ଓଡିଶା

odisha

ନାମାଙ୍କନ ପୂର୍ବରୁ ଭଗବାନଙ୍କ ଆଶିଷ ଭିକ୍ଷା କଲେ ବିଜେପି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ - SUNDARGARH LOK SABHA CONSTITUENCY

By ETV Bharat Odisha Team

Published : May 2, 2024, 3:50 PM IST

ନାମାଙ୍କନ ପୂର୍ବରୁ ଭଗବାନଙ୍କ ଆଶିଷ ଭିକ୍ଷା କଲେ ସୁନ୍ଦରଗଡ଼ ବିଜେପି ସାଂସଦ ପ୍ରାର୍ଥୀ ଜୁଏଲ ଓରାମ

BJP MP Candidate Jual Oram: ରାଉରକେଲା: ଆଜି ନାମାଙ୍କନ ଭରିବେ ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ ବିଜେପି ନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ନାମାଙ୍କନ ଭରିବା ପୂର୍ବରୁ ନିଜ ଗାଁ ସହ ନିଜ ନିର୍ବାଚନ ମଣ୍ଡଳୀ ବଣାଇରେ ଯାଇ ମନ୍ଦିରରେ ପୂଜା ସହ ଦର୍ଶନ କରିଛନ୍ତି ଜୁଏଲ ଓରାମ । ପୂଜା କରି ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ଜୁଏଲ ଓରାମ । ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଭାବରେ ଏଥର ମଧ୍ୟ ବିଜେପି ଜୁଏଲ ଓରାମଙ୍କୁ ପ୍ରାର୍ଥୀ କରିଛି । ନୋମିନେସନ ଆଗରୁ ଆଜି ସକାଳରୁ ବିଭିନ୍ନ ମନ୍ଦିର ଏବଂ ନିଜ ଅଧିଷ୍ଠାତ୍ରୀ ଦେବୀଙ୍କୁ ପୂଜା କରିଛନ୍ତି ଜୁଏଲ ଓରାମ । ତେବେ ଗତକାଲି ଠାରୁ ଜୁଏଲ ଓରାମ ତାଙ୍କ ନିଜ ଜନ୍ମ ମାଟି ବଣାଇରେ ଥିବା କେନ୍ଦୁଡ଼ିହି ଗାଁରୁ ଆଜି ପ୍ରଥମେ ନିଜ ଘରେ ଠାକୁରଙ୍କ ଫଟୋ ଏବଂ ନିଜ ମାଙ୍କ ଫଟୋ ନିକଟରେ ଆଶୀର୍ବାଦ ନେଇଥିଲେ ।  

ଏହା ମଧ୍ୟ ପଢନ୍ତୁ ... ସୁନ୍ଦରଗଡ଼ ଲୋକସଭା ଆସନ: ରିପିଟ୍ ହେବେ କି ଜୁଏଲ୍ ନା ଖାତା ଖୋଲିବ ବିଜେଡି ! - Sundargarh Lok Sabha

ସେହିପରି ନିଜ ଘର ଅଗଣାରେ ଥିବା ତୁଳସୀ କୁଣ୍ଡରେ ନିକଟରେ ଯାଇ ମୁଣ୍ଡିଆ ମାରି କଲେଇପୋଷରେ ଥିବା ରାଧାକୃଷ୍ଣ ମନ୍ଦିରରେ ପୂଜା ଅର୍ଚ୍ଚନା କରିଥିଲେ  । ସେଠାରେ ଜୁଏଲ ତାଙ୍କର ପୁରୁଣା ବନ୍ଧୁ ଏବଂ କଲେଇପୋଷରେ ଥିବା ସମର୍ଥକଙ୍କ ସହିତ ଆଲୋଚନା କରିଥିଲେ ଏବଂ ସାକ୍ଷାତକାର ଦେଇଥିଲେ । ତାପରେ ବଣାଇରେ ଥିବା ବାବା ବାଣେଶ୍ବର ମନ୍ଦିର ଯାଇ ପୂଜା ଅର୍ଚ୍ଚନା କରିଥିଲେ ଏବଂ ରାଉରକେଲା ଅଭିମୁଖେ ଆସୁଥିବା ବେଳେ ଚମ୍ପାଝରଣରେ ଥିବା ମାଙ୍କ ମନ୍ଦିରରେ ପୂଜା କରିଥିଲେ । ଏହା ପରେ ରାଉରକେଲା ନିକଟରେ ଫର୍ଟିଳାଇଜର ଉପକଣ୍ଠ ଦେଓଗାଁରେ ଥିବା ଶିବ ମନ୍ଦିରରେ ଆଜି ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଆଜି ନୋମିନେସନ ଆଗରୁ ନିଜର ଗାଁ କୁ ପୂଜା କରି ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ ଏବଂ ଜନତା ଙ୍କ ସମର୍ଥନ ଲୋଡିଥିଲେ । ଆସନ୍ତା 20 ମେ ରେ ସୁନ୍ଦରଗଡ଼ ଲୋକସଭା ଆସନରେ ହେବାକୁ ଯାଉଛି ମହା ଲଢେଇ ।  

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details