ହାଇଦ୍ରାବାଦ:ଭୋଡାଫୋନ-ଆଇଡିଆ (Vi) ମାର୍ଚ୍ଚ 2025ରେ 5G ମୋବାଇଲ ବ୍ରଡ୍ବ୍ୟାଣ୍ଡ ମାର୍କେଟରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି । ଏହି ଟେଲିକମ କମ୍ପାନୀ 5ଜି ମୋବାଇଲ ବ୍ରଡବ୍ୟାଣ୍ଡ ମାର୍କେଟରେ ଶସ୍ତା ପ୍ଲାନ ସହିତ ପାଦ ଥାପିବାକୁ ଚାହୁଁଛି, ଯାହାଦ୍ବାରା କମ୍ପାନୀ ପୁଣି ଥରେ Airtel ଓ Jioର ୟୁଜରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିପାରିବ । ଏବେ ଭାରତର ପ୍ରମୁଖ ଟେଲି କମ୍ପାନୀ ମଧ୍ୟରେ ଆଗରେ ଅଛନ୍ତି ଜିଓ ଏ ଏୟାରଟେଲ୍ ।
5G ନେଟୱର୍କ କ୍ଷେତ୍ରରେ ଭୋଡାଫୋନ-ଆଇଡିଆ ବହୁ ପଛରେ ଅଛନ୍ତି । କିନ୍ତୁ ETରେ ଏକ ରିପୋର୍ଟ ଅନୁସାରେ, 2025ରେ କମ୍ପାନୀ ଦେଶର 75ଟି ପ୍ରମୁଖ ସହରରେ 5ଜି ସେବା ଆରମ୍ଭ କରିବାକୁ ଯୋଜନା କରୁଛି । ଏହି 75ଟି ସହର Viର 17 ପ୍ରମୁଖ ସର୍କଲରେ ଆସୁଛନ୍ତି, ୟେଉଁଠାରେ ଲୋକେ ଅଧିକ 5ଜି ଡାଟାର ବ୍ୟବହାର କରିଥାନ୍ତି ।
ଶସ୍ତା ହେବ Viର 5G ପ୍ଲାନ
Vi ନିଜ ଏଣ୍ଟ୍ରି-ଲେଭଲ 5ଜି ପ୍ଲାନକୁ Jio ଓ Airtelଠାରୁ 15 ପ୍ରତିଶତ ଶସ୍ତା ରଖିପାରେ । ଏହାଦ୍ବାରା ଏହି ତିନୋଟି ବଡ଼ ଘରୋଇ ଟେଲିକମ କମ୍ପାନୀ ମଧ୍ୟରେ ନୂଆ ପ୍ରାଇସ୍ ୱାର୍ ଆରମ୍ଭ ହୋଇପାରେ । ରିପୋର୍ଟ ଅନୁସାରେ, Viର CEO ଅକ୍ଷୟ ମୋନ୍ଦ୍ରା ନିକଟରେ ସଙ୍କେତ ଦେଇଥିଲେ ଯେ 5G ପ୍ଲାନଗୁଡ଼ିକର ଫାଇନାଲ ପ୍ରାଇସ୍ ଲଞ୍ଚ ସମୟରେ କରାଯିବ । କମ୍ପାନୀର ରଣନୀତି ଅନୁସାରେ ଗ୍ରାହକଙ୍କୁ ଆକୃଷ୍ଟ କରୁଥିବା ପ୍ଲାନ ଅଣାଯିବ । ଖବର ଅନୁସାରେ, Viର ଜଣେ ମୁଖପାତ୍ର କହିଛନ୍ତି, "ଆମେ 5ଜି ସେବାକୁ ଲଞ୍ଚ କରିବାକୁ ପ୍ରସ୍ତୁତ ଅଛୁ ଓ ସ୍ବଳ୍ପ ମୂଲ୍ୟରେ ଚମତ୍କାର ଅନୁଭବ ପ୍ରଦାନ କରିବା ଲାଗି ପ୍ରତିଶ୍ରୁତିବଦ୍ଧ । Vi ନିକଟରେ ପର୍ଯ୍ୟାପ୍ତ ଓ ଭଲ 5ଜି ସ୍ପେକ୍ଟ୍ରମ ଅଛି, ଯାହାକୁ କମ୍ପାନୀ ନିଜ 17 ପ୍ରମୁଖ ମାର୍କେଟରେ ଖୁବଶୀଘ୍ର ଲାଗୁ କରିବାକୁ ଯାଉଛି ।"
ଏହା ବି ପଢନ୍ତୁ |