ଚୌଦ୍ବାର ଲଢେଇ ପାଇଁ ନାମାଙ୍କନ ଭରିଲେ ୩ ପ୍ରମୁଖ ଦଳର ପ୍ରାର୍ଥୀ, ବିକାଶ ବନାମ ପରିବର୍ତ୍ତନର ନାରା - Odisha Assembly Election 2024 - ODISHA ASSEMBLY ELECTION 2024
Published : May 3, 2024, 11:10 PM IST
Odisha Assembly Election 2024: କଟକ: ଚୌଦ୍ବାର-କଟକ ନିର୍ବାଚନ ମଣ୍ଡଳୀର ତିନି ପ୍ରମୁଖ ଦଳର ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ ପତ୍ର । ବିଜେଡିରୁ ସୌଭିକ ବିଶ୍ବାଳ, କଂଗ୍ରେସରୁ ମୀରା ମଲ୍ଲିକ ଓ ବିଜେପିରୁ ନୟନ ମହାନ୍ତି ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଭରିଛନ୍ତି । ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି ଏହି ୩ ପ୍ରାର୍ଥୀ । ଯଦି ନିର୍ବାଚନୀ ଫ୍ଲାସ୍ବ୍ୟାକ୍ ଉପରେ ନଜର ପକାଇବା, ତେବେ ଏହି ୩ ଜଣଙ୍କ ମଧ୍ୟରୁ ମୀରା ମଲ୍ଲିକ ରାଜନୀତିରେ ପ୍ରଥମ ଥର ଲାଗି ପାଦ ଥାପିଛନ୍ତି । ଏହା ସହିତ ସୌଭିକ ବିଶ୍ବାଳ ୨୦୧୯ ନିର୍ବାଚନରେ ଚୌଦ୍ବାର ନିର୍ବାଚନ ମଣ୍ଡଳୀରେ ବହୁ ଭୋଟରେ ବିଜୟ ଲାଭ କରି ବିଧାୟକ ଅଛନ୍ତି । ସେହିପରି ନୟନ ମହାନ୍ତି ବିଜେପିର ଜଣେ ହେଭିୱେଟ୍ ନେତା ।
ନିର୍ବାଚନ ପାଇଁ ଆଉ ହାତ ଗଣତି କିଛିଦିନ ବାକି ରହିଥିଲା ବେଳେ ଚୌଦ୍ବାର ନିର୍ବାଚନ ମଣ୍ଡଳୀରେ ବିଜେଡି ପୂର୍ବରୁ ନିଜର ପ୍ରଭାବ ପ୍ରଦର୍ଶନ କରି ଆସିଛି । ବିଜେଡି ପ୍ରାର୍ଥୀ ସୌଭିକ ବିଶ୍ବାଳଙ୍କ କହିବାନୁଯାୟୀ, "ଚୌଦ୍ବାରରେ ବିଜେଡିର ଯେଉଁ ଜନ ସମର୍ଥନ ରହିଛି, ତାହା କେବଳ ମୁଖ୍ୟମନ୍ତ୍ରୀଙ୍କ ବିକାଶ ପାଇଁ । ଆଉ ଏହା ଆଗାମୀ ଦିନରେ ମଧ୍ୟ ଜାରି ରହିବ ।" ସେହିପରି ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଚଳିତ ନିର୍ବାଚନରେ ଅପାରଗ ସରକାରକୁ ଲୋକମାନେ ଉଚିତ ଜବାବ ଦେବେ ଓ ଚୌଦ୍ବାର ନିର୍ବାଚନ ମଣ୍ଡଳୀରେ ଯେଉଁ ବିକାଶ ନାଁରେ ଲୋକଙ୍କୁ ଭୁଆଁ ବୁଲାଯାଉଛି, ତାହାର ଉଚିତ ଜବାବ ଦେବେ ବୋଲି କହିଛନ୍ତି । ତେବେ ଆସନ୍ତା ୨୫ ତାରିଖରେ କଟକ ଲୋକସଭା କ୍ଷେତ୍ର ସହ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ ।
ଏହା ମଧ୍ୟ ପଢ଼ନ୍ତୁ...ବିନା ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ସୋଫିଆ ଫିରଦୋସ - Sofia Firdous File Nomination
ଇଟିଭି ଭାରତ, କଟକ