ଓଡିଶା

odisha

ETV Bharat / videos

ଅଢେଇ କୋଟି ଠକି ନେଲା ଭାଣିଜୀଜ୍ବାଇଁ ! ଅଭିଯୁକ୍ତ ଗିରଫ - JAGATSINGHPUR FRAUD CASE

By ETV Bharat Odisha Team

Published : Dec 7, 2024, 5:19 PM IST

ଜଗତସିଂହପୁର: ଜ୍ୱାଇଁକୁ ଚାକିରି ଦେବା ପଡ଼ିଲା ମହଙ୍ଗା । ଜାଲ ଦସ୍ତଖତ କରି ପ୍ରାୟ ଦୁଇ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକିନେଲା ଭାଣିଜୀଜ୍ୱାଇଁ । ଏଭଳି ଏକ ବଡ଼ ଧରଣର ଠକେଇ ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲାରୁ । ସେପଟେ ଭୁବନେଶ୍ୱରରୁ ଅଭିଯୁକ୍ତ ଧନଞ୍ଜୟ ସାହୁକୁ ଗିରଫ କରିଛି ପୋଲିସ । 

ଜଗତସିଂହପୁର ଥାନା ଅଧିକାରୀ ତପନ କୁମାର ନାହାକ କହିଛନ୍ତି," ସଦର ଥାନା ଅନ୍ତର୍ଗତ ପୁନଙ୍ଗଠାରେ ଦୁର୍ଗା ଷ୍ଟିଲ ଇଣ୍ଡଷ୍ଟ୍ରି ନାମକ ଏକ ସଂସ୍ଥା ରହିଛି । ଯାହା ଓଡ଼ିଶାର ବିଭିନ୍ନ ସ୍ଥାନରେ ଠିକା କାର୍ଯ୍ୟ କରିଥାଏ । ତେବେ ଉକ୍ତ କମ୍ପାନୀ ମାଲିକ ରବୀନ୍ଦ୍ର କୁମାର ମହାନ୍ତି, ତିର୍ତ୍ତୋଲ ଥାନା ଅନ୍ତର୍ଗତ ପୁରପାଟଣା ଗ୍ରାମର ଭାଣିଜୀଜ୍ୱାଇଁ ଧନଞ୍ଜୟ ସାହୁଙ୍କୁ ଚାକିିରି ଦେଇଥିଲେ । ତେବେ ଧନଞ୍ଜୟ ଉକ୍ତ କମ୍ପାନୀର ଆର୍ଥିକ କରବାର ବୁଝାସୁଝା କରୁଥିଲେ । 2023 ମସିହାରେ କମ୍ପାନୀ କ୍ଷତି ସହିବାରୁ ମାଲିକ ରବୀନ୍ଦ୍ର ମହାନ୍ତି ଅର୍ଥିକ କାରବାର ସମ୍ପର୍କରେ ଖୋଳତାଡ଼ କରିଥିଲେ । ଯାହାଫଳରେ ଭାଣିଜୀଜ୍ବାଇଁ ଧନଞ୍ଜୟ ଚାକିରି ଛାଡି ପଳାଇଥିଲା । ପରେ ସେ ଦୁଇ କୋଟିରୁ ଅଧିକ ଟଙ୍କା ହଡ଼ପ ହୋଇଥିବା ଜାଣିବାକୁ ପାଇବା ପରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଧନଞ୍ଜୟ ସାହୁକୁ ଭୁବନେଶ୍ବରରୁ ଗିରଫ କରାଯାଇଛି ।"  

ଏହା ମଧ୍ୟ ପଢନ୍ତୁ ...ସରକାରୀ ଚାକିରି ନାଁରେ ଲକ୍ଷ ଲକ୍ଷ ଚଳୁ, ୯ ଗିରଫ

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details