ଓଡିଶା

odisha

ETV Bharat / technology

ଚଳିତ ମାସର ଶେଷରେ ଲଞ୍ଚ ହେବାକୁ ଯାଉଛି 2ଟି ଦମଦାର କାର, ଜାଣନ୍ତୁ ଫିଚର୍ସ - Upcoming cars in September - UPCOMING CARS IN SEPTEMBER

Upcoming Cars in September: ଆପଣ କୌଣସି ନୂଆ କାର ଲଞ୍ଚ ଅପେକ୍ଷାରେ ଅଛନ୍ତି କି ? ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଚଳିତ ମାସର ଶେଷ ସୁଦ୍ଧା 2ଟି ଭଲ ବ୍ରାଣ୍ଡର କାର ଲଞ୍ଚ ହେବାକୁ ଯାଉଛି । ସେଗୁଡ଼ିକ କଣ ଜାଣନ୍ତୁ...

Upcoming Cars in September
Upcoming Cars in September (ETV Bharat)

By ETV Bharat Tech Team

Published : Sep 23, 2024, 3:36 PM IST

ହାଇଦ୍ରାବାଦ: ସେପ୍ଟେମ୍ବର 2024 ମାସ ଶେଷ ହେବା ଉପରେ । ଫେଷ୍ଟିଭ ସିଜନକୁ ନଜରରେ ରଖି ଅନେକ କମ୍ପାନୀ ନିଜର ନୂଆ କାର ମଡେଲକୁ ବଜାରକୁ ଛାଡ଼ି ସାରିଛନ୍ତି । ତେବେ ଚଳିତ ମାସ ଶେଷ ସୁଦ୍ଧା ଆଉ 2ଟି ଦମଦାର କାର ଲଞ୍ଚ ହେବାକୁ ଯାଉଛି । ଆଜି ସେହି 2ଟି କାର ସମ୍ପର୍କରେ ଆମେ ଆପଣଙ୍କୁ କହିବୁ ।

1. Maruti Suzuki Dzire

ମାରୁତି ସୁଜୁକି କିଛି ସମୟ ପୂର୍ବରୁ ନୂଆ ମାରୁତି ସ୍ବିଫ୍ଟକୁ ଭାରତୀୟ ବଜାରରେ ଲଞ୍ଚ କରିଥିଲା । ଏହାର ଲଞ୍ଚ ସହିତ ଆଶା କରାଯାଉଥିଲା ଯେ କମ୍ପାନୀର ନୂଆ ଜେନେରେସନ Maruti Dzireକୁ ବି ଖୁବଶୀଘ୍ର ବଜାରରେ ପ୍ରବେଶ କରାଯିବ । ବଜାରରେ ଏହାର ମୁକାବିଲା Hyundai Aura, Honda Amaze ଓ Tata Tigor ସହିତ ହେବ । 2024 ମାରୁତି ଡିଜାୟରର ଅନେକ ଅପଡେଟ ଆସିବ ବୋଲି ଆଶା କରାଯାଉଛି । ଯେଉଁଥିରେ ଇଲେକ୍ଟ୍ରିକ ସନରୁଫ, ଅପଡେଟେଡ ସ୍ବିଫ୍ଟର ନୂଆ ଡିଜାଇନ ସାମିଲ । ଏହାବ୍ୟତୀତ ଏଥିରେ Z12E-ସିରିଜର 1.2 ଲିଟର, 3-ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ ଦିଆଯିବ । ଏହାସହିତ 5-ସ୍ପିଡ ମ୍ୟାନୁଆଲ ଓ AMT ଗିଅରବକ୍ସ ବିକଳ୍ପ ମଧ୍ୟ ଦିଆଯିବ ।

2. Tata Nexon iCNG

ସ୍ବଦେଶୀ କାର ନିର୍ମାତା କମ୍ପାନୀ ଟାଟା ମୋଟର୍ସ ଚଳିତ ବର୍ଷ ଅନେକ କାର ଲଞ୍ଚ କରିଛି । ଏଥିରେ Tata Curvv EV ଓ ICE ସାମିଲ । ଏହା ବ୍ୟତୀତ କମ୍ପାନୀ CNG ଇନ୍ଧନ ଉପରେ ମଧ୍ୟ ଗୁରୁତ୍ବ ଦେଉଛି । ଫଳରେ କମ୍ପାନୀ ପକ୍ଷରୁ ନୂଆ ଜେନେରେସନ Tata Nexonର iCNG ଭର୍ସନ ଏହି ସପ୍ତାହ ବଜାରରେ ଲଞ୍ଚ କରିବାର ସମ୍ଭାବନା ରହିଛି । ଏହି ନୂଆ ଭର୍ସନ Nexon ରେଞ୍ଜରେ ଏକ ନୂଆ ବିବିଧତା ଆଣିବ ବୋଲି କୁହାଯାଉଛି ।

Also Read: ମାର୍କେଟରେ ଅଧିକ ବିକ୍ରି ହେଉଥିବା 5 ବଜେଟ କାର, ମିଳେ 10 ଇଞ୍ଚର ବଡ଼ ଟଚସ୍କ୍ରିନ - Affordable Cars In Indian Market

ସୂଚନା ଥାଉ କି ଏହାର CNG ଭର୍ସନକୁ ଚଳିତ ବର୍ଷ ପ୍ରାରମ୍ଭରେ ଭାରତ ମୋବିଲିଟି ଏକ୍ସପୋରେ ପ୍ରଦର୍ଶିତ କରାଯାଇଥିଲା । ଖାସ କଥା ହେଉଛି ଟାଟା ନେକ୍ସନ ଭାରତୀୟ ବଜାରରେ ପ୍ରଥମ ଟର୍ବୋ-ପେଟ୍ରୋଲ ସିଏନଜି କାର ହେବାକୁ ଯାଉଛି । କିନ୍ତୁ ଏହାର ସ୍ପେଶିଫିକେସନ ଏଯାବତ ସାମ୍ନାକୁ ଆସିନାହିଁ । ସେପଟେ କମ୍ପାନୀ ବୁଟସ୍ପେଶ୍‌କୁ ବ୍ୟବସ୍ଥିତ କରିବା ଲାଗି ଡୁଆଲ ସିଏନଜି ସିଲିଣ୍ଡର ଟ୍ୟାଙ୍କ୍‌ ଟେକନିକକୁ ବ୍ୟବହାର କରିପାରେ । ଏଥିରେ ମ୍ୟାନୁଆଲ ଓ ଅଟୋମେଟିକ ଗିଅରବକ୍ସ ବିକଳ୍ପ ମିଳିପାରେ ।

ABOUT THE AUTHOR

...view details