ଓଡିଶା

odisha

By ETV Bharat Odisha Team

Published : Feb 10, 2024, 5:36 PM IST

ETV Bharat / videos

୪୨ ବର୍ଷ ପରେ କଲେଜକୁ ମିଳିଲା ନିଜସ୍ବ ଜମି, ଜିଲ୍ଲାପ୍ରଶାସନର ପଦକ୍ଷେପକୁ ଲୋକଙ୍କ ପ୍ରଶଂସା

ଝାରସୁଗୁଡା: ଜିଲ୍ଲା ପ୍ରଶାସନର ତତ୍ପରତା ପାଇଁ କଲେଜକୁ ମିଳିଲା ଜମି । ଜିଲ୍ଲାପାଳଙ୍କ ତ୍ବରିତ ପଦକ୍ଷେପ ପାଇଁ ୪୨ ବର୍ଷ ପୁରୁଣା ମହିଳା କଲେଜକୁ ମିଳିଲା ନିଜସ୍ବ ଜମି । ସୂଚନା ଅନୁଯାୟୀ ୧୯୮୨ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଝାରସୁଗୁଡ଼ା ଓମେନ୍ସ କଲେଜ । କଲେଜର ନିଜସ୍ବ ଜମି ପଟ୍ଟା ନଥିବା ବେଳେ ଝାରସୁଗୁଡ଼ା ଏଡୁକେସନାଲ ୱେଲଫେୟାର ଟ୍ରଷ୍ଟ  ଦ୍ବାରା ଏହା ପରିଚାଳିତ ହେଉଥିଲା । ପୂର୍ବରୁ ଜମି ରେଜିଷ୍ଟ୍ରେସନ ପାଇଁ ଅନେକ ଉଦ୍ୟମ କରାଯିବା ସତ୍ତ୍ବେ ଫଳ ଶୂନ୍ୟ ରହିଥିଲା । ଯାହା ଫଳରେ ଉଚ୍ଚଶିକ୍ଷା ବିଭାଗର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରୁ କଲେଜ ବଞ୍ଚିତ ହେଉଥିଲା । ଏପରିକି ପିଜି କୋର୍ସ ଖୋଲିବା ପାଇଁ ଆବେଦନ କରିଥଲେ ମଧ୍ୟ ତାହା ନାକଚ ହେଉଥିଲା । କିନ୍ତୁ ଏ ସମସ୍ତ ସମସ୍ୟାର ସମାଧାନ ହୋଇଛି  ।  

ଏହା ମଧ୍ୟ ପଢନ୍ତୁ... ଆଦିବାସୀ ଛାତ୍ରଛାତ୍ରୀ ଶିଖିବେ ଫିଲ୍ମ ନିର୍ମାଣ, ସିୟୁଓ-ଏଫଟିଆଇଆଇର ମିଳିତ ୱାର୍କସପ ଆରମ୍ଭ

ଝାରସୁଗୁଡ଼ା ଏଡୁକେସନାଲ ୱେଲଫେୟାର ଟ୍ରଷ୍ଟ ଦ୍ବାରା ମହିଳା ମହାବିଦ୍ୟାଳୟ ଟ୍ରଷ୍ଟିକୁ ଆଜି ପ୍ରଥମେ ସାମ୍ବିଧାନିକ ଆଇନ ଅନୁଯାୟୀ ଦଲିଲ ଦସ୍ତାବିଜ ଜିଲ୍ଲା ଉପନିବନ୍ଧକଙ୍କ ଦ୍ଵାରା ମହାବିଦ୍ୟାଳୟ ପ୍ରାଧ୍ୟାପକ ସରୋଜ କୁମାର କୁଅଁରଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଦଲିଲ ଦସ୍ତାବିଜରେ ୧ ଏକର ୧୬ ଡିସିମିଲ ପରିମିତ ୧୦ ଗୋଟି ପ୍ଲଟ ଯାହାର ମୂଲ୍ୟ ୧୧ କୋଟି ୬୯ ଲକ୍ଷ ୩୭ ହଜାର ୩ ଶହ ୯୪ ଟଙ୍କାର କୋଠା ଏବଂ ଜମିକୁ ମହିଳା ମହାବିଦ୍ୟାଳୟ ଟ୍ରଷ୍ଟିକୁ ଝାରସୁଗୁଡ଼ା ଏଡୁକେସନାଲ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ସ୍ବଇଚ୍ଛାରେ ପ୍ରଦାନ କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ଜମି ପଟ୍ଟା ପ୍ରଦାନ କରାଯିବ ବୋଲି ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁ ସୂଚନା ପ୍ରଦାନ କରିଛନ୍ତି । ଏହି ସୁସମ୍ବାଦ ମିଲିବା ପରେ ପଢୁଥିବା ଛାତ୍ରୀ, ଅଧ୍ୟାପକ ତଥା ବୁଦ୍ଧିଜୀବୀ ମାନେ ଖୁସି ପ୍ରକଟ କରିଛନ୍ତି । 

ଇଟିଭି ଭାରତ, ଝାରସୁଗୁଡା 

ABOUT THE AUTHOR

...view details