ETV Bharat / health

ହୃଦୟ ପାଇଁ ହିତକର କ୍ଷୀର, ପ୍ରତିଦିନ ପିଇଲେ ମିଳେ ଏମିତି ଫାଇଦା - HEALTH BENEFITS OF DRINKING MILK

ପ୍ରତିଦିନ କ୍ଷୀର ପିଇଲେ ଶରୀରକୁ ମିଳେ ଚମତ୍କାର ଫାଇଦା । ହାଡ଼ଠାରୁ ଦାନ୍ତ ପର୍ଯ୍ୟନ୍ତ ଲୁହା ପରି ମଜଭୁତ ହୋଇଯାଏ । ଅଧିକ ପଢନ୍ତୁ

5 Health milk of drinking milk
5 Health milk of drinking milk (ETV Bharat)
author img

By ETV Bharat Health Team

Published : Nov 26, 2024, 12:49 PM IST

କ୍ଷୀର ସ୍ବାସ୍ଥ୍ୟ ପକ୍ଷେ ଖୁବ୍ ଲାଭଦାୟକ । ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ, କ୍ୟାଲସିୟମ, ଭିଟାମିନ ଏ, ବି12, ରାଇବୋଫ୍ଲାବିନ, ଆୟୋଡିନ ସହ ଅନ୍ୟାନ୍ୟ ପୋଷକ ତତ୍ତ୍ବ ରହିଥାଏ । ଏହା ଶରୀରକୁ ଶକ୍ତି ଯୋଗାଏ, ହୃଦୟ ସୁସ୍ଥ ରଖେ ଏବଂ ହାଡ ମଜଭୁତ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଏ । ରାତିରେ ଭଲ ନିଦ ଆଣେ । ସେଥିପାଇଁ ଡାକ୍ତରମାନେ ପିଲାମାନଙ୍କୁ କ୍ଷୀର ପିଇବା ପାଇଁ ପରାମର୍ଶ ଦିଅନ୍ତି । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ । କ୍ଷୀର ଶରୀର ପାଇଁ କେତେ ଜରୁରୀ ସେମାନଙ୍କୁ ଜଣାନଥାଏ । ଚାଲନ୍ତୁ ଏହି ଖବରରେ ଜାଣିବା ପ୍ରତିଦିନ କ୍ଷୀର ପିଇଲେ କ'ଣ ସବୁ ସ୍ବାସ୍ଥ୍ୟଗତ ଲାଭ ମିଳେ ।

ହାଡ ମଜଭୁତ କରେ:

କ୍ଷୀର କ୍ୟାଲେସିୟମର ସବୁଠୁ ଭଲ ଉତ୍ସ । ଏହା ହାଡ ଓ ଦାନ୍ତ ମଜଭୁତ କରେ । ନିୟମିତ କ୍ଷୀର ପିଇବା ଦ୍ବାରା ଶରୀରକୁ ପ୍ରଚୁର କ୍ୟାଲସିୟମ ମିଳେ । ଏହା ଅଷ୍ଟିଓପୋରୋସିସ ଭଳି ହାଡ ରୋଗ ହେବାର ଆଶଙ୍କା କମାଏ ଏବଂ ସାମାନ୍ୟ ଆଘାତରେ ହାଡ ଭାଙ୍ଗିବାରୁ ରୋକେ । ସେହିପରି ଏଥିରେ ଭିଟାମିନ-ଡି ମଧ୍ୟ ରହିଛି । ଯାହାକି ହାଡର ବୃଦ୍ଧି, ମରାମତିରେ ସାହାଯ୍ୟ କରେ । ଏଥିରୁ ମିଳୁଥିବା ଶକ୍ତି ଥକ୍କାପଣ ଦୂର କରେ । ଶରୀରକୁ ସକ୍ରିୟ ରଖେ ।

ହୃଦୟ ସ୍ବାସ୍ଥ୍ୟ ଓ ବ୍ଲଡପ୍ରେସର:

ନିଜ ହୃଦୟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ପ୍ରତିଦିନ କ୍ଷୀର ପିଅନ୍ତୁ । ଏଥିରେ ପ୍ରୋଟିନ ଓ ଗୁଡ୍ ଫ୍ୟାଟ୍ ଭରପୁର ଥିବାରୁ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ କ୍ଷୀର ପିଇଲେ ଭୋକ ନିୟନ୍ତ୍ରଣ ରହେ । ଆଉ କିଛି ଖାଇବାକୁ ଇଚ୍ଛା ହୁଏନି । ଏହା ଶରୀରରେ ବ୍ଲଡପ୍ରେସର ନିୟନ୍ତ୍ରଣ କରେ । ହାଇ ବ୍ଲଡପ୍ରେସର ହୃଦରୋଗର ପ୍ରମୁଖ କାରଣ ହୋଇଥିବାବେଳେ ଏହା ବ୍ଲଡପ୍ରେସର କମାଇ ହୃଦୟ ସୁସ୍ଥ ରଖେ ।

ମସ୍ତିଷ୍କ ସୁସ୍ଥ ରଖେ:

କିଛି ରିସର୍ଚ୍ଚରୁ ଜଣାପଡେ, ଜଣେ ଯୁବକ ସବୁଦିନ କ୍ଷୀର ପିଇଲେ କିମ୍ବା କ୍ଷୀର ଜାତୀୟ ପଦାର୍ଥ ଖାଇଲେ ତାଙ୍କ ମସ୍ତିଷ୍କରେ ଗ୍ଲୁଟାଥିଓନେ ନାମକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ବୃଦ୍ଧି ପାଏ । ସେହିପରି ଏଥିରୁ ମିଳୁଥିବା ଭିଟାମିନ ଡି ସେରୋଟୋନିନ ନାମକ ହରମୋନ ଉତ୍ପାଦନ କରେ ଯାହାକି ଆମର ମୁଡ୍ ଓ ନିଦ ସହ ଜଡିତ ।

ସୁଖ ନିଦ୍ରା:

ଉଷୁମ କ୍ଷୀର ପିଇଲେ ରାତିରେ ଭଲ ନିଦ ହୋଇଥାଏ । ଶରୀରକୁ ଆରାମ ମିଳିଥାଏ ଓ ମାନଚିକ ଚିନ୍ତା ଦୂର ହୋଇଥାଏ । କ୍ଷୀରରେ ଟ୍ରିପ୍ଟୋଫନ ଓ ବାୟୋଆକ୍ଟିଭ ପେପଟାଇଡ ମିଳେ ଯାହା ସୁଖ ନିଦ୍ରାରେ ସାହାଯ୍ୟ କରେ । ତେବେ ଉଷୁମ କ୍ଷୀରରେ ଅଳ୍ପ ହଳଦୀ ମିଶାଇଦେଲେ ଏହାର ସ୍ବାସ୍ଥ୍ୟଗତ ଫାଇଦା ଆହୁରି ବଢିଯାଏ । ଏଥିରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢେ ।

ତ୍ବଚା ଓ କେଶ:

ନାନା ସ୍ବାସ୍ଥ୍ୟଗତ ଲାଭ ବ୍ୟତୀତ କ୍ଷୀର ଆମର ଚର୍ମ ଓ କେଶ ପାଇଁ ମଧ୍ୟ ଲାଭଦାୟକ । କ୍ଷୀରରେ ଭିଟାମିନ ବି12, ଏ, ଡି, ବି6, ବାୟୋଟିନ, ପ୍ରୋଟିନ, କ୍ୟାଲସିୟମ ଓ ଆହୁରି ଅନେକ ପୋଷକ ତତ୍ତ୍ବ ରହିଛି ଯାହାକି ତ୍ବଚାକୁ ପୋଷଣ ଯୋଗାଏ । ଏଥିରୁ ମିଳୁଥିବା ଭିଟାମିନ ଏ ଶରୀରରେ ନୂଆ କୋଶିକା ସଂରଚନାକୁ ପ୍ରତ୍ସୋହିତ କରେ । ଆପଣ କ୍ଷୀରକୁ ନେଇ ମୁହଁରେ ଲଗାଇଲେ ତ୍ବଚା ଗ୍ଲୋ କରିଥାଏ । ଏଥିସହ ଏହା କେଶ ବୃଦ୍ଧିରେ ମଧ୍ୟ ସହାୟକ ହୁଏ ।

Ref- https://www.healthline.com/nutrition/milk

ଏହା ମଧ୍ୟ ପଢନ୍ତୁ: ବାରମ୍ବାର ପରିସ୍ରା ଲାଗୁଛି କି ? ଡାକ୍ତର କହିଲେ ହୋଇପାରେ ଏହି ସମସ୍ୟା

ଏହା ମଧ୍ୟ ପଢନ୍ତୁ: ଡାଇବେଟିସ ରୋଗୀ ଭୁଲରେ ଖାଆନ୍ତୁନି ଏସବୁ ଫଳ, ଜାଣନ୍ତୁ କାରଣ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.