ହାଇଦ୍ରାବାଦ: ସ୍ବଦେଶୀ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସ ମଙ୍ଗଳବାର ସାଉଦି ଆରବରେ ଏହାର ପ୍ରଥମ ଅଟୋମେଟେଡ୍ ମାନୁଆଲ୍ ଟ୍ରାନ୍ସମିସନ୍ (AMT) ଟ୍ରକ୍ ଟାଟା ପ୍ରିମା 4440.S AMT ଲଞ୍ଚ କରିଛି । ଟାଟା ମୋଟର୍ସ ମଧ୍ୟ ଏହି ଟ୍ରକର ପାଞ୍ଚଟି ଉଚ୍ଚ କ୍ଷମତା ସମ୍ପନ୍ନ ପ୍ରଡକ୍ଟକୁ ଦମାମରେ ଆୟୋଜିତ ଭାରି ଯନ୍ତ୍ରପାତି ଏବଂ ଟ୍ରକ୍ (HEAT) ଶୋ’ରେ ପ୍ରଦର୍ଶିତ କରିଛି । ଟାଟା ମୋଟର୍ସ ପାଇଁ ସାଉଦି ଆରବ ଏକ ଗୁରୁତ୍ବପୂର୍ଣ୍ଣ ଦେଶ । UAE ଦ୍ରୁତ ଗତିରେ ବଦଳୁଥିବାରୁ ଆମେ ଆମର ଉନ୍ନତ ଜ୍ଞାନକୌଶଳ ସହିତ ଟ୍ରକ୍ ଲଞ୍ଚ କରୁଛୁ ବୋଲି କମ୍ପାନୀର ବାଣିଜ୍ୟିକ ଯାନର ଅନ୍ତର୍ଜାତୀୟ ବ୍ୟବସାୟ ମୁଖ୍ୟ ଅନୁରାଗ ମେହେରୋତ୍ରା କହିଛନ୍ତି ।
ସେ କହିଛନ୍ତି, "ଅଭିନବ ପ୍ରଯୁକ୍ତିବିଦ୍ୟା, ନିର୍ଭରଯୋଗ୍ୟତା ଏବଂ ଗ୍ରାହକଙ୍କ ଚାହିଦା ଉପରେ ଧ୍ୟାନ ଦେଇ ଆମେ ସାଉଦି ଆରବରେ କମ୍ପାନୀର ପ୍ରଥମ ସ୍ବୟଂଚାଳିତ ମାନୁଆଲ୍ ଟ୍ରାନ୍ସମିସନ୍ ଟ୍ରକ୍ ଲଞ୍ଚ କରିଛୁ । ଯାହାକୁ ନେଇ ଆମେ ବେଶ ଗର୍ବିତ ।"
କେମିତି ରହିଛି ଇଞ୍ଜିନ କ୍ଷମତା ?
ଟାଟା ପ୍ରିମା 4440.S AMT ଟ୍ରକ୍ ଭାରି ପରିବହନ ପାଇଁ ଉପଯୁକ୍ତ । ଇନ୍ଧନ ସଞ୍ଚୟ ଏବଂ ସ୍ଥାୟୀ ସ୍ବୟଂଚାଳିତ ଟ୍ରାନ୍ସମିସନ ସହିତ ଟ୍ରକଟି ଅନେକ ସ୍ମାର୍ଟ ଫିଚର ସହିତ ଆସିଛି । ଯେପରିକି ଲୋଡ୍ ଆଧାରିତ ସ୍ପିଡ୍ କଣ୍ଟ୍ରୋଲ୍ ସିଷ୍ଟମ୍, ସିଷ୍ଟମ୍ ଡାଉନ୍ ପ୍ରୋଟେକ୍ସନ୍ ସିଷ୍ଟମ୍ ଏବଂ ଉନ୍ନତ ଇନ୍ଧନ ଦକ୍ଷତା ପାଇଁ ଅଟୋ ଷ୍ଟାର୍ଟ-ଷ୍ଟପ୍ ସିଷ୍ଟମ୍ ରହିଛି । ଏହା ଏକ ୟୁରୋ-ଭି ଅନୁକୂଳ 8.9-ଲିଟର କମିନ୍ସ ଇଞ୍ଜିନ ଦ୍ବାରା ଚାଳିତ ଯାହାକି 400 bhp ଏବଂ 1700 Nm ଟର୍କ ଉତ୍ପାଦନ କରିଥାଏ । ଯାହାଦ୍ବାରା ସବୁଠୁ ଭାରି ପରିବହନ, ସବୁଠୁ କଠିନ ଅଞ୍ଚଳ ଓ ଖାଲଢିପ ସ୍ଥାନରେ ସନ୍ତୁଳିତ ଭାବରେ ଗାଡ଼ି ଚାଲିବା ଲାଗି ପର୍ଯ୍ୟାପ୍ତ ପରିମାଣରେ ଶକ୍ତି ଉତ୍ପାଦନକୁ ସୁନିଶ୍ଚିତ କରିଥାଏ ।
ଡ୍ରାଇଭର ଆରାମକୁ ଗୁରୁତ୍ବ:-
ନ୍ୟୁମେଟିକାଲ ସସପେଣ୍ଡେଡ ସିଟ୍ ଏବଂ ଟେଲିସ୍କୋପିକ୍ ଷ୍ଟିଅରିଂ ସହିତ ଆଧୁନିକ କ୍ୟାବିନ ଡ୍ରାଇଭର ଆରାମ ଏବଂ ସୁବିଧାକୁ ବୃଦ୍ଧି କରିଛି । ଯାହାଦ୍ବାରା ଡ୍ରାଇଭିଂ ସମୟରେ ଚାଳକକୁ ବେଶ ଆରାମ ମିଳିପାରିବ ।
ସୂଚନା ଥାଉ କି ଟାଟା ମୋଟର୍ସ 40ରୁ ଅଧିକ ଦେଶରେ ଏକ ବ୍ୟାପକ ବ୍ୟବସାୟିକ ଯାନ ପୋର୍ଟଫୋଲିଓ ପ୍ରଦାନ କରେ, ଯେଉଁଥିରେ 1 ଟନ୍ରୁ 60 ଟନ୍ ପର୍ଯ୍ୟନ୍ତ କାର୍ଗୋ ଯାନ ଏବଂ 9 ସିଟ୍ ଠାରୁ 71 ସିଟର ଯାନ ଅନ୍ତର୍ଭୁକ୍ତ ।