ପ୍ରଭାତରେ ଦର୍ଶନ କରନ୍ତୁ ନଡିଆ ରାଣୀ ମା' ତାରିଣୀଙ୍କ ଦିବ୍ୟ ଆଳତୀ - Maa Tarini Alati - MAA TARINI ALATI
Published : Jun 15, 2024, 7:08 AM IST
Maa Tarini temple Kendujhar: କେନ୍ଦୁଝର: ଘଟଗାଁବାସିନୀ ଜୟ ମାଆ ତାରିଣୀ । ଭକ୍ତର ବତ୍ସଳ ମାଆ ତାରିଣୀ । ମାଆଙ୍କର ମହିମା ଅପାର ।ସନ୍ତାନ ଡାକିଲେ ଯେମିତି ମାଆ ଓଃ କରେ ସେମିତି ଭକ୍ତଟିଏ ଆକୁଳ ହୋଇ ଡାକିଲେ ଓଃ କରନ୍ତି ମାଆ ତାରିଣୀ । ମାଆଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଘଟଗାଁ ପୀଠକୁ ଧାଇଁ ଆସନ୍ତି ଭକ୍ତ । ମାଆ ତାରିଣୀଙ୍କ ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୋଇ ଅପାର କରୁଣ ପ୍ରାପ୍ତ ହୁଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ଭୋରରୁ ଘଟଗାଁ ପୀଠରେ ମା'ଙ୍କ ଆଳତୀ କରାଯାଏ । ସବୁଦିନ ଭଳି ଆଜି ମଧ୍ୟ ସକାଳୁ ସକାଳୁ ପୂଜାପଣ୍ଡା ସେବାୟତ ମାଆ ତାରିଣୀଙ୍କ ଆଳତୀ ସମ୍ପନ୍ନ କରିଛନ୍ତି । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଉଛି ଘଟଗାଁ ପୀଠ । ନାଲି ମନ୍ଦାର ମାଳାରେ ଝଟକୁଛନ୍ତି ମାଆ । ଦର୍ଶନ କରନ୍ତୁ ନଡିଆ ରାଣୀଙ୍କ ଏହି ଦିବ୍ୟ ଆଳତୀ...
ଇଟିଭି ଭାରତ, କେନ୍ଦୁଝର