ପାର୍ବଣରେ ଆକ୍ସନମୋଡରେ ଅନୁଗୋଳ ପୋଲିସ, ପାଟ୍ରୋଲିଂ ଓ ପ୍ଲାଗମାର୍ଚ୍ଚ ସହ ଧରପକଡ଼ - SECURITY ARRANGEMENT FOR DURGA PUJA
Published : Oct 10, 2024, 12:21 PM IST
|Updated : Oct 10, 2024, 12:47 PM IST
ଅନୁଗୋଳ: ଦୁର୍ଗାପୂଜା ପାଇଁ ଆକ୍ସନମୋଡ଼ରେ ଅନୁଗୋଳ ପୋଲିସ । ଏସପି ଭାବେ IPS ରାହୁଲ ଜୈନଙ୍କ ଯୋଗଦାନ ପରେ ପୁରା ଆକ୍ସନ ମୋଡ଼ରେ ଜିଲ୍ଲା ପୋଲିସ ପ୍ରଶାସନ । ପାର୍ବଣ ପୂର୍ବରୁ ଅପରାଧ ରୋକିବାକୁ ପୋଲିସ ଚଳାଇଛି ଉଦ୍ୟମ । ଦଶହରା ଓ ଲକ୍ଷ୍ମୀପୂଜାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏସପି ଭାବେ ନୂଆ କରି ଦାୟିତ୍ୱ ନେଇଥିବା ରାହୁଲ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବାଧାନରେ ପ୍ରତିଦିନ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରାଯାଉଛି । ସହରଗୁଡିକରେ ସନ୍ଧ୍ୟାରେ ପାଟ୍ରୋଲିଂ କଡାକଡି କରାଯାଉଛି । ବିଭିନ୍ନ ଅସାମାଜିକ ଆଡ୍ଡା ଉପରେ ଜୋରଦାର ଚଢ଼ାଉ ଚାଲିଛି ।
ପୂଜାକୁ କିଭଳି ଲୋକେ ଭଲରେ ଉପଭୋଗ କରି ପାରିବେ ଏବଂ ଆନନ୍ଦ ଉଲ୍ଲାସର ସହ ମଜାମଉଜ କରିପାରିବେ ସେଥିପାଇଁ ପୋଲିସ ସଜାଗ ରହିଛି ବୋଲି ଏସପି ସୂଚନା ଦେଇଛନ୍ତି । ଖାଲି ସେତିକି ନୁହେଁ ଅମାନିଆ ଗାଡି ଚାଳକଙ୍କୁ ମଧ୍ୟ ସାବଡ଼ କରିବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛି ପୋଲିସ । ବିକଟାଳ ଶବ୍ଦରେ ଗାଡି ଚଳାଉଥିବା ଆମାନିଆଙ୍କଠାରୁ ଫାଇନ୍ ଆଦାୟ କରିବା ସହ ଗାଡି ସିଜ ଓ ବ୍ୟବହାର କରୁଥିବା ସାଇଲେନ୍ସର ସବୁ ଖୋଲି ଦିଆଯାଉଛି ।
ଇଟିଭି ଭାରତ, ଅନୁଗୋଳ