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ - Redevelopment Of Harishankar

By ETV Bharat Odisha Team

Published : Mar 11, 2024, 9:17 PM IST

Redevelopment Of Harishankar: ବଲାଙ୍ଗୀର: ରୂପାନ୍ତରିତ ହେଲା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ଶୈବପୀଠ ହରିଶଙ୍କର । ଆଜି ଏହାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହରିଶଙ୍କର ପୀଠର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରିଥିବାବେଳେ ଭର୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଟଣାଗଡ଼ ଗଡ଼ଭିତର ପଡି଼ଆରେ ଏନେଇ ଏକ ବିରାଟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଯେଉଁଥିରେ ପାଟଣାଗଡ଼ ବିଧାୟକ ସରୋଜ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗୀର ଜିଲ୍ଲାପାଳ ଯୋଗ ଦେଇଥିଲେ। ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ତରଫରୁ ପାଟଣାଗଡ଼ ବିଧାୟକ ସରୋଜ ମେହେର ସ୍ୱାଗତ ବକ୍ତବ୍ୟ ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । 

ଏହା ମଧ୍ୟ ପଢନ୍ତୁ...ଭିତ୍ତିଭୂମି ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ, 5 ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର

ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ଭୋଗମଣ୍ଡପ, ଯାତ୍ରୀ ପ୍ରତୀକ୍ଷାଳୟ, ଶୌଚାଳୟ, ପାର୍କ ଓ ଦୋକାନ ଗୃହ ପାଇଁ ମୋଟ ୨୦ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୌନ୍ଦର୍ଯ୍ୟକରଣ ପାଇଁ ପୂର୍ତ୍ତବିଭାଗ 13 କୋଟି 4 ଲକ୍ଷ ଓ ଦୋକାନ ଗୃହ ଓ ରାସ୍ତା ପାଇଁ 4 କୋଟି 42 ଲକ୍ଷ ଓ OTDCରୁ ପାର୍କ ପାଇଁ 3 କୋଟି ଟଙ୍କାର ପ୍ରକଳ୍ପର ହୋଇଛି ଲୋକାର୍ପଣ । ଏହାଦ୍ବାରା ଅର୍ଥନୀତି ମଧ୍ୟ ମଜବୁତ ହେବ ବୋଲି କହିଛନ୍ତି ବିଧାୟକ ସରୋଜ ମେହେର । 

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details