ଓଡିଶା

odisha

By ETV Bharat Odisha Team

Published : Apr 4, 2024, 1:47 PM IST

ETV Bharat / videos

ଆଠମଲ୍ଲିକ ଟିକେଟ୍ ପରେ ନଳୀନକାନ୍ତ କହିଲେ ମୁଖ୍ୟମନ୍ତ୍ରୀଙ୍କ ଭରସା ଅତୁଟ ରଖିବି - Assembly elections 2024

ଅନୁଗୋଳ: ଆଠମଲ୍ଲିକ ଆସନରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଠମଲ୍ଲିକ ବିଧାନସଭା ପାଇଁ ନଳିନୀକାନ୍ତ ପ୍ରଧାନଙ୍କ ନାଁରେ ମୋହର ମାରିଛନ୍ତି । ଦୀର୍ଘ ଦିନ ହେବ ଏଠାରୁ କିଏ ଟିକେଟ ପାଇବ ତାକୁ ନେଇ ନାନା ଆଲୋଚନା ଚାଲିଥିବା ବେଳେ ଶେଷରେ ପ୍ରାର୍ଥୀ ହୋଇଛନ୍ତି ନଳିନୀ । ଏହି ଖବର ପ୍ରସାରିତ ହେବା ମାତ୍ରେ ନଳିନୀଙ୍କ ବାସଭବନରେ କର୍ମୀ ଓ ନେତାଙ୍କ ଭିଡ଼ ଜମୁଛି । ତାଙ୍କୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଏବଂ ଦଳର ସଂଗଠନ ସମ୍ପାଦକ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ନଳିନୀକାନ୍ତ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ନିର୍ବାଚନରେ ସମସ୍ତ କର୍ମୀ ଓ ଭୋଟରଙ୍କ ଆଶୀର୍ବାଦରୁ ସେ ବିପୁଳ ଭୋଟରେ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀଙ୍କ ଭରସା ଓ ବିଶ୍ୱାସକୁ ଅତୁଟ ରଖିବେ ବୋଲି କହିଛନ୍ତି । ଏହି ଅବସରରେ ବିଜେଡି ପ୍ରାର୍ଥୀଙ୍କ ବାସଭବନରେ ପହଞ୍ଚି ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଅନୁଗୋଳ ପ୍ରତିନିଧି । 

ଏହା ମଧ୍ୟ ପଢନ୍ତୁ: ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା; ବ୍ରହ୍ମପୁର ଲୋକସଭାରୁ ଲଢିବେ ଭୃଗୁ ବକ୍ସିପାତ୍ର - BJD Lok Sabha And MLA Candidates

ABOUT THE AUTHOR

...view details