ସୂକ୍ଷ୍ମ କଳାକୃତିରେ ଅଯୋଧ୍ୟ ରାମ ମନ୍ଦିର, 1 ଇଞ୍ଚରେ ଚକ୍ରେ ହନୁମାନ ମୂର୍ତ୍ତି - ସୂକ୍ଷ୍ମ ଶିଳ୍ପୀ ଏଲ ଈଶ୍ୱର ରାଓ
Published : Jan 21, 2024, 3:11 PM IST
ଖୋର୍ଦ୍ଧା: ରାତି ପାହିଲେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହାକୁ ନେଇ ପୁର ଠୁ ପଲ୍ଲୀ ଯାଏ ଉତ୍ସବମୁଖର । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ସେପଟେ ଖୋର୍ଦ୍ଧା ଜଟଣୀ ଅଞ୍ଚଳର ସୂକ୍ଷ୍ମ ଶିଳ୍ପୀ ଏଲ ଈଶ୍ୱର ରାଓ ନିଜ କଳାକୃତିରେ ଅଯୋଧ୍ୟା ରାମ ମନ୍ଦିର ତିଆରି କରିଛନ୍ତି । ଏହି ଭବ୍ୟ ଓ ସୁନ୍ଦର ମନ୍ଦିରକୁ ସୂକ୍ଷ୍ମ କଳାକୃତି ମାଧ୍ୟମରେ ପ୍ରସ୍ତୁତ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ.. ଚର୍ଚ୍ଚାରେ ସୁରଟ ବଣିଆ, ମୁଦି ଉପରେ ତିଆରି କଲେ ରାମ ମନ୍ଦିର
କାଗଜ, ଚକ ଓ ଦିଆସିଲି କାଠିରେ ଛୋଟ ମନ୍ଦିର ପ୍ରସ୍ତୁତ କରିଛନ୍ତି ଏଲ ଈଶ୍ୱର ରାଓ । ସେହିପରି ମନ୍ଦିର କଡରେ 1ଇଞ୍ଚ ଚକ ଖଡ଼ିରେ ହନୁମାନଙ୍କ ମୂର୍ତ୍ତି ରଖିଛନ୍ତି । ଏହି ସୂକ୍ଷ୍ମ କଳାକୃତି ପାଇଁ ଈଶ୍ୱରଙ୍କୁ 7ଦିନ ସମୟ ଲାଗିଥିବା କହିଛନ୍ତି । ସେହିପରି ଏହି କଳା ମାଧ୍ୟମରେ ବିଶ୍ୱର ସମଗ୍ର ହିନ୍ଦୁ ସମାଜକୁ ଆସନ୍ତା 22 ତାରିଖ ଦିନ ନିଜ ନିଜ ଘରେ ଦୀପ ଜଳାଇ ଏହି ପବିତ୍ର ଦିନକୁ ପାଳନ କରିବା ପାଇଁ ନିବେଦନ କରିଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା