ଓଡିଶା

odisha

ETV Bharat / videos

ଟଳିଲା ବାତ୍ୟା ବିପଦ; ଆରମ୍ଭ ହେଲା ଟ୍ରେନ ଚଳାଚଳ, ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଅପେକ୍ଷାରତ ଯାତ୍ରୀ

By ETV Bharat Odisha Team

Published : 4 hours ago

ବ୍ରହ୍ମପୁର: ବାତ୍ୟା 'ଦାନା'କୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ଅନେକ ଟ୍ରେନ ଚଳାଚଳ ଉପରେ କଟକଣା କରିବା ସହିତ ବହୁ ଟ୍ରେନକୁ ବାତିଲ କରାଯାଇଥିଲା । ହେଲେ ବାତ୍ୟା ଓଡିଶା ଉପକୂଳ ଛୁଇଁବା ପରେ ଏହାକୁ ନେଇ ରହିଥିବା ବିପଦ ଏକପ୍ରକାର ଟଳିଯିବା ପରେ ଆରମ୍ଭ ହୋଇଛି ଟ୍ରେନ ଚଳାଚଳ । ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଯାତ୍ରୀମାନେ ସେମାନଙ୍କ ଗନ୍ତବ୍ୟ ପଥରେ ଯାତ୍ରା କରିବାକୁ ବାହାରିଥିବା ଦେଖିବାକୁ ମିଳିଛି । ରାଜ୍ୟର ପ୍ରମୁଖ ରେଳଷ୍ଟେସନ କୁହାଯାଉଥିବା ବ୍ରହ୍ମପୁର ରେଳଷ୍ଟେସନରେ ବାତ୍ୟା 'ଦାନା'ର କୌଣସି ପ୍ରଭାବ ନପଡିବା ପରେ ବିଭିନ୍ନ ସ୍ଥାନକୁ ଯାତ୍ରା କରିବା ପାଇଁ ଅପେକ୍ଷା କରି ରହିଥିବା ଯାତ୍ରାମାନେ ସକାଳ ସମୟରେ ରେଳଷ୍ଟେସନରେ ପହଞ୍ଚି ଟ୍ରେନକୁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା । 

ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ରେଳ ଷ୍ଟେସନଗୁଡିକରେ ଅଟକି ରହିଥିବା ଟ୍ରେନଗୁଡିକ ପୁଣିଥରେ ଚଳାଚଳ କରିବାକୁ ନିର୍ଦ୍ଦେଶ ମିଳିଥିଲା । ବ୍ରହ୍ମପୁର ରେଳ ଷ୍ଟେସନର ଡାଉନ୍ ଟ୍ରାକ୍‌ରେ ରେଳ ଚଳାଚଳ କରିବାକୁ ଅନୁମତି ମିଳିବା ସହିତ ରେଳ କର୍ତ୍ତୁପକ୍ଷଙ୍କୁ ସୂଚନା ଆସିବା ପରେ ଡାଉନ୍ ଟ୍ରାକରେ ଟ୍ରେନ ଗଡିବା ଆରମ୍ଭ ହୋଇଛି । ଯାହାକି ଡାଉନ୍ ଟ୍ରାକ୍‌ରେ ଜନସାଧାରଣଙ୍କ ଗୁରୁତ୍ୱପୂର୍ଣ୍ଣ ଟ୍ରେନ କୁହାଯାଉଥିବା ଫାଲକନାମା ଏକ୍ସପ୍ରେସ, ବିଶାଖା ଏକ୍ସପ୍ରେସ, ଅମରାବତୀ ଏକ୍ସପ୍ରେସ, ପ୍ରଶାନ୍ତି ଏକ୍ସପ୍ରେସ ଭଳି ଟ୍ରେନ ଚଳାଚଳ କରିବ ବୋଲି କୁହାଯାଇଛି । ସେପଟେ ଅପ ଟ୍ରାକରେ ଟ୍ରେନଗୁଡିକୁ ଚଳାଚଳ ଉପରେ ବାତିଲ ହୋଇଥିବା ଯୋଗୁଁ ତାହା ଚଳାଚଳ କରୁନଥିବା ଦେଖାଯାଇଛି । 

ବାତ୍ୟା ଦାନା ଓଡିଶା ଉପକୂଳରେ ଲେଣ୍ଡଫଲ୍ କରିବ ବୋଲି ଯେଉଁ ସୂଚନା ରହିଥିଲା ତାହା ହିଁ ହୋଇଥିବା ବେଳେ ଏହାକୁ ନେଇ ଟ୍ରେନ ଠାରୁ ଆରମ୍ଭ କରି ବିମାନ ଚଳାଚଳ ଉପରେ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିଲା । ହେଲେ ବାତ୍ୟା ଯୋଗୁଁ ଟ୍ରେନ ଚଳାଚଳ ବନ୍ଦ ହୋଇ ରହିଥିବା ଯୋଗୁଁ ପୂର୍ବରୁ ଆସିଯାଇଥିବା ଯାତ୍ରୀ ଏବଂ ପର୍ଯ୍ୟଟକମାନେ ବାତ୍ୟା ପରେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ବ୍ରହ୍ମପୁର ରେଳଷ୍ଟେସନରେ ଅପେକ୍ଷାରତ ରହିଥିବା ଦେଖାଯାଇଛି । 

ପଶ୍ଚିମବଙ୍ଗ ଅଞ୍ଚଳରୁ ଆସିଥିବା ବହୁ ବ୍ୟକ୍ତିବିଶେଷ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଆସିବା ପରେ ପୁରୀକୁ ଯିବା ପାଇଁ ଟ୍ରେନ ପାଇଁ ଅପେକ୍ଷା କରିଥିବା ବେଳେ ଅନ୍ୟ କେତେକ କଲିକତାର ବିଭିନ୍ନ ଅଞ୍ଚଳ ସମେତ ଅନେକ ରାଜ୍ୟ ବାହରକୁ ଯିବା ପାଇଁ ଅପକ୍ଷା କରି ରହିଥିବା ଇଟିଭି ଭାରତ ସହିତ ଆଲୋଚନା ସମୟରେ ସୂଚନା ଦେଇଛନ୍ତି । ସେପଟେ ବାତ୍ୟା 'ଦାନା'କୁ ମୁକାବିଲା କରିବା ପାଇଁ ରେଳ ବିଭାଗ ପକ୍ଷରୁ ପ୍ରତ୍ୟେକ ରେଳଷ୍ଟେସନରେ ହେଲ୍ପଲାଇନ୍ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶନାମା ରହିଥିବା ବେଳେ ଏହିକ୍ରମରେ ବ୍ରହ୍ମପୁର ରେଳଷ୍ଟେସନରେ ଯାତ୍ରୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ସୁବିଧା ପାଇଁ ହେଲ୍ପଲାଇନ୍  କାର୍ଯ୍ୟକାରୀ କରୁଥିବା ବେଳେ ବାତ୍ୟା ଓଡିଶାରେ ଲେଣ୍ଡଫଲ୍ ହେବା ପରେ ମଧ୍ୟ ଷ୍ଟେସନ ପରିସରରେ ରେଳ ବିଭାଗର କର୍ମଚାରୀମାନେ ଏହାକୁ କାର୍ଯ୍ୟକାରୀ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବିଭିନ୍ନ ସ୍ଥାନକୁ ଯାତ୍ରା କରିବା ପାଇଁ ଅପେକ୍ଷା କରି ରହିଥିବା ଯାତ୍ରୀମାନେ କେଉଁ ଟ୍ରେନ ଚଳଚାଳ କରିବ ଏବଂ କେଉଁ ଟ୍ରେନ ବର୍ତ୍ତମାନା ସୁଦ୍ଧା ବାତିଲ ରହିଛି ତାହାକୁ ଷ୍ଟେସନ ପରିସରରେ ୨୪ ଘଣ୍ଟିଆ ସେବା ଯୋଗାଇ ଦେବା ପାଇଁ ରହିଥିବା ହେଲ୍ପଲାଇନର ସହାୟତା ନେଉଥିବା ଦେଖାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...'ବାତ୍ୟାରେ ଜିରୋ କାଜୁଆଲଟି ମିଶନ ସଫଳ', ଦାନା ଲ୍ୟାଣ୍ଡଫଲ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା

ଏହା ମଧ୍ୟ ପଢ଼ନ୍ତୁ...ସରିଲା ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ପ୍ରକ୍ରିୟା, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜରେ ବର୍ଷା ଆଲର୍ଟ

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details