ହାଇଦ୍ରାବାଦ: ହସ୍ପିଟାଲରୁ ଡିସଚାର୍ଜ ହେଲେ ବଲିଉଡ ଅଭିନେତା ସୈଫ ଅଲି ଖାନ । ଜାନୁଆରୀ 16 ତାରିଖ ମଧ୍ୟରାତ୍ରିରେ ଆକ୍ରଣର ଶିକାର ହୋଇଥିଲେ । ଚୋରି କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ସୈଫଙ୍କ ଘରେ ପଶିଥିଲା ଏବଂ ତାଙ୍କୁ 6ଥର ଛୁରାମାଡ଼ କରିଥିଲା । ଏହି ଘଟଣା ପରେ ଅଭିନେତା ଲୀଲାବତୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ । ବର୍ତ୍ତମାନ 5 ଦିନ ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସୈଫ । ଘରକୁ ଫେରିବା ପରେ ସୈଫ ବର୍ତ୍ତମାନ କ୍ୟାମେରା ଆଗରେ ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ସୈଫ ଅଲି ଖାନ ଘର ବାହାରେ ଆସିଲେ ନଜର
ବାନ୍ଦ୍ରା ସ୍ଥିତ ସୈଫଙ୍କ ବାସଭବନ 'ସଦଗୁରୁ ଶରଣ'ରେ ଏହି ଘଟଣା ଘଟିଥିଲା । ଯେଉଁଠାରେ ସେ ନିଜ ପରିବାର ସହ ରହୁଥିଲେ । ବର୍ତ୍ତମାନ ଅଭିନେତା ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସୈଫ । ପୋଲିସ ସୁରକ୍ଷା ମଧ୍ୟରେ ଅଭିନେତା 'ସଦଗୁରୁ ଶରଣ'ରେ ଘରେ ପହଞ୍ଚିଥିବା ବେଳେ କ୍ୟାମେରାରେ ସ୍ପଟ୍ ହୋଇଛନ୍ତି । ଏହି ସମୟରେ ସୈଫ ହ୍ୱାଇଟ ସାର୍ଟ, ବ୍ଲୁ ଜିନ୍ସରେ ନଜର ଆସିଛନ୍ତି । ଅଭିନେତାଙେକୁ ସୁସ୍ଥ ଦେଖି ଫ୍ୟାନ୍ସଙ୍କୁ ଆଶ୍ୱସନା ମିଳିଛି ।
ସୈଫଙ୍କ ଘରର ବଢିଲା ସୁରକ୍ଷା
ତେବେ ଛୁରାମାଡ଼ ଘଟଣା ପରେ ସୈଫଙ୍କ ଘରର ସୁରକ୍ଷା ବଢାଇଦିଆଯାଇଛି । ଆକ୍ରମଣ ଘଟିଥିବା ବାସଭବନର 12 ତମ ମହଲାକୁ ସିଲ୍ କରିଦିଆଯାଇଛି । ସେପଟେ ଅଭିନେତା ନିଜ ପରିବାର ସହ 'ସଦଗୁରୁ ଶରଣ'ରୁ ବର୍ତ୍ତମାନ ମୁମ୍ୱାଇର ଟର୍ନର ରୋଡ ସ୍ଥିତ ଫଚ୍ୟୁନ ହାଇଟ୍ସକୁ ସିପ୍ଟ ହେବେ ।
ଆଜି ଘଟଣାର ଡେମୋ ଦେଖାଇଲା ଅଭିଯୁକ୍ତ
ସୈଫ ଅଲି ଖାନଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତ ମହମ୍ମଦ ଶରିଫୁଲ ଇସଲାମ ଶହଜାଦ ଧରାପଡିଥିବା ବେଳେ ପୋଲିସ 5 ଦିନିଆ ରିମାଣ୍ଡରେ ନେଇଥିଲା । ତେବେ ଅଭିଯୁକ୍ତ ସହ ଆଜି (ମଙ୍ଗଳବାର) ସକାଳେ ମୁମ୍ୱାଇ ପୋଲିସ ସୈଫଙ୍କ ଘରେ ବାନ୍ଦ୍ରା ସ୍ଥିତ ଘରେ ପହଞ୍ଚି କ୍ରାଇମ ସିନ ରିକ୍ରିଏସନ କରିଥିଲା । ଅଭିଯୁକ୍ତ କିପରି ଓ କାହିଁକି ସୈଫ ଅଲି ଖାନଙ୍କୁ ଆକ୍ରମଣ କରିଥିଲା ଏବଂ ସେ କିପରି ଅଭିନେତାଙ୍କ ଘରେ ଏଣ୍ଟ୍ରି କରିଥିଲା । ସେନେଇ ଆଜି ଅଭିଯୁକ୍ତ ଘଟଣାର ପୁରା ଡେମୋ ଦେଖାଇଥିଲା । ଭିତରରୁ ସମସ୍ତ ସୂଚନା ସଂଗ୍ରହ କରିବା ପରେ, ପ୍ରାୟ 1 ଘଣ୍ଟା ପରେ, ପୋଲିସ ଅଭିଯୁକ୍ତ ସହ ସୈଫଙ୍କ ଘରୁ ବାହାରିଥିଲା ।
#WATCH | Mumbai: CCTV cameras are being installed at the residence of actor Saif Ali Khan
— ANI (@ANI) January 21, 2025
Khan was stabbed by an intruder at his residence, in the early morning of January 16. pic.twitter.com/6Y9p2sF2ne
ଏହା ମଧ୍ୟ ପଢନ୍ତୁ: ମାନବିକତା ଦେଖାଇଥିଲେ ଅଟୋ ଡ୍ରାଇଭର; ସୈଫଙ୍କୁ ସମୟରେ ପହଞ୍ଚାଇଥିଲେ ହସ୍ପିଟାଲ, ପାଇଲେ ପୁରସ୍କାର ରାଶି
1 କୋଟି ପାଇଁ ସୈଫଙ୍କୁ 6ଥର ଛୁରାମାଡ଼ !
ଯେତେବେଳେ ସେ ବାହାରକୁ ଆସିଲା, ତାକୁ ସୈଫଙ୍କ ଚାକରାଣୀ ଧରିଥିଲେ । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ସେ ଚାକରାଣୀଙ୍କ ଚିତ୍କାର ଶୁଣି ସୈଫ ସେଠାରେ ପହଞ୍ଚିଥିଲେ । ଚାକରାଣୀଙ୍କୁ ବନ୍ଧକ ରଖି ୧ କୋଟି ଟଙ୍କା ଦାବି କରିଥିଲା ଅଭିଯୁକ୍ତ । ଏହି ସମୟରେ ସେ ସୈଫଙ୍କ ସହ ଅଭିଯୁକ୍ତର ହାତାହାତି ହୋଇଥିଲା । ଫଳରେ ଅଭିଯୁକ୍ତ 6ଥର ଛୁରାମାଡ଼ କରି ସେଠାରୁ ଫେରାର୍ ହୋଇଥିଲା । ବର୍ତ୍ତମାନ ଅଭିଯୁକ୍ତ ଧରାପଡିଥିବା ବେଳେ ପୋଲିସ ଅଭିଯୁକ୍ତକୁ 5 ଦିନିଆ ରିମାଣ୍ଡରେ ନେଇ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ