ହାଇଦ୍ରାବାଦ: ସାମସଙ୍ଗ ଖୁବଶୀଘ୍ର ଗାଲାକ୍ସି S25 ସ୍ଲିମ ସ୍ମାର୍ଟଫୋନକୁ ଗାଲାକ୍ସି S25, ଗାଲାକ୍ସି S25+ ଓ ଗାଲାକ୍ସି S25 ଅଲଟ୍ରା ସହିତ ଲଞ୍ଚ ହୋଇପାରେ । ଗାଲାକ୍ସି ଅନପ୍ୟାକଡ୍ ଇଭେଣ୍ଟ ସମ୍ପର୍କରେ ଆନୁଷ୍ଠାନିକ ଭାବେ ସୂଚନା ମିଳିନଥିବା ବେଳେ ଏହା ଲାଟେଷ୍ଟ ALoP ଟେକ୍ନୋଲୋଜି ବ୍ୟବହାର କରିବ ବୋଲି ଜଣାପଡ଼ିଛି । ଏହାଦ୍ବାରା ଗାଲାକ୍ସି S25 ସ୍ଲିମ ସ୍ମାର୍ଟଫୋନର କ୍ୟାମେରା ମଡ୍ୟୁଲ ଆହୁରି ପତଳା ହେବ ।
Structure of the folded telephoto camera module (Photo Credit- Samsung) ଟେଲିଫଟୋ କ୍ୟାମେରା କେବଳ ଗାଲାକ୍ସି S25 ସ୍ଲିମ ସ୍ମାର୍ଟଫୋନ ପାଇଁ ଉପଲବ୍ଧ ହେବାକୁ ଥିବା ବେଳେ ଏହା ଗାଲାକ୍ସି S25 ଓ ଗାଲାକ୍ସି S25+ରେ ଉପଲବ୍ଧ ହେବ ନାହିଁ । ସାମସଙ୍ଗର ବ୍ଲଗ ପୋଷ୍ଟଅନୁସାରେ ଗାଲାକ୍ସି S25 ସ୍ଲିମ ମଡେଲ 7ମିମି ମୋଟେଇ ସହିତ ଆସିପାରେ । ଏହାସହିତ ଫୋନଟି ପାୱାରଫୁଲ ଟ୍ରିପଲ କ୍ୟାମେରା ସେଟଅପ୍ ସହିତ ଆସିପାରେ । ଏଥିରେ 200MP ମେନ୍ କ୍ୟାମେରା ଓ 50MP ଅଲଟ୍ରା ୱାଇଡ କ୍ୟାମେରା ମିଳିବ । ତେବେ ଏଠାରେ ଆମେ ALoP ଟେକ୍ନୋଲୋଜି କଣ ଓ ଏହା ଦ୍ବାରା କଣ ସୁବିଧା ମିଳିବ ତାହା ସମ୍ପର୍କରେ ଜାଣିବା ।
ALoP ଟେକ୍ନୋଲୋଜି କଣ ?
ଏହା ଏପରି ଏକ ଟେକ୍ନୋଲୋଜି ଯାହାଦ୍ବାରା ସ୍ମାର୍ଟଫୋନରେ ବଡ଼ ଟେଲିଫଟୋ ଲେନ୍ସ ବ୍ୟବହାର ହୁଏ ସତ, ହେଲେ କ୍ୟାମେରା ବାହାର ସେଟଅପ୍ ଆକାର ଛୋଟ ରହିଥାଏ । ଉଜ୍ଜ୍ବଳ ଟେଲିଫଟୋ କ୍ୟାମେରା ଲଗାଇବା ଲାଗି ଲେନ୍ସର ଇଫେକ୍ଟିଭ ପ୍ୟୁପିଲ ଡାଏମିଟର (EPD) ବଡ଼ ହେବା ଉଚିତ । ତେବେ ଲେନ୍ସ ବଡ଼ ହେବା ଯୋଗୁଁ କେତେକ ସ୍ମାର୍ଟଫୋନ କମ୍ପାନୀ ଲାଗି ହ୍ୟାଣ୍ଡସେଟ୍ର ଡିଜାଇନକୁ ଛୋଟ ଓ ପତଳା କରିବା କଷ୍ଟକର ହୋଇପଡ଼େ ।
Structure of the ALoP solution (Photo Credit- Samsung) ପାରମ୍ପରିକ ଫୋଲ୍ଡେଡ ଟେଲିଫଟୋ କ୍ୟାମେରା ଅପ୍ଟିକ୍ସ ସହିତ ଲେନ୍ସକୁ ପ୍ରିଜମ ଓ ସେନ୍ସରର ମଝିରେ ଲମ୍ବା ଭାବରେ ରଖେ । ଏହାଦ୍ବାରା ଲେନ୍ସର ବ୍ୟାସ ଉଠିକି ରହିବା ଯୋଗୁଁ ସ୍ମାର୍ଟଫୋନର ମୋଟେଇକୁ ମଧ୍ୟ ବୃଦ୍ଧି କରିବାକୁ ପଡ଼ିଥାଏ । ସରଳ ଭାଷାରେ କହିବାକୁ ଗଲେ ଲେନ୍ସର ବ୍ୟାସକୁ ବଢାଇ ଆମେ ବ୍ରାଇଟ୍ କ୍ୟାମେରା ପାଉ ସତ ହେଲେ, କ୍ୟାମେରା ମଡ୍ୟୁଲର ଉଚ୍ଚତାକୁ ମଧ୍ୟ ବୃଦ୍ଧି କରିବାକୁ ପଡ଼େ । ଯାହାକି ଅନେକ ୟୁଜରଙ୍କୁ ପସନ୍ଦ ହୋଇନଥାଏ । କିନ୍ତୁ, ALoP ଟେକ୍ନୋଲୋଜିରେ ଏକ ଟ୍ରିକ୍ ବ୍ୟବହାର ହୁଏ ।
ଏଥିରେ ଲେନ୍ସ ପ୍ରିଜିମ୍ ଉପରେ ଭୂସମାନ୍ତର ଭାବରେ ରହିଥାଏ । EPD ବୃଦ୍ଧି କରି ଲେନ୍ସ ବ୍ୟାସ ବଢିବା ସହ ବ୍ରାଇଟ୍ ଫଟୋ ମିଳିବା ପରେ ମଧ୍ୟ କ୍ୟାମେରା ମଡ୍ୟୁଲ୍ ଉଚ୍ଚତା ଉପରେ ପ୍ରଭାବ ପଡ଼ିନଥାଏ । ପାରମ୍ପରିକ କ୍ୟାମେରା ମଡ୍ୟୁଲରେ ଲେନ୍ସ ପାଇଁ ଆବଶ୍ୟକ ହେଉଥିବା ସ୍ଥାନ ହ୍ରାସ ହେବା ଦ୍ବାରା କ୍ୟାମେରା ମଡ୍ୟୁଲ ଛୋଟ ହୋଇଥାଏ । ଯାହାଦ୍ବାରା ସ୍ମାର୍ଟଫୋନର ଡିଜାଇନ ଉପରେ କୌଣସି ପ୍ରଭାବ ପଡ଼ିନଥାଏ ।
Comparison between conventional folded zoom and ALoP (Photo Credit- Samsung) ALoP ଟେକ୍ନୋଲୋଜିରୁ କଣ ଫାଇଦା ?
- ବ୍ରାଇଟନେସ୍: ଏହି ଟେକ୍ନୋଲୋଜିର ଅପ୍ଟିକ୍ସ ଡିଜାଇନରେ 80ମିମି ଫୋକାଲ ଲେନ୍ଥ ସହ f /2.58 ଲେନ୍ସ ଆପର୍ଚର ରହିଥାଏ । ପାରମ୍ପରିକ ଫୋଲ୍ଡେଡ କ୍ୟାମେରା ଅପ୍ଟିକ୍ସଠାରୁ ଲେନ୍ସକୁ ପ୍ରିଜମର ଆଗରେ ରଖାଯାଏ । ଏହିପରି ଭାବରେ, ALoP ଏକ ବଡ ଆପର୍ଚର ଲେନ୍ସର ଉପଯୋଗ କରିଥାଏ, ଯାହାଦ୍ବାରା ରାତିରେ ଫଟୋ ଭଲ ଆସିଥାଏ ।
- ଆକାରକୁ ଛୋଟ କରେ:ଏହି ଟେକ୍ନୋଲୋଜି ବ୍ୟବହାର କରିବା ଦ୍ବାରା ମଡ୍ୟୁଲର ଲମ୍ବ 22% କମ ହୋଇଥାଏ । ଯାହାଦ୍ବାରା ସ୍ମାର୍ଟଫୋନ ପଛରେ ଥିବା କ୍ୟାମେରା ମଡ୍ୟୁଲର ଆକାର ଛୋଟ ହେବା ସହ ଫୋନ ଆହୁରି ପତଳା ହୋଇ ଆସିଥାଏ । ସାଧାରଣତଃ ୟୁଜର ସର୍ବଦା ଫ୍ଲାଟ କ୍ୟାମେରା ଚାହିଥାନ୍ତି । କ୍ୟାମେରା ଅଧିକ ମୋଟେଇର ହେଲେ ଏହା ସମତଳ ପୃଷ୍ଠରେ ରଖିବା ସମୟରେ ଅସୁବିଧା ହୋଇଥାଏ । ଏହାସହ କ୍ୟାମେରା ଫୋନର ପଛ ଭାଗରେ ବାହାରିଲା ପରି ରହିଥାଏ । ଏହି ଟେକ୍ନୋଲୋଜି ତାହାର ସମାଧାନ କରିବ ।