ETV Bharat / technology

Tata Tiagoର ବଡ଼ ଉପଲବ୍ଧି; 6ଲକ୍ଷ ୟୁନିଟ୍‌ ବିକ୍ରି ସଂଖ୍ୟା ପାର୍‌ - TATA TIAGO SALES

ଟାଟା ଟିଆଗୋ ହ୍ୟାଚ୍‌ବ୍ୟାକ୍‌ରେ ବିକ୍ରିରେ ବଡ଼ ଉପଲବ୍ଧି । ମାତ୍ର 16ମାସ ମଧ୍ୟରେ 1ଲକ୍ଷ ୟୁନିଟ କାରି ବିକ୍ରି ରେକର୍ଡ । ଅଧିକ ପଢନ୍ତୁ

Tata Tiago
Tata Tiago (Credit- Tata Motors)
author img

By ETV Bharat Tech Team

Published : Nov 26, 2024, 12:23 PM IST

ହାଇଦ୍ରାବାଦ: ଟାଟା ଟିଆଗୋ ମଧ୍ୟବିତ୍ତ ପରିବାରଙ୍କ ପ୍ରଥମ ପସନ୍ଦ କାର ହୋଇପାରିଛି । ଟାଟା ମୋଟର୍ସ ନିଜର ସବୁଠୁ ଶସ୍ତା କାର 'ଟାଟା ଟିଆଗୋ'ର 6ଲକ୍ଷ ୟୁନିଟ ବିକ୍ରି ସଂଖ୍ୟା ପାର କରିଛି । ସବୁଠୁ ଖାସ କଥା ହେଉଛି ଗତ 16 ମାସ ମଧ୍ୟରେ ଟାଟା ଟିଆଗୋର 1ଲକ୍ଷ ୟୁନିଟ ବିକ୍ରି ହୋଇଛି । ଏବେ ଟାଟା ଟିଆଗୋର ପ୍ରାରମ୍ଭିକ ଏକ୍ସ-ଶୋ'ରୁମ ମୂଲ୍ୟ 5.65 ଲକ୍ଷ ଟଙ୍କା ରହିଛି । କମ୍ପାନୀ ଭାରତରେ ଟାଟା ଟିଆଗୋର ବିଭିନ୍ନ ଭାରିଏଣ୍ଟ ବିକ୍ରି କରୁଛି, ଯେଉଁଥିରେ ପେଟ୍ରୋଲ, ଇଲେକ୍‌ଟ୍ରିକ ଭର୍ସନକୁ ମଧ୍ୟ ଗ୍ରାହକ ବେଶ ପସନ୍ଦ କରୁଛନ୍ତି । ଟାଟା ଟିଆଗୋ 2016, ଏପ୍ରିଲ 6 ତାରିଖରେ ଲଞ୍ଚ ହୋଇଥିଲା ।

କଣ କହୁଛି SIAM ତଥ୍ୟ:-

ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମ୍ୟାନୁଫ୍ୟାକଚର (SIAM)ର ତଥ୍ୟ ଅନୁସାରେ, ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଟାଟା 5,96,661 ୟୁନିଟ ଟାଟା ଟିଆଗୋ ବିକ୍ରି କରିଥିଲା । ନଭେମ୍ବରରେ ଏହା 6ଲକ୍ଷ ୟୁନିଟ୍‌ ସେଲ୍‌ ସଂଖ୍ୟା ପାର କରିଛି । ଅଗଷ୍ଟରୁ ଅକ୍ଟୋବର 2024 ଅବଧି ମଧ୍ୟରେ ଏହି ହ୍ୟାଚବ୍ୟାକ୍‌ର ହାରାହାରି ମାସିକ ବିକ୍ରି 4,546 ୟୁନିଟ୍ ଥିଲା । କମ୍ପାନୀ ପ୍ରତିଦିନ ପ୍ରାୟ 151 ୟୁନିଟ୍ ବିକ୍ରି କରିଥିଲା ​​ଏବଂ ଅବଶିଷ୍ଟ 3,339 ୟୁନିଟ୍ ନଭେମ୍ବର 2024ର ପ୍ରଥମ ତିନି ସପ୍ତାହରେ ବିକ୍ରି ହୋଇଥିଲା ।

କମ୍ପାନୀର ସର୍ବାଧିକ ବିକ୍ରି କାର୍‌ 'ଟିଆଗୋ':-

ଟାଟା ମୋଟର୍ସର ତିନି ମଡେଲ ଯାତ୍ରୀବାହୀ କାର ପୋର୍ଟଫୋଲିଓ ମଧ୍ୟରେ ଟିଆଗୋ, ଟାଇଗର ସେଡାନ ଏବଂ ପ୍ରିମିୟମ ହ୍ୟାଚବ୍ୟାକ୍ ଆଲଟ୍ରୋଜ ଅନ୍ତର୍ଭୁକ୍ତ । ଏଥିମଧ୍ୟରୁ ଟିଆଗୋ ସର୍ବାଧିକ ବିକ୍ରି ହୋଇଛି । Tiagoର ସର୍ବୋତ୍ତମ ବିକ୍ରି ଆର୍ଥିକ ବର୍ଷ-2019ରେ ହୋଇଥିଲା, ଯେତେବେଳେ କି 92,369 ୟୁନିଟ୍ ବିକ୍ରି ହୋଇଥିଲା । ଏହା କମ୍ପାନୀର ଯାତ୍ରୀବାହୀ କାର ବିକ୍ରିର 1,31,387 ୟୁନିଟ୍ ଥିଲା । ଏଥି ସହିତ ମୋଟ ଯାତ୍ରୀବାହୀ ଯାନ (କାର ଏବଂ ଏସୟୁଭି) ବିକ୍ରି 2,31,512 ୟୁନିଟର 40 ପ୍ରତିଶତ ଥିଲା । କିନ୍ତୁ 2020 କୋଭିଡ ମହାମାରୀର ପରବର୍ତ୍ତୀ ତିନି ଆର୍ଥିକ ବର୍ଷରେ ଟାଟା ଟିଆଗୋର ବିକ୍ରି 49,000ରୁ 58,000 ୟୁନିଟ୍ ମଧ୍ୟରେ ଥିଲା ​ । ଏହାପରେ FY-23ରେ ଏହାର ଚାହିଦା ବୃଦ୍ଧି ପାଇଥିଲା । ଏହାପରେ ଟିଆଗୋର ହୋଲସେଲ୍‌ 33 ପ୍ରତିଶତ ବୃଦ୍ଧି ପାଇ 77,399 ୟୁନିଟରେ ପହଞ୍ଚିଥିଲା ଓ ପରେ ଆର୍ଥିକ ବର୍ଷ 2024ରେ ଏହା 85,478ୟୁନିଟରେ ପହଞ୍ଚିଥିଲା ।

ଏହା ବି ପଢନ୍ତୁ
  1. ଅକ୍ଟୋବର ଆଣିଲା ଖୁସି; Hyundai CNG କାର୍‌ର ବମ୍ଫର ବିକ୍ରି
  2. Tata Tiago EVର ବଡ଼ ଉପଲବ୍ଧି; 50ହଜାର ୟୁନିଟ ବିକ୍ରି ନମ୍ବର କଲା ପାର

କମ୍ପାନୀରେ ଟାଟା ଟିଆଗୋର ସେୟାର:-

ସେହିପରି କମ୍ପାନୀରେ ଟାଟା ଟିଆଗୋର ସେୟାରର ସ୍ଥିତି ମଧ୍ୟ ସୁଦୃଢ ରହିଛି । ଆର୍ଥିକ ବର୍ଷ 2017ରେ ଏହାର ସେୟାର 42% ରହିଥିବା ବେଳେ 2019ରେ 71% ଓ ଏବେ 2024 ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଏହାର ସେୟାର 51 ପ୍ରତିଶତ ରହିଛି ।

3 ଫର୍ମାଟ୍‌ରେ ହିଟ୍‌ ଟାଟା ଟିଆଗୋ:-

ଟାଟା ଟିଆଗୋର ପେଟ୍ରୋଲ, ସିଏନଜି ଓ ଇଲେକ୍‌ଟ୍ରିକ 3ଟି ପାୱାରଟ୍ରେନ ମାର୍କେଟରେ ଭଲ ପ୍ରତିକ୍ରିୟା ମିଳିଛି । କାରର ପେଟ୍ରୋଲ ଓ ସିଏନଜି ମଡେଲରେ 1.2 ଲିଟରର ନ୍ୟାଚୁରାଲ ଏସ୍ପିରେଟେଡ ଇଞ୍ଜିନ ଦିଆଯାଇଛି । ଏହି ଇଞ୍ଜିନ 84bhp ଶକ୍ତି ଓ 113nm ପିକ୍‌ ଟର୍କ ପ୍ରଦାନ କରିଥାଏ । ଟାଟା ଏହି ଇଞ୍ଜିନ ସହିତ 5-ସ୍ପିଡ ମ୍ୟାନୁଆଲ ଓ 5-ସ୍ପିଡ AMT ଗିଅରବକ୍ସ ମଧ୍ୟ ଦେଇଛି । ସେପଟେ ସିଏନଜି ମଜେଲ ସହିତ କେବଳ ମ୍ୟାନୁଆଲ ଗିଅରବକ୍ସ ଦିଆଯାଇଛି । ଫଳରେ ସିଏନଜି କାରରେ ଇଞ୍ଜିନର ପାୱାର 72bhp ଓ 95nm ପିକ୍‌ ଟର୍କ ମିଳୁଛି ।

ଥରେ ଚାର୍ଜ କଲେ ଯିବ 315କିମି:-

ଟାଟା ଟିଆଗୋର ଇଲେକ୍‌ଟ୍ରିକ କାର କଥା କହିଲେ ଏହା 2ଟି ବ୍ୟାଟେରୀ ପ୍ୟାକ୍‌ ସହିତ ଆସିଛି । ଛୋଟ ବ୍ୟାଟେରୀ ପ୍ୟାକ୍‌ରେ 19.2 କିଲୋୱାଟ-ଆର ଶକ୍ତି ମିଳିଥାଏ, ଯାହାକି 250କିମି ରେଞ୍ଜ ପ୍ରଦାନ କରେ । ଛୋଟ ବ୍ୟାଟେରୀ 45 କିଲୋୱାଟ ଇଲେକଟ୍ରିକ ମୋଟର ସହିତ ଆସିଥିବା ବେଳେ 110ଏନଏମ ପିକ୍‌ ଟର୍କ ପ୍ରଦାନ କରିଥାଏ । ସେପଟେ ବଡ଼ ବ୍ୟାଟେରୀ 24 କିଲୋୱାଟ-ଆରର ହୋଇଥିବା ବେଳେ ଥରେ ଚାର୍ଜ କଲେ ଏହା 315କିମି ପର୍ଯ୍ୟନ୍ତ ଚାଲିପାରେ । ଏହା 55 କିଲୋୱାଟ ଇଲେକଟ୍ରିକ ମୋଟର ସହିତ ଆସିଥିବା ବେଳେ 114nm ପିକ୍‌ ଟର୍କ ପ୍ରଦାନ କରିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.