ଓଡିଶା

odisha

ETV Bharat / videos

'ରକ୍ତ ଦିଅନ୍ତୁ ହେଲମେଟ ନିଅନ୍ତୁ' ବାର୍ତ୍ତା ନେଇ ରକ୍ତଦାନ ଶିବିର ଅନୁଷ୍ଠିତ

By ETV Bharat Odisha Team

Published : Jan 30, 2024, 8:26 AM IST

Blood donation camp: କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବାବାସାହେବ କଲ୍ୟାଣ ମଣ୍ଡପଠାରେ  ଅଭିନବ ଉପାୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଗତକାଲି(ସୋମବାର) ଆମ୍ବେଦକର ମୋବିଲାଇଜିଂ ଟିମ୍ ପକ୍ଷରୁ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଓଡ଼ିଶାରେ ପ୍ରଥମ ଥର ପାଇଁ "ରକ୍ତ ଦିଅନ୍ତୁ ହେଲମେଟ୍ ନିଅନ୍ତୁ ଏବଂ ଦୁଇଟି ଜୀବନ ବଞ୍ଚାନ୍ତୁ "ର ବାର୍ତ୍ତା ନେଇ ରକ୍ତଦାନ ଶିବିର ଆୟୋଜିତ କରାଯାଇଥିଲା l ଏହି ରକ୍ତଦାନ ଶିବିରରେ ଅନେକ ବ୍ୟକ୍ତି ବିଶେଷଙ୍କ ସମେତ ସ୍ଥାନୀୟ ବ୍ୟକ୍ତି ଓ କଲେଜର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ l ଯେଉଁମାନେ ରକ୍ତଦାନ କରିଥିଲେ ସେମାନଙ୍କୁ ଆମ୍ବେଦକର ମୋବିଲାଇଜିଂ ଟିମ୍ ପକ୍ଷରୁ ହେଲମେଟ ପ୍ରଦାନ କରାଯାଇଥିଲା l 

ଦୀର୍ଘ 5 ବର୍ଷ ହେବ ଆମ୍ବେଦକର ମୋବିଲାଇଜିଂ ଟିମ୍ ଅଭିନବ ଉପାୟରେ ରକ୍ତଦାନ ଶିବିର କରିବା ପାଇଁ ପ୍ରୟାସ କରିଆସୁଛି  । ଚଳିତ ବର୍ଷ ନିଜ ନିଜ ଭିତରେ ପଇସା ଆଦାୟ କରି ଯେଉଁମାନେ ରକ୍ତଦାନ କରିବେ ସେମାନଙ୍କୁ ହେଲମେଟ ପ୍ରଦାନ କରି ବାଇକ ଚଳାଇବା ବେଳେ ହେଲମେଟ ବ୍ୟବହାର କରିବା ପାଇଁ ସଚେତନତା କରାଇବା ଲକ୍ଷ୍ୟ ନେଇ ଏହି ରକ୍ତଦାନ ଶିବିର ଆୟୋଜନ କରିଥିଲେ l ଜିଲ୍ଲାରେ ଅନେକ ରୋଗୀ ରକ୍ତହୀନତାରେ ପ୍ରାଣ ହରାଉଛନ୍ତି । ତେଣୁ ଜିଲ୍ଲାରେ ରକ୍ତହୀନତାକୁ ଦୂର କରିବା ପାଇଁ ଆମ୍ବେଦକର ମୋବିଲାଇଜିଂ ଟିମ୍ ଏହି ପ୍ରୟାସ କରିଛି l ଏହି ରକ୍ତଦାନ ଶିବିରରେ 120ରୁ ଊର୍ଦ୍ଧ୍ବ ରକ୍ତ ସଂଗ୍ରହ କରାଯାଇଥିଲା l ଆମ୍ବେଦକର ମୋବିଲାଇଜିଂ ଟିମ୍ ପକ୍ଷରୁ ଏଭଳି ଅଭିନବ ଉପାୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିବାରୁ ସ୍ଥାନୀୟ ବାସିନ୍ଦା ଖୁସି ପ୍ରକାଶ କରିଛନ୍ତି  । 

ଏହା ମଧ୍ୟ ପଢନ୍ତୁ- ବିବାହ ଉତ୍ସବରେ ରକ୍ତଦାନ ଶିବିର, ଚର୍ଚ୍ଚାରେ ବିହାର ବର

ଇଟିଭି ଭାରତ,କୋରାପୁଟ

ABOUT THE AUTHOR

...view details