ଓଡିଶା

odisha

ETV Bharat / videos

ରାଜ୍ୟସ୍ତରୀୟ ଇଂରାଜୀ ବକ୍ତୃତା ପ୍ରତିଯୋଗିତା, ଗୌରବ ଆଣିଲେ ଫକୀର ମୋହନ କଲେଜ ଛାତ୍ରୀ

By ETV Bharat Odisha Team

Published : Feb 6, 2024, 8:25 PM IST

State Level Chairman Cup English Debate Competition: ବାଲେଶ୍ୱର: ରାଜ୍ୟସ୍ତରୀୟ +୨ କାଉନସିଲ ଚେୟାରମ୍ୟାନ କପ୍‌ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ସଫଳତା ହାସଲ କଲେ ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟ ଛାତ୍ରୀ । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ନିର୍ଭୁଲ ଏବଂ ସୁନ୍ଦର ଭାବେ ନିଜର ବକ୍ତୃତା ପ୍ରଦାନ କରି ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟର ଛାତ୍ରୀ କଶିସ ଦାସ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ସଫଳତା ପାଇଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟକ୍ଷ ଏବଂ ଅଧ୍ୟାପକ ଅଧ୍ୟାପିକାଙ୍କ ମହଲରେ ଖୁସିର ବାତାବରଣ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଚଳିତ ଶିକ୍ଷାବର୍ଷ ୨୦୨୪ ପାଇଁ +୨ କାଉନସିଲ, ଭୁବନେଶ୍ୱର ମୁଖ୍ୟ ଶାଖା ତରଫରୁ କଟକ ରେଭେନ୍‌ସ କଲେଜରେ ରାଜ୍ୟସ୍ତରୀୟ +୨ କାଉନସିଲ ଚେୟାରମ୍ୟାନ କପ୍‌ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାର ଶୀର୍ଷକ ଥିଲା ସାଂପ୍ରତିକ ସମାଜରେ ଗାନ୍ଧୀ ଓ ଗାନ୍ଧୀବାଦର ପ୍ରାସଙ୍ଗିକତା । ଏହି ପ୍ରତିଯୋଗିତାରେ ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀ କଶିସ ଦାସ ସମଗ୍ର ଓଡ଼ିଶାରେ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଏହା ପୂର୍ବରୁ ସେ ଏମ୍‌ପିସି କଲେଜ, ବାରିପଦାରେ ଜୋନସ୍ତରରେ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ପ୍ରଥମ ସ୍ଥାନ ହାସଲ କରିଥିଲେ । କଶିସ ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ସେ ଆଗକୁ ଜଣେ ଆଇଏଏସ୍‌ ହେବା ପାଇଁ ସ୍ବପ୍ନ ଦେଖୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଜାତୀୟ ସ୍ତରରେ ଓଡ଼ିଶା ବ୍ୟାଣ୍ଡ୍‌ର କମାଲ, ପ୍ରଥମ ସ୍ଥାନ ହାତେଇଲେ ମୟୂରଭଞ୍ଜ ଛାତ୍ରୀ

ଯୁକ୍ତ ଦୁଇରେ ପଢୁଥିଲେ ମଧ୍ୟ କଶିସ୍‌ ଆଜି ପର୍ଯ୍ୟନ୍ତ ରାଜ୍ୟ ଓ ଜାତୀୟସ୍ତରରେ ଅନେକ ଆଲୋଚନା ଚକ୍ରରେ ଭାଗ ନେଇ ନିଜର ପ୍ରତିଭାର ପରିଚୟ ଦେଇଛନ୍ତି । ସେଥିପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ରଣା, ଉପାଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରାଉତ, ପ୍ରଶାସନିକ ଅଧିକାରୀ ଡକ୍ଟର ଭାଗବତ ଭୂୟାଁ, ଏକାଡେମିକ୍‌ ବିଭାଗର ଅଧ୍ୟାପିକା ସୋନାଲିସା ମହାନ୍ତି, ପରୀକ୍ଷା ନିୟନ୍ତ୍ରକ ଡକ୍ଟର ଅଞ୍ଜନା ବେହେରା, ଆକାଉଣ୍ଟ ବିଭାଗର କୁଞ୍ଜ ବିହାରୀ ମହାନ୍ତି, ଅଧ୍ୟାପିକା ମିତାଲି ରାଉତରାୟ, ସେକ୍ସନ ଅଧିକାରୀ ବଳରାମ ନାୟକଙ୍କ ସହିତ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ ଉତ୍ତର ଓଡ଼ିଶା ତଥା ବାଲେଶ୍ୱର ଗୌରବକୁ ଆଗକୁ ନେଇ ଥିବାରୁ କଶିସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details