ହାଇଦ୍ରାବାଦ:ସ୍ବଦେଶୀ ବାଇକ ନିର୍ମାତା କମ୍ପାନୀ TVS ମୋଟର କମ୍ପାନୀ ନିଜର ଲୋକପ୍ରିୟ ମୋଟରସାଇକେଲ ଟିଭିଏସ ରେଡର ଏକ ନୂଆ ଭାରିଏଣ୍ଟ ଲଞ୍ଚ କରିଛି । ଯାହାକି ପୂର୍ବ ମଡେଲଠାରୁ 10ହଜାର ଟଙ୍କା ଶସ୍ତା ରହିଛି । ଖାସ କଥା ହେଉଛି ଏଥିରେ ଡ୍ରମ ବ୍ରେକ ଦିଆଯାଇଥିବା ବେଳେ ଗ୍ରାହକଙ୍କୁ ବଜେଟ ବାଇକ ପ୍ରଦାନ କରୁଛି । ଡ୍ରମ୍ ବ୍ରେକକୁ ଛାଡ଼ିଲେ ଏହାର ଡିଜାଇନ ପୂର୍ବ ମଡେଲ ସହିତ ସମାନ ରହିଛି ।
କଣ ରହିଛି ଖାସ ?
- ଟିଭିଏସ ରେଡର 125 ଡ୍ରମ ଭାରିଏଣ୍ଟ ପୂର୍ବ ମଡେଲ ପରି ସମାନ ଲୁକ୍ ରହିଛି ।
- ଏଥିରେ 130ମିମି ଡ୍ରମ ବ୍ରେକ୍ ଓ କମ୍ବାଇନଡ ବ୍ରେକିଂ ସିଷ୍ଟମ (CBS) ରହିଛି ।
- 124.8cc ଏୟାର କୁଲ ଇଞ୍ଜିନ ସହିତ ଆସୁଛି, ଯାହାକି 11.2bhp ଓ 11.2Nm ଟର୍କ ପ୍ରଡ୍ୟୁସ କରୁଛି ।
- ଏହା 5.9 ସେକେଣ୍ଡରେ 0ରୁ 60km/h ବେଗ ବଢାଇପାରେ ସକ୍ଷମ ।
- ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି 99 କିଲୋମିଟର ରହିଛି ।
- କଲର ଅପସନ: ଷ୍ଟ୍ରାଇକିଂ ରେଡ୍ ଓ ୱିକଡ୍ ବ୍ଲାକ୍
- LED ହେଡଲ୍ୟାମ୍ପ
- LCD ଡିସପ୍ଲେ
- USB ଚାର୍ଜିଂ ପୋର୍ଟ
- ରାଇଡ ମୋଡ୍