ଓଡିଶା

odisha

ETV Bharat / videos

ବୌଦ୍ଧରେ ପାରମ୍ପରିକ ଲୋକନୃତ୍ୟରେ ଦୁଲୁକୁଛି ମା' ଭୈରବୀ ମହୋତ୍ସବ ମଞ୍ଚ - MAA BHAIRABI MAHOTSAV 2024

By ETV Bharat Odisha Team

Published : Dec 1, 2024, 10:28 PM IST

ବୌଦ୍ଧ: ଲୁପ୍ତପ୍ରାୟ ଲୋକକଳାରେ କମ୍ପିଲା ମହୋତ୍ସବ ମଣ୍ଡପ । ଲୋକ ବାଦ୍ୟର ତାଳେ ତାଳେ ଲୋକନୃତ୍ୟ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖୁଥିବା ବେଳେ ମେଳାରେ ବାଲୁକା କଳା ଓ ବିଭିନ୍ନ ହାତ ତିଆରି ସାମଗ୍ରୀ ବେଶ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଛି । ଲୋକ ବାଦ୍ୟର ତାଳେ ତାଳେ ଦୁଲୁକୁଛି ମହୋତ୍ସବ ମଣ୍ଡପ । ବୌଦ୍ଧ ଜିଲ୍ଲାର ଆରାଧ୍ୟ ଦେବୀ ପୁରୁଣାକଟକର ମା' ଭୈରବୀଙ୍କ ମାହାତ୍ମ୍ୟ ତଥା ଅଞ୍ଚଳର ଲୁପ୍ତ ପ୍ରାୟ ଲୋକକଳାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆୟୋଜିତ ହେଉଛି ମା' ଭୈରବୀ ମହୋତ୍ସବ । ଚଳିତ ବର୍ଷ ଚତୁର୍ଥ ମା' ଭୈରବୀ ମହୋତ୍ସବ ଦୀର୍ଘ ୬ ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ଏଠାରେ ପାରମ୍ପରିକ ଲୋକକଳାକୁ ଉତ୍ସାହିତ ସହିତ ରାଜ୍ୟ ତଥା ଦେଶର ବିଭିନ୍ନ ବିପଣନ ସାମଗ୍ରୀକୁ ବିକ୍ରୟର ବ୍ୟବସ୍ଥା କରାଯାଇଛି । 

ଏହା ମଧ୍ୟ ପଢ଼ନ୍ତୁ...ନୃତ୍ୟ ସଂଗମ ୨୦୨୪, ପାରମ୍ପରିକ ଆଦିବାସୀ ନାଚରେ ଦୁଲୁକିଲା ମଞ୍ଚ

ଏହା ମଧ୍ୟ ପଢ଼ନ୍ତୁ...ଆଜିଠୁ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମହୋତ୍ସବ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

କାର୍ଯ୍ୟକ୍ରମକୁ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ମହୋତ୍ସବ ମଣ୍ଡପରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକକଳା ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି । ଯାହାକି ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖୁଛି । ମହୋତ୍ସବରେ ବାଲୁକା କଳା ଦର୍ଶକଙ୍କୁ ବେଶ ଆକର୍ଷିତ କରୁଥିବା ବେଳେ ମେଳାରେ ଅଂଶ ଗ୍ରହଣ କରିଥିବା ବିପଣନ ସାମଗ୍ରୀର ଷ୍ଟଲ ସମସ୍ତଙ୍କୁ ବେଶ ଆକର୍ଷିତ କରୁଛି । ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ବିଭିନ୍ନ ହାତ ତିଆରି ଘରକରଣା ସାମଗ୍ରୀ ସମେତ ବୟନ ସାମଗ୍ରୀ ବିଶେଷ ଭାବରେ ରାଜସ୍ଥାନର ହାତ ତିଆରି ଚୂଡି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମେଳାରେ ଚଟପଟା ଖାଦ୍ୟର ମଜା ଉଠାଇଛନ୍ତି ଦର୍ଶକ ଓ ପର୍ଯ୍ୟଟକ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details