ଓଡିଶା

odisha

ETV Bharat / videos

କୋଣାର୍କ ବାଲୁକା କଳା ମହୋତ୍ସବ, ବୁଦ୍ଧ ଶାନ୍ତି ସ୍ତୁପ ଦେଖି ପର୍ଯ୍ୟଟକ ବିମୋହିତ

By ETV Bharat Odisha Team

Published : 20 hours ago

14TH International Sand Art Festival-2024 Konark, ନିମାପଡ଼ା (କୋଣାର୍କ): ୧୪ତମ ଅନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବର ତୃତୀୟ ଦିନ । ତୃତୀୟ ସନ୍ଧ୍ୟାରେ ଚନ୍ଦ୍ରଭାଗା ଉପକୂଳରେ ବାଲୁକା କଳାରେ ଓଡ଼ିଶାର ପର୍ଯ୍ୟଟନ ଓ ବୁଦ୍ଧଙ୍କ ଶାନ୍ତି ସ୍ତୁପକୁ ଦେଖି ପର୍ଯ୍ୟଟକ ବିମୋହିତ ହୋଇଛନ୍ତି । ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଦେଶ ବିଦେଶର ପ୍ରତିଷ୍ଠିତ ବାଲୁକାଶିଳ୍ପୀ ଏହି ବାଲୁକା କଳା ପ୍ରଦର୍ଶନୀରେ ଅଂଶଗ୍ରହଣ କରି ସେମାନଙ୍କ କଳା ପ୍ରଦର୍ଶନ କରୁଛନ୍ତି । ପ୍ରତିଦିନ ଭିନ୍ନଭିନ୍ନ ପ୍ରସଙ୍ଗ ଉପରେରେ ପ୍ରତିଯୋଗୀମାନେ ସେମାନଙ୍କ କଳାକୃତି ପ୍ରଦର୍ଶନ କରୁଛନ୍ତି । ଶିଳ୍ପୀମାନଙ୍କ ଦ୍ବାରା କରାଯାଉଥିବା ବାଲୁକା କଳାକୁ ଦେଖିବା ପାଇଁ ପ୍ରତିଦିନ ପର୍ଯ୍ୟଟକଙ୍କ ବିଡ଼ ଲାଗୁଛି ।

ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ତୃତୀୟ ଦିନରେ Tourism & Peace ଥିମ ରଖାଯାଇଥିଲା । ଟୁରିଜିମ ମାଧ୍ୟମରେ ଦେଶରେ କିଭଳି ଶାନ୍ତିର ବାର୍ତ୍ତା ପ୍ରସାର କରିହେବ ସେନେଇ ଶିଳ୍ପୀମାନେ ନିଜନିଜ କଳାକୃତି ମାଧ୍ୟମରେ ପ୍ରଦର୍ଶନ କରିଛନ୍ତି । ସେହିଭଳି ବୌଦ୍ଧ ଧର୍ମ ଓ ଏହାର ଐତିହ୍ୟ ଥିମକୁ ନେଇ କିଛି ଶିଳ୍ପୀ ବାଲୁକାକଳା କରିଛନ୍ତି । ଯାହାକୁ ଦେଖିବା ପାଇଁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମିବା ସହ ଶିଳ୍ପୀମାନଙ୍କ କଳାର ପ୍ରସଂଶା କରୁଛନ୍ତି ।

ଏହାମଧ୍ୟ ପଢ଼ନ୍ତୁ...୧୪ତମ ଅନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହାମଧ୍ୟ ପଢ଼ନ୍ତୁ...କୋଣାର୍କ ମହୋତ୍ସବ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ନୃତ୍ୟ-ସଙ୍ଗୀତରେ ଝୁମିଲେ ଦର୍ଶକ

 ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details