ଓଡିଶା

odisha

ETV Bharat / technology

ଦୁନିଆର ପ୍ରଥମ ସ୍ପେଶ୍‌ ଭିଡିଓ କଲ୍‌; Vodafone ରଚିଲା ଇତିହାସ - WORLD FIRST VIDEO SPACE CALL

ସାଧାରଣ ସ୍ମାର୍ଟଫୋନରେ ବିଶ୍ବର ପ୍ରଥମ 'ସ୍ପେଶ୍‌ ଭିଡିଓ କଲ୍‌' କରି ଇତିହାସ ରଚିଲା ଭୋଡାଫୋନ । କିପରି ଏହା ସମ୍ଭବ ବିସ୍ତୃତ ଭାବରେ ଜାଣନ୍ତୁ...

Vodafone makes history with First Satellite Video Call
Vodafone makes history with First Satellite Video Call (Image Credit- Vodafone)

By ETV Bharat Tech Team

Published : Jan 31, 2025, 6:36 PM IST

ହାଇଦ୍ରାବାଦ:ଇତିହାସ ରଚିଲା ଟେଲିକମ ଅପରେଟର କମ୍ପାନୀ ଭୋଡାଫୋନ । କମ୍ପାନୀ ଦୁନିଆର ପ୍ରଥମ 'ସ୍ପେଶ୍‌ ଭିଡିଓ କଲ୍‌' କରିଥିବା ଦାବି କରିଛି । ସବୁଠୁ ଖାସ କଥା ହେଉଛି ଏହି କଲ୍‌ କୌଣସି କମ୍ପାନୀର ଖାସ ସାଟେଲାଇଟ୍‌ କନେକ୍ଟିଭିଟି ସପୋର୍ଟଯୁକ୍ତ ମୋବାଇଲରୁ ନୁହେଁ, ବରଂ ଏକ ସାଧାରଣ 4G, 5G କନେକ୍ଟିଭିଟି ଥିବା ମୋବାଇଲରୁ ହୋଇଥିବା ଜଣାପଡ଼ିଛି । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ହେଉଛି । ୟୁରୋପୀୟ ମହାକାଶଚାରୀ ଟିମ୍‌ ପିକ୍‌ (Tim Peake)ଙ୍କ ସହିତ ଅପହଞ୍ଚ ଅଞ୍ଚଳରେ କନେକ୍ଟିଭିଟି ପହଞ୍ଚାଇବା କେତେ ଗୁରୁତ୍ବପୂର୍ଣ୍ଣ ସେ ସମ୍ପର୍କରେ ଭୋଡାଫୋନ ସିଇଓ ମାର୍ଘାରିଟା ଡେଲା ଆଲୋଚନା କରିଛନ୍ତି । ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ରହିବା ସମୟରେ ଏହାର ଗୁରୁତ୍ବ ସମ୍ପର୍କରେ କହିଛନ୍ତି ମହାକାଶଚାରୀ ।

କେମିତି କରାଗଲା ଭିଡିଓ କଲ୍‌ ?

ଭୋଡାଫୋନର ଜଣେ ଇଞ୍ଜିନିୟର UK ୱେଲ୍ସର ଦୂର ପାର୍ବତ୍ୟ ଅଞ୍ଚଳରୁ କଲ୍‌ କରିଛନ୍ତି, ଯେଉଁଠାରେ ପ୍ରଥମରୁ କେବେ ବି ମୋବାଇଲ ନେଟୱର୍କ ନଥିଲା । ଇଞ୍ଜିନିୟର ଜଣକ ଭୋଡାଫୋନର ସିଇଓ ମାର୍ଘାରିଟା ଡେଲାଙ୍କୁ ଭିଡିଓ କଲ୍‌ କରିଥିଲେ । ଏହି ଭିଡିଓ କଲ୍‌ରେ ସେ ପ୍ରାୟ 45 ସେକେଣ୍ଡ ପର୍ଯ୍ୟନ୍ତ କଥା ହୋଇଥିଲେ । ଏହି ଭିଡିଓ କଲ୍‌ର ଗୁଣବତ୍ତା ସାମାନ୍ୟ ନିମ୍ନସ୍ତରର ଥିବା ବେଳେ ମଝିରେ ମଝିରେ ସ୍ଥିର ରହିଯିବା ଦେଖିବାକୁ ମିଳିଥିଲା ।

କିପରି ଅଲଗା ଏହି ସେବା ?

  • ଏହା 4G ଓ 5G ସେବାକୁ ବ୍ୟବହାର କରିଥାଏ, ଯାହାଦ୍ବାରା ଏହା ସାଧାରଣ ସ୍ମାର୍ଟଫୋନରେ ବି କାମ କରିଥାଏ ।
  • 120 Mbps ପର୍ଯ୍ୟନ୍ତ ପିକ୍‌ ସ୍ପିଡ୍‌ ପ୍ରଦାନ କରିଥାଏ ବୋଲି କମ୍ପାନୀ ଦାବି କରିଛି, ଯାହାକି ଏଯାବତ ଉପଲବ୍ଧ ଅନ୍ୟ ସାଟେଲାଇଟ୍‌ ନେଟୱର୍କଠାରୁ ଉନ୍ନତ ।
  • ଏହା କେବଳ ଟେକ୍ସଟିଂ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଭିଡିଓ କଲ୍‌ ଓ ମୋବାଇଲ ବ୍ରଡବ୍ୟାଣ୍ଡ୍‌ ଇଣ୍ଟରନେଟ୍‌ ମଧ୍ୟ ଉପଲବ୍ଧ କରାଇବ ।
  • ପୂର୍ବରୁ iPhone ଓ Google Pixel ଫୋନରେ ବିଶେଷ modem ଜରିଆରେ ଏହି ସାଟେଲାଇଟ୍‌ କନେକ୍ଟିଭିଟି ପ୍ରଦାନ କରାଯାଉଥିଲା । ଯାହାଦ୍ବାରା ବିଶେଷ ଭାବେ ଜରୁରୀକାଳୀନ ସେବା, ଲୋକେସନ ସେୟାରିଂ ଓ ଟେକ୍ସଟ୍‌ ମେସେଜ ପର୍ଯ୍ୟନ୍ତ ସୀମିତ ଥିଲା । କିନ୍ତୁ ଭୋଡାଫୋନ ଭିଡିଓ କଲିଂ କରି ଇତିହାସ ରଚିଛି ।
  • ସେପଟେ SpaceXର Starlink Direct-to-Cell ନେଟୱର୍କ ସହିତ T-Mobile ମଧ୍ୟ ଏକ ପରୀକ୍ଷଣ କରୁଛି, କିନ୍ତୁ ଏହା ଏଯାବତ କେବଳ ଟେକ୍ସଟ୍‌ ମେସେଜ ପର୍ଯ୍ୟନ୍ତ ସୀମିତ ଅଛି ।

AST SpaceMobile ସହ ଭୋଡାଫୋନର ପାର୍ଟନରସିପ୍‌

ଭୋଡାଫୋନ ଏହି ସେବା ଲାଗି ଟେକ୍ସାସ ସ୍ଥିତ AST SpaceMobile ସହିତ ହାତ ମିଳାଇଛି । କମ୍ପାନୀ ଏଯାବତ 5ଟି ଲୋ-ଆର୍ଥ ଅର୍ବିଟ (LEO) ବ୍ଲୁବର୍ଡ ସାଟେଲାଇଟ୍‌ ଲଞ୍ଚ କରିଛି, ଯାହାକି ଭୋଡାଫୋନକୁ ଟେରେଷ୍ଟ୍ରିଆଲ୍‌ ନେଟୱର୍କ ସହିତ ସଂଯୋଗ କରିଛି । ଯେଉଁ ସ୍ଥାନରେ ପାରମ୍ପରିକ ମୋବାଇଲ ଟାୱାର ପହଞ୍ଚିପାରିନାହିଁ, ସେହି ସ୍ଥାନରେ ମୋବାଇଲ ନେଟୱର୍କର ଅଭାବକୁ ପୂରଣ କରିବା ଲାଗି ଡିଜାଇନ କରାଯାଇଛି । ଏହାଦ୍ବାରା ପାର୍ବତ୍ୟ, ସମୁଦ୍ରାଞ୍ଚଳ ଓ ଅପହଞ୍ଚ ଗାଁଗୁଡ଼ିକରେ ଲୋକେ ଉପକୃତ ହୋଇପାରିବେ ।

କଣ ଭୋଡାଫୋନର ଲକ୍ଷ୍ୟ ?

ଭୋଡାଫୋନର ସିଇଓ ମାର୍ଘାରିଟା ଡେଲାଙ୍କ କହିବାନୁସାରେ, ଭୋଡାଫୋନର ଲକ୍ଷ୍ୟ ହେଉଛି ସମସ୍ତଙ୍କ ସହିତ ଯୋଡ଼ି ହେବା, ସେ ଯେଉଁଠି ବି ଥାଆନ୍ତୁ ନା କାହିଁକି । 'ଆମେ ସେହି ଲୋକଙ୍କ ନିକଟକୁ ମୋବାଇଲ କନେକ୍ଟିଭିଟି ପହଞ୍ଚାଇବାକୁ ଚାହୁଁଛୁ, ଯିଏକି ପୂର୍ବରୁ ଏଥିରୁ ବଞ୍ଚିତ ଥିଲେ । ଏହି ଟେକନିକ୍‌ ନା କେବଳ ଲୋକଙ୍କୁ ସେମାନଙ୍କ ପରିବାର ସହିତ ଯୋଡ଼ି ରଖିବ, ବରଂ ବିପଦକାଳୀନ ସ୍ଥିତିରେ ବି ଅପହଞ୍ଚ ଗାଁଗୁଡ଼ିକ ନିକଟରେ ସାହାଯ୍ୟ ପହଞ୍ଚିପାରିବ ।'

ସ୍ପେଶ୍‌ ଭିଡିଓ କଲ୍‌ କଣ ?

ଏପରି ଏକ କନେକ୍ଟିଭିଟି ଯାହାକି ମୋବାଇଲ୍ କଭରେଜ୍ ନଥିବା ଅଞ୍ଚଳରେ ଏକାଧିକ ଉପଭୋକ୍ତାଙ୍କୁ ଭିଡିଓ କଲ୍ କରିବା ଏବଂ ଭିଡିଓ କଲ୍‌ ଉଠାଇବା ସହ ଇଣ୍ଟରନେଟ୍ ଆକ୍ସେସ ଏବଂ ଅନଲାଇନ ମେସେଜିଂ ସେବା ବ୍ୟବହାର କରିବାକୁ ଅନୁମତି ଦେବା । ଏହାର ଅର୍ଥ ଆପଣଙ୍କ ମୋବାଇଲରେ ନେଟୱର୍କ ନଥିଲେ ମଧ୍ୟ ଆପଣ ଭିଡିଓ କଲ୍‌ ସହ ଇଣ୍ଟରନେଟ୍‌ ସୁବିଧା ପାଇପାରିବେ ।

ଏହା ବି ପଢନ୍ତୁ
  1. ବିନା SIM କାର୍ଡରେ କରିହେବ ମେସେଜ ଓ ଫୋନକଲ୍‌; BSNL ଆଣୁଛି ନୂଆ ସେବା
  2. iPhoneକୁ ଆଉ ଆବଶ୍ୟକ ନାହିଁ ଟାୱାର; ମିଳିବ ଷ୍ଟାରଲିଙ୍କ କନେକ୍ଟିଭିଟି

ABOUT THE AUTHOR

...view details