ଓଡିଶା

odisha

ETV Bharat / videos

କୋଣାର୍କ ମହୋତ୍ସବ ଚତୁର୍ଥ ସନ୍ଧ୍ୟା, କୁଚିପୁଡ଼ି ନୃତ୍ୟରେ ଝୁମିଲେ ଦର୍ଶକ - 4TH EVENING OF KONARK FESTIVAL

By ETV Bharat Odisha Team

Published : Dec 5, 2024, 4:21 PM IST

Konark festival 2024 ନିମାପଡ଼ା: ଦୁଲୁକୁଛି କୋଣାର୍କର ମୁକ୍ତାକାଶ ରଙ୍ଗ ମଞ୍ଚ । ଗତକାଲି (ବୁଧବାର) କୋଣାର୍କ ମହୋତ୍ସବ ଚତୁର୍ଥ ସନ୍ଧ୍ୟାରେ 'କୁଚିପୁଡ଼ି' ନୃତ୍ୟରେ ଝୁମିଲେ ଦର୍ଶକ । ପ୍ରଥମ ପର୍ଯ୍ୟାୟରେ ହାଇଦ୍ରାବାଦରୁ ଆସିଥିବା ଦୀପିକା ରେଡ୍ଡୀଙ୍କ ଗ୍ରୁପ ଦ୍ଵାରା ପରିବେଷିତ ହୋଇଥିଲା "କୁଚିପୁଡ଼ି"ନୃତ୍ୟ । ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଭୁବନେଶ୍ଵରର "ରୁଦ୍ରାକ୍ଷ ଫାଉଣ୍ଡେସନ"ର ଗୁରୁ ବିଚିତ୍ରାନନ୍ଦ ସ୍ଵାଇଁ ଓ ସାଥି କଳାକାରଙ୍କ ଦ୍ବାରା ପରିବେଷଣ ହୋଇଥିଲା 'ଓଡିଶୀ ନୃତ୍ୟ'। 'ହଂସ କଲ୍ୟାଣୀ ପଲ୍ଲବୀ ' ଓ 'ଶାକ୍ୟ ମୁନି ବୁଦ୍ଧ' ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ । ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡାଙ୍କ ସହ ଏକାଧିକ ମନ୍ତ୍ରୀ ସାମିଲ ହୋଇଥିଲେ । ସମସ୍ତେ କଳାକାରମାନଙ୍କ ନୃତ୍ୟକୁ ଭରପୁର ଉପଭୋଗ କରିବା ସହ ଅନ୍ତର୍ଜାତୀୟ ବାଲୁକାକଳା ପ୍ରଦର୍ଶନୀକୁ ମଧ୍ୟ ପରିଦର୍ଶନ କରିଥିଲେ । ସେପଟେ ଚଳିତ ବର୍ଷ କୋଣାର୍କ ଉତ୍ସବକୁ ସାତଦିନ କରିବାକୁ ଅନୁରୋଧ କରିଛନ୍ତି ପର୍ଯ୍ୟଟକ ।

ଏହା ମଧ୍ୟ ପଢନ୍ତୁ...କୋଣାର୍କ ବାଲୁକା କଳା ମହୋତ୍ସବ, ବୁଦ୍ଧ ଶାନ୍ତି ସ୍ତୁପ ଦେଖି ପର୍ଯ୍ୟଟକ ବିମୋହିତ 

ଇଟିଭି ଭାରତ, ନିମାପଡ଼ା 

ABOUT THE AUTHOR

...view details