ହାଇଦ୍ରାବାଦ:ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ Hero Motocorpର ଇଲେକ୍ଟ୍ରିକ ସହାୟକ କମ୍ପାନୀ Vida ନିଜର ନୂଆ ଇଲେକ୍ଟ୍ରିକ ସ୍କୁଟର Vida V2 ସିରିଜକୁ ଲଞ୍ଚ କରିଛି । ଏହି ସିରିଜରେ କମ୍ପାନୀ 3ଟି ଭାରିଏଣ୍ଟକୁ ସାମିଲ କରିଛି, ଯେଉଁଥିରେ V2 Lite, V2 Plus ଓ V2 Pro ସାମିଲ । ଏହାରି ସହିତ Hero ଇଭି ସେଗମେଣ୍ଟରେ ଭାରତୀୟ ବଜାରରେ ଅନ୍ୟ ବ୍ରାଣ୍ଡର ଇଲେକ୍ଟ୍ରିକ ସ୍କୁଟରକୁ ଟକ୍କର ଦେବାକୁ ଯାଉଛି ।
କେଉଁ ଭାରିଏଣ୍ଟର କେତେ ଦାମ ?
Hero ଭାରତୀୟ ବଜାରରେ V2 ଇଲେକ୍ଟ୍ରିକ ସ୍କୁଟରର 3ଟି ଭାରିଏଣ୍ଟ ଲଞ୍ଚ କରିଛି । Vida V2 Liteର ଦାମ ₹ 96,000 ଟଙ୍କା ହୋଇଥିବା ବେଳେ Vida V2 Plus ଓ Vida V2 Proର ଦାମ ଯଥାକ୍ରମେ ₹ 1.15 ଲକ୍ଷ ଓ ₹ 1.35 ଲକ୍ଷ ରହିଛି । ଏହି ସବୁ ଦାମ ଦିଲ୍ଲୀର ଏକ୍ସ-ଶୋ'ରୁମ ମୂଲ୍ୟ । ସମସ୍ତ ଭାରିଏଣ୍ଟର ଅଲଗା ଅଲଗା ବ୍ୟାଟେରୀ ପ୍ୟାକ୍ ରହିଛି । ଏହି ବ୍ୟାଟେରୀ ପ୍ୟାକ୍ଗୁଡ଼ିକ ମଧ୍ୟ ବାହାର କରାଯାଇପାରିବ ଅର୍ଥାତ ଏହା ରିମୁଭେବଲ୍ ।
Vida V2 Series Electric Scooter (Credit- Vida India) କେଉଁ ଭାରିଏଣ୍ଟରେ କଣ ଖାସ ?
- Vida V2 ହେଉଛି କମ୍ପାନୀର Vida V1ର ଏକ ନୂଆ ସଂସ୍କରଣ । Hero Vida V1 ସହିତ ଇଲେକ୍ଟ୍ରିକ ସ୍କୁଟର ବଜାରରେ ପ୍ରବେଶ କରିଥିଲା । ଏହି ନୂଆ ସରିଜରେ Vida V2 Lite ହେଉଛି ସବୁଠାରୁ ସୁଲଭ ଏବଂ ନୂଆ ଭାରିଏଣ୍ଟ । ଏହି ବେସ୍ ଭାରିଏଣ୍ଟରେ 2.2kWhର ଏକ ଛୋଟ ବ୍ୟାଟେରୀ ପ୍ୟାକ୍ ଅଛି ଯାହାର IDC ରେଞ୍ଜ 94 କିଲୋମିଟର ବୋଲି କୁହାଯାଇଛି ।
- V2 ପ୍ଲସ୍ ଏବଂ V2 ପ୍ରୋ ଭାରିଏଣ୍ଟ ତୁଳନାରେ ଏହାର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି 69 କିଲୋମିଟର ରହିଛି । ଉପରୋକ୍ତ ଦୁଇଟିର ସର୍ବାଧିକ ଗତି ଯଥାକ୍ରମେ 85 କିଲୋମିଟର ଏବଂ ଘଣ୍ଟା ପ୍ରତି 90 କିଲୋମିଟର । ଏହା ବ୍ୟତୀତ V2 Liteରେ କେବଳ ଦୁଇଟି ରାଇଡିଂ ମୋଡ୍ Ride ଏବଂ Eco ଉପଲବ୍ଧ । କିନ୍ତୁ ଏହାର ଅନ୍ୟ ଫିଚର ଅନ୍ୟ ଦୁଇଟି ଭାରିଏଣ୍ଟ ସହିତ ସମାନ ।
- ଭିଡା ଭି 2 ସିରିଜରେ କମ୍ପାନୀ ଏକ 7 ଇଞ୍ଚ ଟଚ୍ସ୍କ୍ରିନ TFT ଡିସପ୍ଲେ ଦେଇଛି । ସୂଚନାଯୋଗ୍ୟ ଯେ ସବୁଠାରୁ ସୁଲଭ Vida V2 ଲାଇଟ୍ 96,000 ଟଙ୍କାରୁ ଆରମ୍ଭ ହୋଇଛି (ଏକ୍ସ ଶୋ’ରୁମ୍, ଦିଲ୍ଲୀ) ଏବଂ ବ୍ୟାଟେରୀ କ୍ଷମତା ଦୃଷ୍ଟିରୁ TVS iQube 2.2 ଏବଂ Bajaj Chetak 2903 ମଡେଲ ସହିତ ପ୍ରାୟତଃ ସମାନ ହୋଇଛି ।
- ଅନ୍ୟପଟେ Vida V2 ପ୍ଲସ୍ ଏବଂ V2 ପ୍ରୋରେ ପରିବର୍ତ୍ତନଗୁଡ଼ିକୁ ଚିହ୍ନିବା କଷ୍ଟକର । ନୂଆ ଭାରିଏଣ୍ଟଗୁଡ଼ିକ ପୂର୍ବ ମଡେଲ ଭିଡା V1 ମଡେଲ ସହିତ ବହୁତ ସମାନ, କିନ୍ତୁ ଏକା ଭଳି ନୁହେଁ । 1.15 ଲକ୍ଷ ଟଙ୍କା ମୂଲ୍ୟର V2 ପ୍ଲସରେ 3.44kWh ବ୍ୟାଟେରୀ ପ୍ୟାକ୍ ଅଛି ଯାହା ଟପ୍ ସ୍ପିଡ୍ 85 କିଲୋମିଟର ଏବଂ IDC ରେଞ୍ଜ 143 କିଲୋମିଟର ।
Vida V2ର ରେଞ୍ଜ ଟପ୍ପର କିଏ ?
ଭିଡା V2 ଲାଇନ୍ଅପ୍ ରେଞ୍ଜ-ଟପ୍ପର ହେଉଛି V2 ପ୍ରୋ ମୂଲ୍ୟ 1.35 ଲକ୍ଷ ଟଙ୍କା ଯାହାର 3.94kWh ବ୍ୟାଟେରୀ ଅଛି ଏବଂ 90 କିଲୋମିଟର ବେଗ ଦେଇଥାଏ । ଏହି ସ୍କୁଟରର ଏକ IDC ରେଞ୍ଜ 165 କିଲୋମିଟର ବୋଲି କମ୍ପାନୀ ଦାବି କରିଛି । ଇ-ସ୍କୁଟର 5 ବର୍ଷ / 50,000 କିଲୋମିଟର ୱାରେଣ୍ଟି ସହିତ ଆସୁଥିବାବେଳେ ବ୍ୟାଟେରୀ ପ୍ୟାକ୍ 3 ବର୍ଷ / 30,000 କିଲୋମିଟର ୱାରେଣ୍ଟି ସହିତ ଆସିଛି । Vida V2 ଗ୍ରାହକମାନେ ଏହି ସ୍କୁଟର ଚାର୍ଜ କରିବା ଲାଗି ଦେଶର 250ରୁ ଅଧିକ ସହରରେ ଥିବା 3100 ଚାର୍ଜିଂ ପଏଣ୍ଟର ଆକ୍ସେସ ପାଇପାରିବେ ।