ହାଇଦ୍ରାବାଦ:ସାମସଙ୍ଗ ଗ୍ରାହକଙ୍କ ପାଇଁ ଖୁସି ଖବର । ଭାରତରେ ଲଞ୍ଚ ହେଲା ସାମସଙ୍ଗ ଗାଲାକ୍ସି S25 ସିରିଜ୍ । କିଛି ଦିନ ପୂର୍ବରୁ ଆମେରିକାରେ ସାମସଙ୍ଗ ଏହି ସିରିଜକୁ ଲଞ୍ଚ କରିଥିଲା । ଏହାପରେ ଆରମ୍ଭ ହୋଇଥିଲା ପ୍ରି-ଆର୍ଡର । ହେଲେ ଆଜି ଠାରୁ ଭାରତରେ ସାମସଙ୍ଗ ନିଜର S25 ସିରିଜ ବିକ୍ରି ଆରମ୍ଭ କରିଛି । ଆଜି ଭାରତରେ ସାମସଙ୍ଗ ଗାଲାକ୍ସି S25 ସିରିଜର ପ୍ରଥମ ବିକ୍ରୟ ଆରମ୍ଭ । ଏହି ସେଲରେ, ଉପଭୋକ୍ତାମାନେ Samsung S ସିରିଜର ତିନୋଟି ନୂଆ ସ୍ମାର୍ଟ ଫୋନ ଯଥା- Samsung Galaxy S25, Galaxy S25 Plus ଏବଂ Galaxy S25 Ultraମଧ୍ୟ କିଣିପାରିବେ । ତେବେ ସାମସଙ୍ଗର ଏହି ସିରିଜ ଗୁଡ଼ିକ ଲଞ୍ଚ ହେବା ପରେ ପରେ ହିଁ ପ୍ରି-ବୁକିଂ ଆରମ୍ଭ ହୋଇଯାଇଥିଲା । ଏବେ କମ୍ପାନୀ ଏହି ଫୋନ ଗୁଡ଼ିକୁ ଭାରତରେ ବିକ୍ରୟ ପାଇଁ ଉପଲବ୍ଧ କରାଇଛି ।
Galaxy S25 ସିରିଜର ମୂଲ୍ୟ:
Samsung Galaxy S25ର ପ୍ରଥମ ମଡେଲ 12GB+256GB ଷ୍ଟୋରେଜ୍ ସହିତ ଆସିଥାଏ, ଯାହାର ମୂଲ୍ୟ ରହିଛି 80,999 ଟଙ୍କା । ଏହି ଫୋନର ଦ୍ୱିତୀୟ ମଡେଲ 12GB+512GB ଷ୍ଟୋରେଜ୍ ସହିତ ଆସୁଛି, ଯାହାର ମୂଲ୍ୟ 92,999 ଟଙ୍କା ।
Samsung Galaxy S25 Plusରପ୍ରଥମ ମଡ଼େଲ 12 GB ଏବଂ 256 GB ଷ୍ଟୋରେଜ୍ ସହିତ ଆସୁଛି, ଯାହାର ମୂଲ୍ୟ ୯୯,୯୯୯ ଟଙ୍କା । ଏହା ଅନ୍ୟ ଏକ ମଡ଼େଲ 12 GB RAM ଏବଂ 512 GB ଷ୍ଟୋରେଜ୍ ରହିଛି । ଯାହାର ମୂଲ୍ୟ 1,11,999 ଟଙ୍କା ।
ଉପଭୋକ୍ତାମାନେ ଏହି ସିରିଜର ଏହି ଦୁଇଟି ଫୋନକୁ ଆଇସାଇବ୍ଲୁ, ସିଲଭର ସାଡୋ, ନେଭି ଏବଂ ମିଣ୍ଟ କଲର କିଣିପାରିବେ । ତଥାପି ଯଦି Samsungର ୱେବସାଇଟରୁ କିଣାଯାଏ, ତେବେ ଏହି ଫୋନଟି ନୀଳ କଳା, କୋରାଲ୍ ରେଡ୍ ଏବଂ ପିଙ୍କ୍ ଗୋଲ୍ଡ ରଙ୍ଗରେ ଉପଲବ୍ଧ ହୋଇଛି ।
Samsung Galaxy S25 Ultraର ପ୍ରଥମ ମଡ଼େଲ 1,29,999 ଟଙ୍କାରେ ଉପଲବ୍ଧ, ଯେଉଁଥିରେ 12GB RAM ଏବଂ 256GB ଷ୍ଟୋରେଜ୍ ରହିଛି । ଏହି ଫୋନର ଦ୍ୱିତୀୟ ଭାରିଆଣ୍ଟ 12GB RAM ଏବଂ 512GB ଷ୍ଟୋରେଜ୍ ସହିତ ଆସୁଛି, ଯାହାର ମୂଲ୍ୟ 1,41,999 ଟଙ୍କା । ସେହିପରି ଏହାର ତୃତୀୟ ମଡ଼େଲ 12GB RAM ଏବଂ 1TB ଷ୍ଟୋରେଜ୍ ଅଛି, ଯାହାର ମୂଲ୍ୟ 1,65,999 ଟଙ୍କା ରହିଛି ।
ଏହି ଫୋନ ଗୁଡ଼ିକରେ ଅନେକ ପ୍ରକାରର ରିହାତି, ଅଫର, EMI ବିକଳ୍ପ, EMI ଅଫର, ତୁରନ୍ତ ବ୍ୟାଙ୍କ ରିହାତି ଉପଲବ୍ଧ । ଆପଣ Samsungର ୱେବସାଇଟରୁ ଯାଇ ଏହି ଅଫର ବିଷୟରେ ଜାଣିପାରିବେ ।