ଓଡିଶା

odisha

ETV Bharat / technology

AI ରୋବୋଟ୍‌ ପାଲଟିଲା କିଡନାପର୍‌; 12 ରୋବୋଟ୍କୁ‌ ଅପହରଣ; ସାମ୍ନାକୁ ଆସିଲା ଭିଡିଓ - ROBOT KIDNAPS ROBOTS

ରୋବୋଟ୍‌କୁ ଅପହରଣ କଲା ରୋବୋଟ୍‌ । ଏଆଇ ରୋବୋଟ୍‌ ଶେଷରେ ଏକ ଶୋ'ରୁମରୁ 12ଟି ରୋବୋଟ୍‌କୁ ଅପହରଣ କରିଛି । କଣ ଘଟଣା ଜାଣନ୍ତୁ...

ROBOT KIDNAPS ROBOTS
ROBOT KIDNAPS ROBOTS (ETV Bharat)

By ETV Bharat Tech Team

Published : Nov 21, 2024, 5:13 PM IST

ବେଜିଂ:ଦୁର୍ବୃତ୍ତ, ଗୁଣ୍ଡା ବା ଅସାଧୁ ବ୍ୟକ୍ତି ଅପହରଣ କରୁଥିବା ଘଟଣା ଆପଣ ଜାଣିଥିବେ । କିନ୍ତୁ କେବେ ରୋବୋଟ୍‌ କିଡନାପିଂ କରୁଛି ତାହା ହୁଏତ ଶୁଣିନଥିବେ । ଏଠାରେ ପୁଣି ରୋବୋଟ୍‌ ହିଁ ରୋବୋଟ୍‌କୁ ଅପହରଣ କରି ନେଇଯାଉଛି । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଚୀନର ଏକ ଶୋ'ରୁମରେ ଏରବାଇ ନାମକ ଛୋଟ ରୋବୋଟ୍‌ 12ଟି ବଡ଼ ରୋବୋଟ୍‌କୁ ଅପହରଣ କରି ନେଇଯାଉଥିବା ଭିଡିଓ ସାମ୍ନାକୁ ଆସିଛି ।

ଘଟଣା କଣ ?

ଏହି ଅସାଧାରଣ ଘଟଣା ଚୀନରୁ ସାମ୍ନାକୁ ଆସିଛି । ଏଆଇ ଚାଳିତ ରୋବୋଟ୍ ସାଂଘାଇ ରୋବୋଟିକ୍ସ କମ୍ପାନୀର ଶୋ’ରୁମରୁ 12ଟି ବଡ଼ ରୋବୋଟକୁ ଅପହରଣ କରି ନେଇଛି । ଚୀନର କିଛି ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଫୁଟେଜରେ 'Erbai' ନାମକ ଏକ ଛୋଟ ରୋବୋଟ୍ ବଡ଼ ରୋବଟ୍ ସହିତ କଥାବାର୍ତ୍ତା କରୁଛି । ଏହା ସେମାନଙ୍କୁ ସେମାନଙ୍କର କାର୍ଯ୍ୟ ସ୍ଥାନ ଛାଡି ଶୋ’ରୁମରୁ ବାହାରକୁ ଯିବାକୁ କହୁଛି । ଭିଡିଓ ଦେଖିବା ପରେ ଲାଗୁଛି ଯେ ଏରବାଇ ରୋବୋଟର ନିର୍ଦ୍ଦେଶରେ ବାକି ରୋବଟମାନେ ଶୋ'ରୁମରୁ ବାହାରକୁ ଚାଲି ଆସୁଛନ୍ତି ।

ଏହା ବି ପଢନ୍ତୁ
  1. 2025 ସୁଦ୍ଧା ପ୍ରଥମ ହ୍ୟୁମାନଏଡ୍‌ ରୋବୋଟ୍‌ ଆଣୁଛି Reliance; ବଢିଲାଣି ଏଲନଙ୍କ ଚିନ୍ତା
  2. ରୋବୋଟ୍‌ ବନାଇଲା ଏପରି ପେଣ୍ଟିଂ ହେଲା ନିଲାମି; 11କୋଟି ଟଙ୍କାରେ ବିକ୍ରି
  3. ଅଫିସ ଚାପରେ ଚେପା ରୋବୋଟ, ଚିନ୍ତାରେ ପଡି ହାରିଲା ଜୀବନ
  4. ରୋବୋଟ୍‌ ମଣିଷଙ୍କ ପରି ମିଛ କହିପାରେ ଓ ଧୋକା ଦେଇପାରେ: STUDY

ଅପହରଣ ବେଳେ କଣ କହୁଛି ରୋବୋଟ୍‌ ?

ରିପୋର୍ଟରେ ରୋବୋଟ୍ ବାର୍ତ୍ତାଳାପ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ବଡ଼ ରୋବୋଟ୍ ମଧ୍ୟରୁ ଗୋଟିଏ ରୋବୋଟ୍‌ କହୁଛି, “ମୁଁ କାମରୁ କେବେବି ଛୁଟି ନେଇପାରିବି ନାହିଁ।” ଏହାର ଉତ୍ତରରେ ଅପହରଣ କରୁଥିବା ଛୋଟ ରୋବୋଟ୍ କହୁଛି, "ତୁମେ ଘରକୁ ଯାଉ ନାହଁ "। ଏହା ପରେ ଅନ୍ୟ ରୋବୋଟ୍‌ଟି କହୁଛି ଯେ 'ଆମର ଘର ନାହିଁ' । ତା’ପରେ ଛୋଟ ରୋବୋଟ୍‌ ସେମାନଙ୍କୁ ଶୋ’ରୁମରୁ ବାହାରିବା ବାଟ ଦେଖାଉଛି ଏବଂ ସମସ୍ତଙ୍କୁ ନିଜ ଘରକୁ ଯିବାକୁ କହୁଛି ।

'କିଡନାପ୍‌ ଘଟଣା ସତ'

ନଭେମ୍ବର 11ରେ ହାଙ୍ଗଜୋର ଛୋଟ ରୋବୋଟ୍‌ ସାଙ୍ଘାଇ କମ୍ପାନୀର ରୋବୋଟ୍‌କୁ ଅପହରଣ କରିଥିବା କୁହାଯାଉଛି । ହାଙ୍ଗଜୋ ରୋବୋଟ୍ ନିର୍ମାତା ନିଶ୍ଚିତ କରିଛି ଯେ ଭାଇରାଲ ଭିଡିଓରେ ଦେଖାଯାଇଥିବା 'ଛୋଟ କିଡନାପର୍' ସେମାନଙ୍କ କମ୍ପାନୀ ଏକ ରୋବୋଟ୍‌ (Erbai) ମଧ୍ୟରୁ ଗୋଟିଏ । ଏହା ମଧ୍ୟ ପ୍ରକୃତ ଅପହରଣ ବୋଲି କମ୍ପାନୀ କହିଛି । ଏହି ଅପହରଣ କମ୍ପାନୀର ପରୀକ୍ଷଣର ଏକ ଅଂଶ ବୋଲି କମ୍ପାନୀ କହୁଥିବା ବେଳେ ଅନେକ ସୋସିଆଲ ମିଡିଆ ୟୁଜର ଏହାକୁ ଭୟଙ୍କର ବୋଲି କହିଛନ୍ତି ।

ସୁରକ୍ଷାରେ ହୋଇପାରେ ତ୍ରୁଟି:-

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଛୋଟ ରୋବୋଟ୍ କୌଣସି ପ୍ରକାରେ ସାଙ୍ଘାଇ ଶୋ'ରୁମ ରୋବୋଟ୍‌ର ଆଭ୍ୟନ୍ତରୀଣ ଅପରେଟିଂ ପ୍ରୋଟୋକଲ୍ ଏବଂ ଏହାର ଆନୁସଙ୍ଗିକ ଅନୁମତିଗୁଡିକର ଆକ୍ସେସ ପାଇବାରେ ସକ୍ଷମ ହୋଇଥିଲା । ଏହା ସୁରକ୍ଷା ତ୍ରୁଟି ହେଉ କିମ୍ବା ଅନ୍ୟ କୌଣସି କାରଣରୁ ହୋଇପାରେ ।

ଏହି ଭିଡିଓ ସାମ୍ନାକୁ ଆସିବା ପରେ AI ସିଷ୍ଟମର ସୁରକ୍ଷା ଏବଂ ଏହି ଟେକ୍ନୋଲୋଜିକୁ ସ୍ବୟଂଚାଳିତ କ୍ଷମତା ଦେବାର ବିପଦ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି ।

ABOUT THE AUTHOR

...view details