ହାଇଦ୍ରାବାଦ:ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ ଗୋଟିଏ ପରେ ଗୋଟିଏ ଅତି ଆବଶ୍ୟକୀୟ ଫିଚର ଯୋଗ କରି ଯାଉଛି । ଯାହାକି ୟୁଜରଙ୍କୁ ଏହି ଆପ୍ ବ୍ୟବହାରରେ ଏକ ନୂଆ ଅନୁଭବ ପ୍ରଦାନ କରୁଛି । ବନ୍ଧୁ ପରିଜନଙ୍କ ସହ ଯୋଗାଯୋଗକୁ ଆହୁରି ସୁଦୃଢ କରିବା ଲାଗି ଆପ୍ ଆଉ ଏକ ନୂଆ ଫିଚର ଆଣିଛି । ଏହାଦ୍ବାରା ଆପଣ ନିଜ ପସନ୍ଦ ମୁତାବକ କଣ୍ଟାକ୍ଟକୁ ତାଲିକାଭୁକ୍ତ କରିପାରିବେ । ବିସ୍ତୃତ ଭାବରେ ଏହି ଫିଚର ବିଷୟରେ ଜାଣନ୍ତୁ ।
କିପରି ଏହା ଉପଯୋଗୀ ?
- ଯେତେବେଳେ ଆମେ ହ୍ବାଟ୍ସଆପ୍ ଖୋଲୁ, ଆମେ ଅନେକ କଣ୍ଟାକ୍ଟସ (Contacts) ଦେଖିଥାଉ ।
- ଏଥିରେ ବନ୍ଧୁ, ବ୍ୟକ୍ତିଗତ, ବୃତ୍ତିଗତ କିମ୍ବା ବ୍ୟବସାୟ ସମ୍ବନ୍ଧୀୟ କଣ୍ଟାକ୍ଟ ରହିଥାଏ ।
- ଆମେ ଚାହୁଁଥିବା ବ୍ୟକ୍ତିଙ୍କ ସହ ଚାଟ୍ କରିବାକୁ, ଆମକୁ ଏତେ ବଡ ତାଲିକାରେ ଖୋଜିବାକୁ ପଡ଼େ ।
- କିମ୍ବା ଆପଣଙ୍କୁ ସର୍ଚ୍ଚ ବାର୍ ବ୍ୟବହାର କରି ଉକ୍ତ ଚାଟ୍କୁ ଯିବାକୁ ପଡ଼େ ।
- ଏବେ ଏତେ ସବୁ କରିବା ବିନା Contactsକୁ କଷ୍ଟମ୍ ତାଲିକା ମାଧ୍ୟମରେ ଫିଲ୍ଟର୍ କରାଯାଇପାରିବ ।
ଏହା ବି ପଢନ୍ତୁ |
କେମିତି କରିବେ ?
- ହ୍ବାଟ୍ସଆପ୍ ଖୋଲିବା ମାତ୍ରେ ଅଲ୍ (All), ଅନରିଡ୍ (Unread), ଫେଭରେଟ୍ (Favourite) ଏବଂ ଗ୍ରୁପ୍ (Group) ପରି ଫିଲ୍ଟର୍ ଦେଖାଯିବ ।
- ଏଗୁଡ଼ିକ ନିକଟରେ ଏକ '+' ଆଇକନ୍ ଆସିବ ।
- ଏହାର ସାହାଯ୍ୟରେ ଆମେ ଆମର କଣ୍ଟାକ୍ଟସକୁ ପରିବାର, କାର୍ଯ୍ୟାଳୟ, ବନ୍ଧୁ ... ପରି ଏକ ନୂତନ ତାଲିକା ସୃଷ୍ଟି କରିପାରିବା ।
- ଲମ୍ବା ପ୍ରେସ୍ ଦ୍ବାରା ଫିଲ୍ଟର୍ ଏଡିଟ୍ କରିବା ପାଇଁ ଏକ ସୁବିଧା ମଧ୍ୟ ଅଛି ।