ଓଡିଶା

odisha

ETV Bharat / videos

ବିବାହିତା ପାଳିଲେ ସାବିତ୍ରୀ ବ୍ରତ, ଢେଙ୍କାନାଳରେ ବିଭିନ୍ନ ମନ୍ଦିର ଲୋକାରଣ୍ୟ - Auspicious Savitri Brata - AUSPICIOUS SAVITRI BRATA

By ETV Bharat Odisha Team

Published : Jun 6, 2024, 10:33 PM IST

Savitri Brata In Dhenkanal: ଢେଙ୍କାନାଳ: ହିନ୍ଦୁ ପରମ୍ପରା ଅନୁସାରେ ଵାର ମାସରେ ତେର ପର୍ବ ପାଳନ ହୋଇଥାଏ । ଏସବୁ ମଧ୍ୟରେ ସାବିତ୍ରୀ ବ୍ରତ ଏକ ନିଆରା ପରମ୍ପରା । ସକାଳୁ ସକାଳୁ ସାବିତ୍ରୀ ବ୍ରତ ପୂଜା ପାଇଁ ମନ୍ଦିରରେ ମହିଳାଙ୍କ ଭିଡ଼ ଦେଖିବାକୁ ମିଳିଛି । ପୌରାଣିକ ମତ ଅନୁସାରେ ସାବିତ୍ରୀଙ୍କ ନିଜ ସ୍ବାମୀ ସତ୍ୟବାନଙ୍କ ପୁନଃ ଜୀବନ ପ୍ରାପ୍ତି ହିଁ ହିନ୍ଦୁ ମହିଳାଙ୍କୁ ପ୍ରେରଣା ଯୋଗାଇଥାଏ । ନିଜର ପତିଙ୍କ ପ୍ରତି ନିଷ୍ଠା ଓ ସତୀତ୍ବ ବଳରେ କାଳ ମୁଖରୁ ନିଜର ସ୍ବାମୀଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ ।  

ତେଣୁ ଆଜିର ଦିନରେ ନିଜର ସ୍ବାମୀଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ପ୍ରତ୍ୟେକ ବିବାହିତା ମହିଳା ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ଏହି କ୍ରମରେ ଢେଙ୍କାନାଳ ସହରର ବିଭିନ୍ନ ଦେବାଳୟରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି । ବିଶେଷ କରି ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ରାଧାକୃଷ୍ଣ ମନ୍ଦିର, ଦକ୍ଷିଣକାଳୀ ଶିବ ମନ୍ଦିର ଓ ଭାଗିରଥି ସାଗର କୂଳରେ ଥିବା ଆଖଣ୍ଡଳମଣି ଶିବ ମନ୍ଦିରରେ ମହିଳାଙ୍କର ଭିଡ଼ ଅଧିକ ପରିଲକ୍ଷିତ ହୋଇଥିଲା । 

ଏହା ମଧ୍ୟ ପଢନ୍ତୁ ... କିନ୍ନର ପାଳିଲେ ସାବିତ୍ରୀ, ଗୁରୁଙ୍କ ଶୁଭକାମନା କରି ମନାସିଛନ୍ତି ବ୍ରତ - Transgenders Celebrate Savitri Brata

ପ୍ରଚଣ୍ଡ ଖରା ଓ ଗ୍ରୀଷ୍ନ ପ୍ରବାହ ସତ୍ତ୍ୱେ ସାବିତ୍ରୀ ବ୍ରତର ପରମ୍ପରା ମୁତାବକ ମହିଳାମାନେ ନୂଆ ଶାଢ଼ୀ ପରିଧାନ କରିଥିବା ସହ ୨୧ପ୍ରକାରର ଫଳ ଅର୍ଥାତ ନଡ଼ିଆ, କଦଳୀ, ସେଓ, ସପୁରୀ, ଆମ୍ବ ଓ ଖଜୁରୀ ଆଦି ବିଭିନ୍ନ କିସମର ଫଳମୂଳ ଭୋଗକୁ ଡାଲାରେ ଭରି ବ୍ରତ ଓ ନୂଆ ଶାଢ଼ୀ ଧରି ମନ୍ଦିରରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା । ମାନସିକଧାରୀ ମହିଳାମାନେ ଦୀପ ଜାଳିବା ସହ ପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରି ନିଜ ସ୍ୱାମୀର ଦୀର୍ଘ ଜୀବନ କାମନା କରିଛନ୍ତି । ପରେ ପୂଜା ବ୍ରତକୁ ନିଜ ଦକ୍ଷିଣ ବାହୁରେ ଧାରଣ ପୂର୍ବକ ସ୍ୱାମୀଙ୍କ ଦୀର୍ଘ ଜୀବନ ମନାସିଛନ୍ତି ସଧବା ମହିଳାମାନେ ।

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

...view details