ଓଡିଶା

odisha

By ETV Bharat Odisha Team

Published : Feb 18, 2024, 9:54 PM IST

ETV Bharat / videos

କଳାହାଣ୍ଡିରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ, ସମ୍ବଲପୁରୀ ଗୀତର ତାଳରେ ନାଚିଲେ ବିଧାୟକ

Amo Odisha Nabin Odisha Programme in Kalahandi: ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଉଦଯାପିତ ହେଲା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ । ଆଜି ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଶଗଡା ପଞ୍ଚାୟତଠାରେ କାର୍ଯ୍ୟକ୍ରମର ସମାପନ ହୋଇଛି । କାର୍ଯ୍ୟକ୍ରମରେ ଅତିଥି ଭାବରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଶଗଡ଼ା ପଞ୍ଚାୟତ ସରପଞ୍ଚ ଗୋବିନ୍ଦ ନାଏକଙ୍କ ସମେତ ପଞ୍ଚାୟତର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।  

ଏହା ମଧ୍ୟ ପଢ଼ନ୍ତୁ.... ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, କଳାହାଣ୍ଡି ଜିଲ୍ଲାସ୍ତରରେ ୧୧୭ ଛାତ୍ରଛାତ୍ରୀ ପୁରସ୍କୃତ

ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ସରକାରଙ୍କ ସମସ୍ତ ସୁବିଧା ଓ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ । ପରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ସେହିପରି ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ପକ୍ଷରୁ ବିଭିନ୍ନ ସାମଗ୍ରୀ ମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା । ଜୁନାଗଡ଼ ବ୍ଲକ ଅଞ୍ଚଳରେ ଅନୁଷ୍ଠିତ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଆକର୍ଷଣ ଥିବା ସ୍ଥାନୀୟ ବିଧାୟକ ଦିବ୍ୟାଶଙ୍କର ମିଶ୍ରଙ୍କ ସମ୍ବଲପୁରୀ ନାଚ । ଯାହା ସାମାଜିକ ଗଣାଧ୍ୟାମରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଭିଡିଓଟି ଭାଇରାଲ ମଧ୍ୟ ହେଉଛି ।

ଇଟିଭି ଭାରତ, କଳାହାଣ୍ଡି  

ABOUT THE AUTHOR

...view details