ଓଡିଶା

odisha

ETV Bharat / technology

Huawei ପରେ ଏବେ Samsung ଆଣୁଛି ଟ୍ରାଇ-ଫୋଲ୍ଡ ସ୍ମାର୍ଟଫୋନ; ଜାଣନ୍ତୁ କେବେ ଲଞ୍ଚ

ଭାରତରେ ସାମସଙ୍ଗ ବ୍ରାଣ୍ଡର ଅନେକ ଲୋକପ୍ରିୟତା ରହିଛି । ଏବେ ସାମସଙ୍ଗ ଟ୍ରାଇ-ଫୋଲ୍ଡ ସ୍ମାର୍ଟଫୋନ ଆଣିବାକୁ ଯାଉଛି । ଜାଣନ୍ତୁ କେବେ ହେବ ଲଞ୍ଚ

samsung
samsung (Photo- samsung)

By ETV Bharat Tech Team

Published : 6 hours ago

ହାଇଦ୍ରାବାଦ:କିଛି ଦିନ ପୂର୍ବରୁ ଚାଇନିଜ ମୋବାଇଲ ନିର୍ମାତା କମ୍ପାନୀ ହୁୱେଇ (Huawei) ନିଜର ପ୍ରଥମ ଟ୍ରାଇ-ଫୋଲ୍ଡ ସ୍ମାର୍ଟଫୋନକୁ ଲଞ୍ଚ କରିଥିଲା । ଏହାସହ ବିଶ୍ବରେ ପ୍ରଥମ ଟ୍ରାଇ-ଫୋଲ୍ଡେବଲ ମୋବାଇଲ ଆଣିଥିଲା । ଏବେ ମିଳିଥିବା ସୂଚନାଅନୁସାରେ ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ ମଧ୍ୟ ଖୁବଶୀଘ୍ର ଟ୍ରାଇ-ଫୋଲ୍ଡ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । ସାମସଙ୍ଗ ବ୍ୟତୀତ ସାଓମି, ହନର ଓ ଓପୋ ଭଳି ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଟ୍ରାଇ ଫୋଲ୍ଡ ସ୍ମାର୍ଟଫୋନ ଉପରେ କାମ କରୁଛନ୍ତି ।

ସାମସଙ୍ଗ ନିଜର ପ୍ରତିଦ୍ବନ୍ଦ୍ବୀ Huawei ଠାରୁ ଆଗକୁ ବଢିବା ଲାଗି ଏହି ନୂଆ ଟ୍ରେଣ୍ଡି ଟ୍ରାଇଫୋଲ୍ଡ ସ୍ମାର୍ଟଫୋନ ଆଣୁଛି । ହୁୱେଇ ନିଜର Mate XT Ultimate ଏଡିସନ ଟ୍ରାଇଫୋଲ୍ଡ ସ୍ମାର୍ଟଫୋନକୁ ଚୀନରେ CNY 19,999 (ପ୍ରାୟ 2,37,000 ଟଙ୍କା)ରେ ବିକ୍ରି କରୁଛି । ZDNet Koreaର ରିପୋର୍ଟ ଅନୁସାରେ, ସାମସଙ୍ଗ ଇଲେକ୍ଟ୍ରୋନିକ୍ସ ଏକ ଏଣ୍ଟ୍ରି ଲେଭଲ୍‌ କ୍ଲାମସେଲ-ଷ୍ଟାଇଲ ଫୋଲ୍ଡେବଲ ଫୋନ ସହିତ ଟ୍ରାଇଫୋଲ୍ଡ ମଡେଲ ଉପରେ କାମ କରୁଛି । ଏହି ସ୍ମାର୍ଟଫୋନର ସ୍କିନକୁ 2 ଭାଙ୍ଗ କରାଯାଇପାରିବ ।

Tri Fold Phone (Representative Image)

କେବେ ହେବ ଲଞ୍ଚ ?

ଟ୍ରାଇଫୋଲ୍ଡ ସ୍ମାର୍ଟଫୋନକୁ କମ୍ପାନୀ 2025ରେ ଲଞ୍ଚ କରିବାକୁ ଯୋଜନା କରୁଛି । ଭାରତରେ ସାମସଙ୍ଗ ବ୍ରାଣ୍ଡର ବେଶ ଲୋକପ୍ରିୟତା ରହିଛି । ଅନେକ ଆଇଫୋନ ସ୍ଥାନରେ ସାମସଙ୍ଗ ସ୍ମାର୍ଟଫୋନ କିଣୁଥିବାର ନଜିର ରହିଛି । ଏଣୁ ଭାରତୀୟ ସ୍ମାର୍ଟଫୋନ ବଜାରରେ କମ୍ପାନୀର ଟ୍ରାଇଫୋଲ୍ଡ ସ୍ମାର୍ଟଫୋନ ବେଶ ଆଦୃତ ହୋଇପାରେ ବୋଲି ଆଶା କରାଯାଉଛି ।

ଏହା ବି ପଢନ୍ତୁ
  1. Tri Foldable smartphone: 3 ଫୋଲ୍ଡେବଲ ଫୋନ ଆଣୁଛି ଏହି କମ୍ପାନୀ, ବିଶ୍ବରେ ପ୍ରଥମ
  2. ଭାରତରେ ଲଞ୍ଚ ହେଲା Samsung ମୁଦି; କଣ ଏଥିରେ ଖାସ ଜାଣନ୍ତୁ
  3. ଲଞ୍ଚ ହେଲା ସାମସଙ୍ଗ ଗାଲାକ୍ସି S24 FE; ମିଳିବ ଜବରଦସ୍ତ କ୍ୟାମରା ଓ ବ୍ୟାଟେରୀ

ଏକ ରିପୋର୍ଟ ଅନୁସାରେ ସାମସଙ୍ଗ ଡିସପ୍ଲେ ସହଭାଗୀମାନଙ୍କ ଦ୍ବାରା ଟ୍ରାଇ-ଫୋଲ୍ଡ ମଡେଲର ବାଣିଜ୍ୟିକୀକରଣ ପାଇଁ ଯୋଜନା ଏବଂ ବିକାଶ କାର୍ଯ୍ୟ ସମାପ୍ତ ହୋଇସାରିଛି । ତେବେ ଏହି ସ୍ମାର୍ଟଫୋନ୍ ଲଞ୍ଚ କରିବାର ନିଷ୍ପତ୍ତି ସାମସଙ୍ଗ ଇଲେକ୍ଟ୍ରୋନିକ୍ସର MX ବିଭାଗର ମୁଖ୍ୟଙ୍କ ଉପରେ ରହିଛି । ଏହି ସ୍ମାର୍ଟଫୋନ୍ 2025ରେ ଲଞ୍ଚ ହୋଇପାରେ ବୋଲି କୁହାଯାଉଛି ।

କଣ ରହିବ ଫିଚର ?

ଏଯାବତ ସାମସଙ୍ଗ ଏ ସମ୍ପର୍କରେ କିଛି ସ୍ପଷ୍ଟ କରିନାହିଁ । କିନ୍ତୁ ଏହା ନିଶ୍ଚିତ ଯେ ଅଲଗା ଟ୍ରାଇଫୋଲ୍ଡେବଲ ସ୍ମାର୍ଟଫୋନଠାରୁ କମ୍ପାନୀ ନିଶ୍ଚିତ କିଛି ଭଲ ଫିଚର ଆଣିବ । କମ୍ପାନୀ ସ୍ନାପଡ୍ରାଗନ 8 ଜେନେରେସନ 3 କିମ୍ବା ସ୍ନାପଡ୍ରାଗନ 8 ଇଲାଇଟ ଚିପ୍‌ ଦେଇପାରେ । ଗାଲାକ୍ସି ଜେ ଫୋଲ୍ଡ 6ର ମୂଲ୍ୟକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ସାମସଙ୍ଗର ଟ୍ରାଇଫୋଲ୍ଡ ସ୍ମାର୍ଟଫୋନର ଦାମ ଭାରତରେ 2,00,000 ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି ।

ABOUT THE AUTHOR

...view details