ଓଡିଶା

odisha

ETV Bharat / technology

ଭାରତରେ କେବେ ଲଞ୍ଚ ହେବ Samsung Galaxy S25 ଅଲଟ୍ରା; ଲିକ୍‌ ହେଲା ତଥ୍ୟ - SAMSUNG GALAXY S25 ULTRA LAUNCH

ସାମସଙ୍ଗ ଭାରତରେ ଖୁବଶୀଘ୍ର ଏହାର ଗାଲାକ୍ସି S25 ସିରିଜକୁ ଲଞ୍ଚ୍‌ କରିବାକୁ ଯାଉଛି । ଏହି ଫୋନରେ 200MP କ୍ୟାମେରା ମିଳିବ ବୋଲି କୁହାଯାଉଛି । ଅଧିକ ପଢନ୍ତୁ

Samsung Galaxy S25 Ultra Launch In India
Samsung Galaxy S25 Ultra Launch In India (ETV Bharat)

By ETV Bharat Tech Team

Published : Nov 19, 2024, 7:38 PM IST

ହାଇଦ୍ରାବାଦ:ଭାରତରେ ସାମସଙ୍ଗର ବେଶ ଲୋକପ୍ରିୟତା ରହିଛି । ଏପରିକି କିଛି ୟୁଜର ଆଇଫୋନ ବଦଳରେ ସାମସଙ୍ଗର ପ୍ରିମିୟମ ସେଟ୍‌କୁ କିଣିଥାନ୍ତି । ଏହାରି ମଧ୍ୟରେ ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ ଭାରତରେ ଏହାର ଆଗାମୀ ଗାଲାକ୍ସି ଏସ25 ସିରିଜକୁ ଲଞ୍ଚ୍‌ କରିବାକୁ ଯୋଜନା କରୁଛି । ଆସନ୍ତା ବର୍ଷ ଏହି ସିରିଜ ଲଞ୍ଚ ହୋଇପାରେ ବୋଲି କୁହାଯାଉଛି । ଏଥିରେ ପୂର୍ବ ସିରିଜ ଅପେକ୍ଷା ଅଧିକ ଅପଗ୍ରେଡ ଭର୍ସନ ଦେଖିବାକୁ ମିଳିବ ।

ସୂଚନା ଅନୁସାରେ 2025 ଜାନୁଆରୀରେ କମ୍ପାନୀ ଗାଲାକ୍ସି ଏସ25 ସିରିଜକୁ ଲଞ୍ଚ କରିବ । ଏହି ସିରିଜ ଅଧୀନରେ କମ୍ପାନୀ 4ଟି ସ୍ମାର୍ଟଫୋନକୁ ବଜାରକୁ ଆଣିବ । ଏହା ମଧ୍ୟରେ ସାମସଙ୍ଗ ଗାଲାକ୍ସି ଏସ25, ଗାଲାକ୍ସି ଏସ25 ପ୍ଲସ, ଗାଲାକ୍ସି ଏସ25 ଅଲଟ୍ରା ଓ ନୂଆ ଗାଲାକ୍ସି ଏସ25 ସ୍ଲିମ ଭାରିଏଣ୍ଟ ଅନ୍ତର୍ଭୁକ୍ତ ।

Samsung Galaxy S24 Ultra (Credit- Samsung)

Samsung Galaxy S25 ଲଞ୍ଚ୍‌ ତାରିଖ:-

ସାମସଙ୍ଗ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ସାମସଙ୍ଗ ଗାଲାକ୍ସି S25 ଅଲଟ୍ରାର ଲଞ୍ଚ ତାରିଖର ଘୋଷଣା କରିନାହିଁ, କିନ୍ତୁ ଏକ ସମ୍ଭାବ୍ୟ ଲଞ୍ଚ୍‌ ତାରିଖ ବିଷୟରେ ଆଲୋଚନା ହେଉଛି । ଏକ ରିପୋର୍ଟ ଅନୁଯାୟୀ ଆସନ୍ତା ବର୍ଷ ଜାନୁଆରୀ 22ରେ ଏକ ଇଭେଣ୍ଟରେ କମ୍ପାନୀ ଭାରତ ଏବଂ ଅନ୍ୟାନ୍ୟ ବଜାରରେ ନୂତନ ଗାଲାକ୍ସି S25 ଅଲଟ୍ରା ଲଞ୍ଚ କରିପାରେ ।

ଏହା ବି ପଢନ୍ତୁ
  1. ବଜେଟରେ ପାଆନ୍ତୁ ଫୋଲଡେବଲ୍‌ ଫୋନ୍‌; ଲଞ୍ଚ ତାରିଖ ଖୁଲାସା କଲା Samsung
  2. Huawei ପରେ ଏବେ Samsung ଆଣୁଛି ଟ୍ରାଇ-ଫୋଲ୍ଡ ସ୍ମାର୍ଟଫୋନ; ଜାଣନ୍ତୁ କେବେ ଲଞ୍ଚ
  3. ଲଞ୍ଚ ହେଲା ସାମସଙ୍ଗ ଗାଲାକ୍ସି S24 FE; ମିଳିବ ଜବରଦସ୍ତ କ୍ୟାମରା ଓ ବ୍ୟାଟେରୀ

ଦାମ କେତେ ରହିବ ?

ସାମସଙ୍ଗ ଗାଲାକ୍ସି ଏସ୍ 24 ଅଲଟ୍ରା ସିରିଜ୍ ଚଳିତ ବର୍ଷ ଜାନୁଆରୀରେ ଭାରତରେ ଡେବ୍ୟୁ କରିଥିଲା ​​ଯାହାର ମୂଲ୍ୟ 1 ଲକ୍ଷ 29 ହଜାର 999 ରହିଛି । ଆଗାମୀ ସାମସଙ୍ଗ ଗାଲାକ୍ସି ଏସ୍ 25 ଅଲଟ୍ରା ମଧ୍ୟ ସମାନ ମୂଲ୍ୟ ରହିପାରେ ବୋଲି କୁହାଯାଉଛି, କିନ୍ତୁ ଏହାର ପ୍ରକୃତ ମୂଲ୍ୟ ଲଞ୍ଚ ଇଭେଣ୍ଟରେ ହିଁ ସାମ୍ନାକୁ ଆସିବ ।

କଣ ମିଳିବ ଫିଚର ?

  • ସାମସଙ୍ଗ ଗାଲାକ୍ସି ଏସ୍ 25 ଅଲଟ୍ରା କ୍ବାଲକମ୍ ସହିତ ଲାଟେଷ୍ଟ ସ୍ନାପଡ୍ରାଗନ୍ 8 ଇଲାଇଟ୍ ଚିପସେଟ ପାଇବ ବୋଲି ଆଶା କରାଯାଉଛି ।
  • ସ୍ମାର୍ଟଫୋନ୍ ନୂତନ ଗାଲାକ୍ସି ଏଆଇ ଫିଚର ସହିତ ସଜ୍ଜିତ ହୋଇପାରେ ।
  • ଉନ୍ନତ AI ପ୍ରୋସେସିଂ ସହିତ ହ୍ୟାଣ୍ଡସେଟରେ 200MP ରିଅର କ୍ୟାମେରା ମିଳିବ ବୋଲି ଆଶା କରାଯାଉଛି ।
  • ଗାଲାକ୍ସି S25 ଅଲଟ୍ରାରେ 12MP ଅଲଟ୍ରା-ୱାଇଡ୍ କ୍ୟାମେରା ଏବଂ 3x ଓ 10x ଅପ୍ଟିକାଲ୍ ଜୁମ୍ ସହିତ ଦୁଇଟି ଟେଲିଫୋଟୋ ଲେନ୍ସ ରହିପାରେ ।
  • ଏହି ସ୍ମାର୍ଟଫୋନ୍ 100x ସ୍ପେସ୍ ଜୁମ୍ ପ୍ରଦାନ କରିପାରିବ ।
  • ଡିସପ୍ଲେ ବିଷୟରେ କହିବାକୁ ଗଲେ ଏଥିରେ 120Hzର ରିଫ୍ରେସ ରେଟ୍‌ ସହିତ 6.9-ଇଞ୍ଚ ଡାଇନାମିକ୍ AMOLED 2X ଡିସପ୍ଲେ ମିଳିପାରେ ।
  • ଏହାର ପୂର୍ବ ମଡେଲ ପରି ଏହି ହ୍ୟାଣ୍ଡସେଟ୍‌ରେ ଟାଇଟାନିଅମ ଫ୍ରେମ, ସାର୍ପର ଏଜ୍‌ ଓ ପତଳା ବିଜେଲ (ସୁରକ୍ଷା ବାବଦକୁ ଫୋନର ଚାରିପାଖରେ ଥିବା ଆସ୍ତରଣ) ମିଳିପାରେ ।

ABOUT THE AUTHOR

...view details