ଓଡିଶା

odisha

By ETV Bharat Odisha Team

Published : Apr 9, 2024, 6:06 PM IST

ETV Bharat / videos

ଜନ୍ମମାଟିରୁ ପ୍ରଚାର ଆରମ୍ଭ କଲେ ଢେଙ୍କାନାଳ ବିଜେପି ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି - Dhenkanal Lok Sabha constituency

Dhenkanal Lok Sabha constituency ଢେଙ୍କାନାଳ: ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କଲେଣି ନେତା । ଏହି ପ୍ରରିପ୍ରେକ୍ଷୀରେ ଢେଙ୍କାନାଳ ଲୋକସଭା ଆସନ ବିଜେପି ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ପ୍ରଚାରକୁ ଜୋରସୋର କରିଛନ୍ତି । ଆଜି (ମଙ୍ଗଳବାର) ନିଜ ଜନ୍ମମାଟି କୁନ୍ଦନଦେଇପୁର ଗ୍ରାମରୁ ବାବା କୁଣ୍ଡେଶ୍ୱରଙ୍କ ଆଶାର୍ବାଦ ନେଇ ନିଜର ପ୍ରଚାର ଆରମ୍ଭ କରିଛନ୍ତି l 
 

ଢେଙ୍କାନାଳ ଲୋକସଭା ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ନିଜ ଜନ୍ମମାଟି ପରଜଙ୍ଗର କୁନ୍ଦନଦେଇପୁର ଗାଁରୁ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । କୁନ୍ଦନଦେଇପୁର ଗାଁ ସ୍ଥିତ ବାବା କୁଣ୍ଡେଶ୍ଵରଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ହଜାର ହଜାର ବିଜେପି କର୍ମୀଙ୍କ ଉପସ୍ଥିତିରେ ବିଶାଳ ବାଇକ ରାଲିରେ ରୋଡ଼ ପଞ୍ଚାୟତର ସମସ୍ତ ଗାଁକୁ ବୁଲି ପ୍ରଚାର କରିଛନ୍ତି । ରୋଡ ପଞ୍ଚାୟତର ସମସ୍ତ ଗ୍ରାମରେ ପ୍ରଚାର କରିବା ସହ ଘରକୁ ଘର ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି  l ସପେଟେ ରୁଦ୍ରଙ୍କ ସହ ସାମିଲ ଥିଲେ ପରଜଙ୍ଗ ବିଧାନସଭା ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ପ୍ରଧାନ ।

ଏହା ମଧ୍ୟ ପଢ଼ନ୍ତୁ...ଢେଙ୍କାନାଳ ଲୋକସଭା ଆସନରୁ ଲଢିବେ ରୁଦ୍ର ନାରାୟଣ, ଷଷ୍ଠ ଥର ପାଇଁ ପ୍ରାର୍ଥୀ କଲା ଦଳ - Lok Sabha Election 2024

ବିଭୂତି ବାବା କୁଣ୍ଡେଶ୍ଵରଙ୍କ ଆଶୀର୍ବାଦ ଭିକ୍ଷା କରି ପ୍ରଚାରରେ ସାମିଲ ହୋଇଛନ୍ତି । ମୋଦିଙ୍କ ଗ୍ୟାରେଣ୍ଟି ନାରା ଦେଇ ବିଜେପି କର୍ମୀମାନେ ମୋଟର ସାଇକେଲରେ ରାଲି କରିଥିଲେ । ତେବେ ବିଜେଡି ଗଡ଼ରେ ବିଜେପି ଫୁଲ ଫୁଟଇବ ବୋଲି ଆଶାବାଦୀ ଅଛନ୍ତି ଦଳୀୟ ନେତା ଓ କର୍ମୀ । ମୋଦିଙ୍କ ଗ୍ୟାରେଣ୍ଟି ଏବଂ ଲୋକପ୍ରିୟତା ପ୍ରତି ଦିନକୁ ଦିନ ଲୋକମାନେ ଆକୃଷ୍ଟ ହେଉଛନ୍ତି। ଯାହା ଆଗାମୀ ଦିନରେ ବିଜେପିର ଉଭୟ ସାଂସଦ ପ୍ରାର୍ଥୀ ଏବଂ ବିଧାନସଭା ପ୍ରାର୍ଥୀ ଉଭୟ ବିଜୟ ଲାଭ କରିବେ ବୋଲି ବିଜେପି ନେତା ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ହଜାର ହଜାର ବିଜେପି କର୍ମୀ ସାମିଲ ହୋଇଥିଲେ l

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

...view details