ନବୀନ ନିବାସରେ ଓଲିଉଡ ଷ୍ଟାରଙ୍କୁ ନେଇ ଅରିନ୍ଦମଙ୍କ ତେରେଚ୍ଛା ବାଣ, 'କାହା ବିକାଶରେ କଳାକାର' - Arindam criticized BJD - ARINDAM CRITICIZED BJD
Published : Apr 13, 2024, 1:08 PM IST
BJP leader Arindam criticized BJD after Odia actors visit Naveen Niwas, କଟକ: ନବୀନ ନିବାସକୁ ସିନେ କଳାକାରଙ୍କୁ ଡକାଇବା ଘଟଣାରେ ରାଜ୍ୟ ସରକାରଙ୍କୁ ତେରେଚ୍ଛା ବାଣ ମାରିଲେ ବିଜେପି ନେତା ତଥା ଅଭିନେତା ଅରିନ୍ଦମ ରାୟ । ''ଆଗରୁ କଳାକରମାନେ ଦରକାର ପଡୁନଥିଲେ । କେବଳ ହାତ ହଲାଇଦେଲେ ଭୋଟ ଆସିଯାଏ ବୋଲି ସେମାନେ କହୁଥିଲେ । କିନ୍ତୁ ଏବେ ଦରକାର ପଡିଗଲା । ତେବେ କଳାକାରମାନେ ଆସିଲେ ବାହାରେ ବାଇଟ୍ ଦେବେ । ଅଧିକ ଭିୟୁ ହେବ । ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖିବେ । ମୁଖ୍ୟମନ୍ତ୍ରୀ ଡାକିଥିଲେ ବୋଲି ପ୍ରଚାର ପ୍ରସାର ହେବ । ଯଦି ତାଙ୍କର ଏଇଟା ଦରକାର ନଥିଲା, ତାହେଲେ କାହିଁକି ଡାକୁଥିଲେ ବୋଲି'' ପ୍ରଶ୍ନ କରି ପରୋକ୍ଷରେ କଟାକ୍ଷ କରିଛନ୍ତି ଅରିନ୍ଦମ । ଏଥିସହ ଯଦି ଓଡ଼ିଆ ଫିଲ୍ମର ବିକାଶ ପାଇଁ ଯୋଜନା ହେଉଛି ତାହେଲେ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି । ଆହୁରି ମଧ୍ୟ ସେ ବିଜେଡି ସାଂସଦ ମୁନା ଖାନଙ୍କୁ ସମାଲୋଚନା କରି କହିଛନ୍ତି ଯେ, ବିଜେଡିରେ ଥିବା ମୁନା ମାମୁଁ ଯେଉଁ ଅଭିନେତାମାନେ ଦଳ ଛାଡିଛନ୍ତି ତାଙ୍କୁ ବିଗ୍ ଜିରୋ ବୋଲି କହିଥିଲେ । ସେ ନିଜେ ଜଣେ ଅଭିନେତା ଏବଂ କିଛି ଫିଲ୍ମ ବି କରିଛନ୍ତି । ଯାହାକୁ ଲୋକମାନେ ବେଶୀ ଦେଖନ୍ତିନି । କିନ୍ତୁ ଯେଉଁମାନେ ଦଳରୁ ଯାଇଛନ୍ତି ସେମାନଙ୍କୁ ଜିରୋ କହିବାଟା ଠିକ ନୁହଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ନିର୍ବାଚନ ପୂର୍ବରୁ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି ଏବଂ ଅରିନ୍ଦମ ରୟ ଭଳି ବଡ ବଡ କଳାକାର ବିଜେଡି ଛାଡି ବିଜେପିରେ ମିଶିଛନ୍ତି ।
ଇଟିଭି ଭାରତ, କଟକ