ହାଇଦ୍ରାବାଦ: ସଙ୍ଗୀତଜ୍ଞ ଏ ଆର୍ ରେହମାନଙ୍କ ସହ ଲିଙ୍କଅପ୍ ଚର୍ଚ୍ଚା ଉପରେ ମୋହିନୀ ଦେ ପୁଣି ଥରେ ପ୍ରତିକ୍ରିୟା ରଖିଛନ୍ତି । ରେହମାନ ସାଇରା ବାନୁଙ୍କଠାରୁ ଛାଡପତ୍ର ଘୋଷଣାର କିଛି ଘଣ୍ଟା ପରେ ମୋହିନୀ ମଧ୍ୟ ତାଙ୍କ ସ୍ୱାମୀଙ୍କ ସହ ସମ୍ପର୍କ ଭାଙ୍ଗିଥିଲେ। ଯାହା ପରେ ନେଟିଜେନ୍ସ ମୋହିନୀଙ୍କ ନାଁ ରେହମାନଙ୍କ ସହ ଯୋଡି ହେବା ଆରମ୍ଭ କଲା ଏବଂ ସେମାନଙ୍କ ଲିଙ୍କଅପ୍ ବିଷୟରେ ଆଲୋଚନା ଜୋର ଧରିଥିବା ବେଳେ ବର୍ତ୍ତମାନ ମୋହିନୀ ଏକ ଭିଡିଓ ସେୟାର କରି ପ୍ରତିକ୍ରିୟା ରଖିଛନ୍ତି ଏବଂ ଏହି ସମୟରେ ସେ ବେଶ ଭାବପ୍ରବଣ ମଧ୍ୟ ହୋଇଛନ୍ତି ।
- 'ମୁଁ ତାଙ୍କୁ ବହୁତ ସମ୍ମାନ କରେ'
ମୋହିନି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, 'ଏ ଆର୍ ରେହମାନ ମୋ ବାପାଙ୍କ ପରି, ମୁଁ ତାଙ୍କୁ ବହୁତ ସମ୍ମାନ କରେ, ସାରଙ୍କ ମୋର ବୟସର ଝିଅ ଅଛନ୍ତି, ଆମେ ଦୁହେଁ ପରସ୍ପରକୁ ବହୁତ ସମ୍ମାନ ଦେଉଛୁ । ଆଠ ବର୍ଷ, ମୁଁ ଟିମରେ ଏକ ଗିଟାର୍ ପ୍ଲେୟାର ଭାବରେ କାମ କରିଛି । ମୁଁ ଆପଣମାନଙ୍କୁ ହାଡ ଯୋଡି ଅନୁରୋଧ କରୁଛି, ଏହା ବହୁତ ଦୁଃଖ ଦେଉଛି ଏବଂ ଯନ୍ତ୍ରଣାଦାୟକ ମଧ୍ୟ । ଏହା ଏକ ବ୍ୟକ୍ତିଗତ ବିଷୟ । ଦୟାକରି ଗୋପନୀୟତା ବଜାୟ ରଖିବାକୁ ଦିଅନ୍ତୁ ।'
ଏହା ମଧ୍ୟ ପଢନ୍ତୁ: ଏ ଆର ରେହମାନଙ୍କ ସହ ଲିଙ୍କଅପ୍ ଖବର ନେଇ ମୁହଁ ଖୋଲିଲେ ମୋହିନୀ ଦେ, କହିଲେ ଏମିତି
- 'ସେ ମୋ ବାପାଙ୍କ ପରି'
ମୋହିନୀ ତାଙ୍କ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ମୁଁ ବିଶ୍ୱାସ କରିପାରୁନି ଯେ ମୋ ଏବଂ ଏ ଆର ରେହମାନଙ୍କ ବିଷୟରେ ଏପରି ଅଦରକାରୀ କଥା କୁହାଯାଉଛି, ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ ମୁଁ ଏହିପରି ଭାବପ୍ରବଣତା ପ୍ରତି କୌଣସି ସମ୍ମାନ ଏବଂ ସହାନୁଭୂତି ଦେଖାଇବି ନାହିଁ । ଲୋକମାନେ ମାନସିକ ସ୍ତରରେ ଅସୁସ୍ଥ, ରେହମାନ ସାର୍ ଜଣେ କିମ୍ବଦନ୍ତୀ, ସେ ମୋ ପିତାଙ୍କ ପରି । ମୋର କାହାକୁ କୌଣସି ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ନାହିଁ, କିନ୍ତୁ ଏହିପରି ଜିନିଷ କାହାର ଜୀବନକୁ ନଷ୍ଟ କରିପାରେ, ତେଣୁ ଦୟାକରି ଦୟାଳୁ ହୁଅନ୍ତୁ ଏବଂ ମିଥ୍ୟା ଖବର ପ୍ରଚାର କରନ୍ତୁ ନାହିଁ ଏବଂ ଏହାଠାରୁ ଦୂରେଇ ରୁହନ୍ତୁ । ଆମର ଗୋପନୀୟତାକୁ ସମ୍ମାନ କରନ୍ତୁ ।'
ଏହା ମଧ୍ୟ ପଢନ୍ତୁ: ଏଆର ରେହମାନଙ୍କ ଠାରୁ କାହିଁକି ନେଲେ ଛାଡପତ୍ର ? କାରଣ କହିଲେ ସାଇରା ବାନୋ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ