ଓଡିଶା

odisha

ETV Bharat / technology

କେବେ ଲଞ୍ଚ ହେବ ସାମସଙ୍ଗ ଗାଲାକ୍ସି S25 Edge ? iPhone 17 Airକୁ ଦେଇପାରେ ଟକ୍କର - SAMSUNG GALAXY S25 EDGE LAUNCH TIME

ସାମସଙ୍ଗ ଖୁବଶୀଘ୍ର ଏହାର ସବୁଠୁ ପତଳା ଫୋନ ଗାଲାକ୍ସି S25 Edgeକୁ ଲଞ୍ଚ କରିବାକୁ ଯାଉଛି । ଯାହାକି iPhone 17 Airକୁ ଟକ୍କର ଦେଇପାରେ । ଅଧିକ ପଢନ୍ତୁ

Samsung Galaxy S25 Edge Launch Timeline
Samsung Galaxy S25 Edge Launch Timeline (Image Credit- X/@yabhishekhd)

By ETV Bharat Tech Team

Published : Jan 24, 2025, 2:03 PM IST

ହାଇଦ୍ରାବାଦ:ଗତ କିଛି ଦିନ ତଳେ ଆମେରିକାର କାଲିଫର୍ଣ୍ଣିଆରେ ଆୟୋଜିତ ସାମସଙ୍ଗର ବାର୍ଷିକ ଇଭେଣ୍ଟ 'ଗାଲାକ୍ସି ଅନପ୍ୟାକଡ୍‌ 2025'ରେ ଗାଲାକ୍ସି ଏସ25 ସିରିଜ ଲଞ୍ଚ ହୋଇଛି । ହେଲେ ଏହି ସିରିଜର ଅନ୍ୟ ଏକ ଫୋନ ସାମସଙ୍ଗ ଗାଲାକ୍ସି ଏସ25 ଏଜ୍‌କୁ କମ୍ପାନୀ ଲଞ୍ଚ କରିନାହିଁ । ଏହାକୁ ନେଇ ସାମସଙ୍ଗ ଲଭରଙ୍କ ମନରେ ପ୍ରଶ୍ନ କେବେ ଏହି ଫୋନ ଲଞ୍ଚ ହେବ । ତେବେ ଆମେ ଆପଣଙ୍କୁ ସ୍ପଷ୍ଟ କରୁଛି ଯେ କମ୍ପାନୀ ଏହାର ଟିଜର ଜାରି କରିଥିବା ବେଳେ ଆସନ୍ତା କିଛି ମାସ ମଧ୍ୟରେ ଏହାକୁ ଲଞ୍ଚ କରାଯିବ । ଯାହାକି ଆପଲ୍‌ ଲଞ୍ଚ କରିବାକୁ ଥିବା ଆଇଫୋନର ସବୁଠୁ ପତଳା ଫୋନ iPhone 17 Airକୁ ଟକ୍କର ଦେଇପାରେ ।

ଗତ କିଛି ମାସ ଧରି ଚର୍ଚ୍ଚା ହୋଇ ଆସୁଥିବା ସାମସଙ୍ଗ ଗାଲାକ୍ସି ଏସ25 ସ୍ଲିମ ସ୍ମାର୍ଟଫୋନକୁ କମ୍ପାନୀ ସାମସଙ୍ଗ ଗାଲାକ୍ସି ଏସ25 ଏଜ୍‌ ନାଁରେ ଲଞ୍ଚ କରିବ । ଯାହାକି କମ୍ପାନୀର ସବୁଠୁ ପତଳା ଫୋନ ହେବାକୁ ଯାଉଛି । ଏହି ଫୋନର ଦାମ ଓ ସ୍ପେଶିଫିକେସନ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । କିଛି ଲିକ୍‌ ରିପୋର୍ଟ ଅନୁସାରେ କମ୍ପାନୀ ଖୁବଶୀଘ୍ର ଏହାର ଲଞ୍ଚ ଟାଇମଲାଇନର ଖୁଲାସା କରିବ ବୋଲି କୁହାଯାଉଛି ।

  • Samsung Galaxy S25 Edge: ଲଞ୍ଚ ଟାଇମଲାଇନ୍‌

ନାଇନଟୁଫାଇଭଗୁଗଲ୍‌ ରିପୋର୍ଟ ଅନୁସାରେ, ଜଣେ ସାମସଙ୍ଗ କମ୍ପାନୀର ଅଧିକାରୀ ଗାଲାକ୍ସି ଅନପ୍ୟାକଡ୍‌ 2025 ଇଭେଣ୍ଟ ଶେଷରେ କହିଛନ୍ତି ଯେ ଗାଲାକ୍ସି ଏସ25 ସ୍ଲିମକୁ ଅପ୍ରେଲ ସୁଦ୍ଧା ଲଞ୍ଚ କରାଯାଇପାରେ । କମ୍ପାନୀ ଏହାର ଟିଜର ଭିଡିଓରେ ଏହି ପତଳା ସ୍ମାର୍ଟଫୋନର ଭିତର ଅଂଶଗୁଡ଼ିକ ଦେଖାଇଛି । ଫୋନର ପଛ ପାର୍ଶ୍ବରେ 2ଟି କ୍ୟାମେରା ରହିପାରେ, ଯାହାକି ତଳକୁ ତଳ ରହିବ । ଗାଲାକ୍ସି ଏସ25 ସିରିଜରେ ଲଞ୍ଚ ହୋଇଥିବା ତିନୋଟି ସ୍ମାର୍ଟଫୋନ Galaxy S25, Galaxy S25+ ଓ Galaxy S25 Ultra ତୁଳନାରେ Galaxy S25 Slim ବା Edge ସବୁଠୁ ପତଳା ଫୋନ ହେବ ।

Samsung Galaxy S25 Edge: ସ୍ପେଶିଫିକେସନ

ପୂର୍ବରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଗାଲାକ୍ସି ଏସ25 ଏଜ୍‌ରେ 6.66 ଇଞ୍ଚର ଡିସପ୍ଲେ ଯାହାକି ଗାଲାକ୍ସି ଏସ 25 ପ୍ଲସ ସହିତ ସମାନ ରହିପାରେ । କ୍ୟାମେରା ୟୁନିଟ୍ ବିନା ଫୋନ୍ 6.4 ମିମି ପତଳା ପ୍ରୋଫାଇଲ୍ ରହିପାରେ ଓ କ୍ୟାମେରା ମଡ୍ୟୁଲ୍ ଚାରିପାଖରେ ଏହାର ମୋଟେଇ 8.3 ମିମି ରହିପାରେ ।

  • iPhone 17 Airକୁ ଟକ୍କର

କହି ରଖୁଛୁ କି, ଆପଲ୍‌ ଦୁନିଆର ସବୁଠୁ ସ୍ଲିମ ବା ପତଳା ଫୋନ ଭାବେ ଚଳିତ ବର୍ଷ ଆଇଫୋନ 17 ଏୟାରକୁ ଲଞ୍ଚ କରିପାରେ । ଏହି ଫୋନର ମୋଟେଇ 6ମିମି ହୋଇପାରେ । ଏହି ସ୍ଲିମ ଫୋନକୁ iPhone 17 ଲାଇନଅପ୍‌ ସହ ଲଞ୍ଚ କରାଯାଇପାରେ । ସାମସଙ୍ଗ ଏହାର ପ୍ରତିଦ୍ବନ୍ଦ୍ବୀକୁ iPhone 17 Airର ଜବାବ ଭାବେ Galaxy S25 Edgeକୁ ଲଞ୍ଚ କରିବାକୁ ଯୋଜନା କରୁଛି ।

ଏହା ବି ପଢନ୍ତୁ
  1. ଲାଟେଷ୍ଟ ALoP ଟେକ୍ନୋଲୋଜି ବ୍ୟବହାର କରିବ Samsung Galaxy S25 Slim; କଣ ମିଳିବ ଫାଇଦା
  2. iPhone 17 Air ହେବ ଦୁନିଆର ସବୁଠୁ ପତଳା ଫୋନ; ମିଳିପାରେ 48MP କ୍ୟାମେରା

ABOUT THE AUTHOR

...view details