ଓଡିଶା

odisha

By ETV Bharat Odisha Team

Published : Jun 13, 2024, 9:00 AM IST

ETV Bharat / videos

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବିଜେପିର ତୁଙ୍ଗ ନେତା - BJP MINISTER AND LEADERS VISIT PURI

BJP MINISTER AND LEADERS VISIT PURI: ପୁରୀ: ରାଜ୍ୟରେ ବିଜେପି ସରକାର ଗଠନ ପରେ ପୁରୀ ଗସ୍ତରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ବିଜେପିର ତୁଙ୍ଗ ନେତା । ଆସାମ, ମଧ୍ୟପ୍ରଦେଶ, ତ୍ରିପୁରା, ହରିୟାଣା ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ତେବେ ଦର୍ଶନ ସାରି ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେପିର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କହିଛନ୍ତି ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଯୋଗୁଁ ବିଜେପି ଓଡ଼ିଶାରେ ସରକାର ଗଠନ କରିବାରେ ସଫଳ ହୋଇଛି । ତେବେ ଓଡ଼ିଶାବାସୀ ବିଜେପିକୁ ଯେଭଳି ବିପୁଳ ମାତ୍ରାରେ ଭୋଟ ଦେଇ ସରକାର ଗଠନ କରିବାରେ ସହଯୋଗ କରିଛନ୍ତି । ସେନେଇ ସମସ୍ତେ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତିି । 

ଏହି ଅବସରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି ଯେ, ନିର୍ବାଚନ ସମୟରେ ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା । ତାହା ନିଶ୍ଚିତ ପୂରଣ କରିବ । ଶ୍ରୀମନ୍ଦିର ଚାରି ଦ୍ବାର ଭକ୍ତଙ୍କ ପାଇଁ ଖୋଲାଯିବା ସହ ରତ୍ନଭଣ୍ଡାରର ରତ୍ନ ଗଣତି ମଧ୍ୟ କରାଯିବ । ତେବେ କେନ୍ଦ୍ରରେ ବିଜେପି ସରକାର ଗଠନରେ ଓଡ଼ିଶାର ଭୂମିକା ରହିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ନିଶ୍ଚିତ ବିକାଶ କରିବେ । ଓଡ଼ିଶାରେ ସୁଶାସନ କିଭଳି ପ୍ରତିଷ୍ଠା ହୋଇପାରିବ, ସେ ଦିଗରେ ବିଜେପି କାର୍ଯ୍ୟ କରିବ । ଓଡିଶା ପ୍ରାକୃତିକ ସମ୍ପଦରେ ଭରପୁର ଥିବାବେଳେ ଏହାକୁ ଉପଯୋଗ କରାଯାଇ ବ୍ୟାପକ ନିଯୁକ୍ତି ସୃଷ୍ଟି ସହ ଓଡ଼ିଶା ବିକାଶ କରାଯିବ । 

ଏହା ମଧ୍ୟ ପଢନ୍ତୁ ..... ଖୋଲିବ ଶ୍ରୀମନ୍ଦିର ଚାରି ଦ୍ୱାର, ସରକାରଙ୍କୁ ନିଷ୍ପତ୍ତିକୁ ସ୍ଵାଗତ କଲେ ଭକ୍ତ - All four Gates of Puri Srimandir


ଇଟିଭି ଭାରତ, ପୁରୀ

ABOUT THE AUTHOR

...view details