ହାଇଦ୍ରାବାଦ: କ୍ବିକ୍ କମର୍ସ ସର୍ଭିସ ପ୍ରଦାନ କରୁଥିବା କମ୍ପାନୀ ଧିରେ ଧିରେ ପାରମ୍ପରିକ କିଣାବିକାର ପରିଭାଷାକୁ ପରିବର୍ତ୍ତନ କରିଛନ୍ତି । ଆମେ ସାଧାରଣତଃ ଅନଲାଇନରେ ଅତ୍ୟାବଶ୍ୟକ ସାମଗ୍ରୀ, ବୈଦ୍ୟୁତିକ ଉପକରଣ, ଖାଦ୍ୟ ଓ ପୋଷାକ ଅର୍ଡର କରିଥାଉ । କିନ୍ତୁ କେବଳ ଟେଷ୍ଟ ଡ୍ରାଇଭ ପାଇଁ କାର ? ଆଜ୍ଞା ହଁ, ଏହା ଶୁଣିବାକୁ ଅସାଧାରଣ ଲାଗୁଥିଲେ ମଧ୍ୟ ଏବେ ଜେପ୍ଟୋ (Zepto) କେବଳ ଟେଷ୍ଟ ଡ୍ରାଇଭ ପାଇଁ ମାତ୍ର 10ମିନିଟରେ ଆପଣଙ୍କ ଘର ଆଗରେ ପହଞ୍ଚାଇବ ସ୍କୋଡାର ନୂଆ କିଲାକ୍ ଏସୟୁଭି କାର (Kylaq SUV) । ଏଥିଲାଗି ଜେପ୍ଟୋ ଓ ସ୍କୋଡା ପାର୍ଟନରସିପ୍ ଆରମ୍ଭ କରିଛନ୍ତି ।
ଗତ ଡିସେମ୍ବର 2 ତାରିଖରେ ଭାରତୀୟ ବଜାରରେ ଲଞ୍ଚ ହୋଇଥିବା କିଲାକ୍ ଏସୟୁଭି କାରକୁ ଟେଷ୍ଟ ଡ୍ରାଇଭ ଲାଗି ଚଳିତ ମାସ ଫେବୃଆରୀ 8 ତାରିଖରୁ ଡେଲିଭରି ସେବା ଆରମ୍ଭ କରିବ ଜେପ୍ଟୋ । ଖାଦ୍ୟ ଅର୍ଡର କରିବା ପରି ଏକ କାର୍ ଅର୍ଡର କରିବା ନିଶ୍ଚିତ ଗ୍ରାହକଙ୍କ ଲାଗି ଭିନ୍ନ ଏକ ସପିଂ ଅନୁଭବ ହେବାକୁ ଯାଉଛି । ଜେପ୍ଟୋ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପଦାର୍ଥ ପରି କାରକୁ ଟେଷ୍ଟ ଡ୍ରାଇଭ ବୁକ୍କୁ ମଧ୍ୟ ସହଜ କରିବାକୁ ଲକ୍ଷ୍ୟ ରଖିଛି ।
ଘରଦ୍ବାରରେ ପହଞ୍ଚିବ କିଲାକ୍ ଏସୟୁଭି
ସ୍କୋଡା କହିଛି, "ମାତ୍ର 10 ମିନିଟରେ ଟେଷ୍ଟ ଡ୍ରାଇଭ ଲାଗି ଆପଣ କିଲାକ୍କୁ ବୁକ୍ କରିପାରିବେ ।" ଜେପ୍ଟୋର ଏହି ସେବା ଡିଲରସିପ୍ ପ୍ରକ୍ରିୟାକୁ ମଧ୍ୟ ପରିବର୍ତ୍ତନ କରିବାକୁ ଯାଉଛି । କାରଣ ପୂର୍ବରୁ ଟେଷ୍ଟ ଡ୍ରାଇଭ ଲାଗି କୌଣସି କାରକୁ ବୁକ୍ କରିବାକୁ ହେଲେ ଆଗୁଆ ତାରିଖ ନିର୍ଦ୍ଧାରଣ କରିବା ସହ ବହୁ ଅପେକ୍ଷା କରିବାକୁ ପଡୁଥିଲା । କିନ୍ତୁ ଏବେ ଉଭୟ ଜେପ୍ଟୋ ଓ ସ୍କୋଡା ଏହି ପ୍ରକ୍ରିୟାକୁ ଗ୍ରାହକଙ୍କ ଲାଗି ଅତି ସହଜ କରିଛନ୍ତି ।
କେମିତି ଟେଷ୍ଟ ଟ୍ରାଇଭ ଲାଗି ବୁକ୍ କରିବେ କାର ?
- ପ୍ରଥମେ Zepto ଆପ୍କୁ ଖୋଲନ୍ତୁ ।
- ଏହାପରେ 'Skoda Kylaq test drive' ଅପସନକୁ ଚୟନ କରନ୍ତୁ ।
- ମାତ୍ର 10ମିନିଟ ମଧ୍ୟରେ ଆପଣଙ୍କ ଘର ନିକଟରେ ସ୍କୋଡା କିଲାକ୍ ଏସୟୁଭି ପହଞ୍ଚିବ ।
- କାର ଚଲାନ୍ତୁ ଓ ଏହାପରେ କିଣିବେ ନାହିଁ ନିଷ୍ପତ୍ତି ନିଅନ୍ତୁ ।
- ବିଶେଷ କରି ଯେଉଁମାନେ କେବଳ ଟେଷ୍ଟ ଡ୍ରାଇଭ ଲାଗି ଶୋ'ରୁମକୁ ଯିବାକୁ ଚାହୁଁନାହାନ୍ତି ସେମାନଙ୍କ ଲାଗି ଏହା ବେଷ୍ଟ ଅପସନ ହେବ ।
Skoda Kylaq: ଗୋଟିଏ ନଜରରେ ଜାଣନ୍ତୁ