ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଆଳତୀ, ମଙ୍ଗଳମୟ ହେବ ଦିନ - Alati of Maa Tarini - ALATI OF MAA TARINI
Published : Jun 18, 2024, 7:08 AM IST
Alati of Maa Tarini: କେନ୍ଦୁଝର: ଘଟଗାଁ ବାସିନୀ ମାଆ ତାରିଣୀ । ଭକ୍ତର ମାଆ ତାରିଣୀ ମାଆ । ତାଙ୍କର ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତଟି ଧାଇଁ ଆସିଥାଏ ଘଟଗାଁ ପୀଠକୁ । ମାଆ ତାରିଣୀଙ୍କ ଆଳତୀ ଦର୍ଶନ କଲେ ଜୀବନର ସବୁ ଦୁଃଖ ଦୂର ହୋଇଥାଏ ଓ ମାଆଙ୍କ କୃପା ମିଳିଥାଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ପ୍ରଭାତରୁ ଘଟଗାଁ ପୀଠରେ ମାଆ ତାରିଣୀଙ୍କ ଆଳତୀ ହୋଇଥାଏ । ଆଜି ମଧ୍ୟ ସକାଳୁ ସକାଳୁ ସେବାୟତମାନେ ମାଆ ତାରିଣୀଙ୍କ ଆଳତୀ କରିଛନ୍ତି । ନାଲି ମନ୍ଦାରରେ ଝଟକୁଛନ୍ତି ମାଆ । ଘଣ୍ଟଘଣ୍ଟା, ଶଙ୍ଖ ନାଦ, ହୁଳହୁଳି ଓ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ମାଆଙ୍କ ଆଳତୀ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ । ମାଆ ତାରିଣୀଙ୍କ ପ୍ରିୟ ନଡିଆ, ତେଣୁ ତାଙ୍କୁ ନଡିଆରାଣୀ କୁହାଯାଏ । ମନସ୍କାମନା କରି ମାଆଙ୍କୁ ନଡିଆଟିଏ ଯାଚି ହେଲେ ମନବାଞ୍ଛା ପୂରଣ ହୁଏ ।
ଇଟିଭି ଭାରତ, କେନ୍ଦୁଝର