ETV Bharat / technology

ଆଧାର କାର୍ଡ ଅପଡେଟ; ଖୁବଶୀଘ୍ର ସରୁଛି ଡେଡ୍‌ଲାଇନ୍‌, ଏମିତି ମାଗଣାରେ କରନ୍ତୁ ଅପଡେଟ୍‌ - AADHAR CARD FREE UPDATE DEADLINE

ଆଧାର କାର୍ଡ ଅପଡେଟର ଶେଷ ତାରିଖ ହେଉଛି ଡିସେମ୍ବର 14 । ଏହି ସମୟ ମଧ୍ୟରେ ଆପଣ ମାଗଣାରେ ଘରେ ବସି ଅନଲାଇନରେ ଅପଡେଟ କରିପାରିବେ । କେମିତି ଜାଣନ୍ତୁ...

Aadhar Card
Aadhar Card (ETV Bharat)
author img

By ETV Bharat Tech Team

Published : Nov 26, 2024, 12:59 PM IST

ହାଇଦ୍ରାବାଦ: ଆଧାର କାର୍ଡ ଅପଡେଟର ଶେଷ ତାରିଖକୁ ଆଉ କିଛି ଦିନ ଘୁଞ୍ଚାଇଛନ୍ତି ସରକାର । ମାଗଣାରେ ଘରେ ବସି ଆଧାର କାର୍ଡ ଅପଡେଟ କରିବା ଲାଗି ଆଉ ମାତ୍ର 3 ସପ୍ତାହରୁ କମ ଦିନ ରହିଛି । ଶେଷ ତାରିଖ ଡିସେମ୍ବର 14 ତାରିଖ ରହିଛି । ଖୁବଶୀଘ୍ର ନିଜ ତଥ୍ୟ ଅପଡେଟ କରିବା ଲାଗି ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥୋରିଟି ଅଫ୍ ଇଣ୍ଡିଆ(UIDAI) ନାଗରିକଙ୍କୁ ସୂଚିତ କରିଛି । ଯେଉଁମାନେ 10ବର୍ଷ ପୂର୍ବରୁ ଆଧାର କାର୍ଡ ପାଇଥିଲେ ସେମାନେ ଅପଡେଟ କରାଇନେବା ଉଚିତ ।

ଆଧାର କାର୍ଡ ଅପଡେଟ କାହିଁକି ଆବଶ୍ୟକ ?

ନିର୍ଭରଯୋଗ୍ୟତା, ଆଇନଗତ ଅନୁପାଳନ ଏବଂ ପରିଚୟ ଲାଗି ଆଧାର କାର୍ଡ ଏକ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ । ଯଦି ଆପଣ ଅନ୍ୟ କୌଣସି ସ୍ଥାନରେ ରହୁଛନ୍ତି ବା ଆପଣଙ୍କ ଠିକଣାର ପରିବର୍ତ୍ତନ ହୋଇଛି ତେବେ ଏହାକୁ ନିଜ ଆଧାର କାର୍ଡରେ ଅପଡେଟ କରାଇନେବା ଉଚିତ । ୧୦ବର୍ଷ ଭିତରେ ଆଧାର ଅପଡେଟ୍‌ କରିବା ନିହାତି ଜରୁରୀ ।

ଏହା ବି ପଢନ୍ତୁ
  1. PVC Aadhaar Card: ନା ଚିରିବ ନା ଖରାପ ହେବ; 50ଟଙ୍କାରେ ଘରେ ପହଞ୍ଚିବ ଲଙ୍ଗ୍‌ ଲାଷ୍ଟିଂ ଆଧାର କାର୍ଡ, ଜାଣନ୍ତୁ କେମିତି ?
  2. ଅପବ୍ୟବହାର ହେଉନି ତ ଆପଣଙ୍କ ଆଧାର କାର୍ଡ; କେମିତି ବର୍ତ୍ତିବେ, ଜାଣନ୍ତୁ ଷ୍ଟେପ-ବାଏ-ଷ୍ଟେପ

ଆଧାର କାର୍ଡ ଅପଡେଟ ଖର୍ଚ୍ଚ:-

ଡିସେମ୍ବର 14 ତାରିଖ ପର୍ଯ୍ୟନ୍ତ ଆଧାର କାର୍ଡ ଅପଡେଟ କଲେ ଆପଣ ମାଗଣାରେ କରିପାରିବେ । କିନ୍ତୁ ଡେଡ୍‌ଲାଇନ ପରେ ଯଦି ଆପଣ ଆଧାର କାର୍ଡ ଅପଡେଟ କରୁଛନ୍ତି ତେବେ ଆପଣ ନିକଟସ୍ଥ ଆଧାର ସେଣ୍ଟରରେ କରିପାରିବେ । ଏଥିଲାଗି ଆପଣଙ୍କୁ 50ଟଙ୍କା ଦେୟ ଦେବାକୁ ପଡ଼ିବ ।

କିପରି ଆଧାର ଅପଡେଟ କରିବେ ?

  • ପ୍ରଥମେ 'myAadhaar portal'କୁ ଯାଆନ୍ତୁ ଓ ଏହାପରେ 'Login' ବଟନ ଉପରେ କ୍ଲିକ୍‌ କରନ୍ତୁ ।
  • ଏହାପରେ ନିଜ ଆଧାର ନଂ, କ୍ୟାପଚା କୋଡ୍‌ ଦିଅନ୍ତୁ ଓ 'Send OTP' ବଟନ୍‌ ଦବାନ୍ତୁ ।
  • OTP ପ୍ରବେଶ କରିବା ପରେ 'login' ବଟନ୍‌ ଉପରେ କ୍ଲିକ୍‌ କରନ୍ତୁ ଓ ପରେ 'Document Update' ଉପରେ କ୍ଲିକ୍‌ କରନ୍ତୁ ।
  • ନିୟମାବଳୀକୁ ଭଲ ଭାବରେ ପଢନ୍ତୁ ଓ ପରେ 'Next' ଉପରେ କ୍ଲିକ୍‌ କରନ୍ତୁ । ଭିରେଫିକେସନ ବକ୍ସକୁ ଯାଞ୍ଚ କରନ୍ତୁ ଏବଂ 'Next' ଉପରେ କ୍ଲିକ୍‌ କରନ୍ତୁ ।
  • 'Proof of Identity' ଓ 'Proof of address'ରେ ନିଜ ବ୍ୟକ୍ତିଗତ ତଥ୍ୟ ଭରନ୍ତୁ ।
  • ଏହାପରେ 'Submit' ଉପରେ କ୍ଲିକ୍‌ କରନ୍ତୁ । ଡକ୍ୟୁମେଣ୍ଟ ଅପଡେଟ ଷ୍ଟାଟସ ଯାଞ୍ଚ କରିବା ଲାଗି ଆପଣଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏକ ‘service request number (SRN)’ ନମ୍ବର ଯିବ । ଏହାଦ୍ବାରା ଆପଣଙ୍କ ଆବେଦନର ସ୍ଥିତି କଣ ତାହା ଆପଣ ଜାଣିପାରିବେ ।

ଆଧାର ନିୟମାବଳୀ:-

ଆଧାର ନାମଲେଖା ଏବଂ ଅଦ୍ୟତନ ନିୟମାବଳୀ 2016 ଅନୁଯାୟୀ, "ଆଧାର ନମ୍ବର ହିତାଧିକାରୀମାନେ ତାଙ୍କୁ ଦିଆଯାଇଥିବା ଆଧାର ନମ୍ବରର ଜେନେରେସନ ତାରିଖଠାରୁ 10 ବର୍ଷର ଅବଧି ଶେଷ ହେବା ପରେ ନିଜ ଡକ୍ୟୁମେଣ୍ଟ କିମ୍ବା ପରିଚୟର ପ୍ରମାଣ ଦେଉଥିବା ତଥ୍ୟକୁ ଅପଡେଟ୍ କରିପାରେ । ଅନ୍ତତଃ ପକ୍ଷେ ଥରେ ଏକ ଆବେଦନ ଦାଖଲ କରି ଠିକଣାର ପ୍ରମାଣ ଦେବା ଉଚିତ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.