ଓଡିଶା

odisha

ETV Bharat / technology

ଜିନିଷ ହଜିଲେ ଖୋଜି ଦେବ JioTag Go; ଉପକୃତ ହେବେ ଆଣ୍ଡ୍ରଏଡ ୟୁଜର - JIOTAG GO FOR ANDROID USERS

ରିଲାଏନ୍ସ ଜିଓ ଭାରତର ପ୍ରଥମ ବ୍ଲୁଟୁଥ୍‌ ଟ୍ରାକର JioTag Go ଲଞ୍ଚ କରିଛି । ଏହା ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନକୁ ସପୋର୍ଟ କରୁଥିବା ବେଳେ ଗୁଗଲ୍‌ର Find My Device ନେଟୱର୍କ ବ୍ୟବହାର କରିପାରିବ ।

JioTag Go
India's first Bluetooth Tracker 'JioTag Go' (Credit- Reliance Jio)

By ETV Bharat Tech Team

Published : Dec 19, 2024, 4:16 PM IST

ହାଇଦ୍ରାବାଦ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ବୁଧବାର ନୂଆ ଜିଓ ଟ୍ୟାଗ୍‌ ଗୋ (JioTag Go) ଲଞ୍ଚ କରିଛି । ଏହା ଭାରତର ପ୍ରଥମ ଆଣ୍ଡ୍ରଏଡ୍‌ ଟ୍ରାକର ବୋଲି କୁହାଯାଉଛି, ଯାହାକି ଗୁଗଲ୍‌ର ଫାଇଣ୍ଡ ମାଇଁ ଡିଭାଇସ ନେଟୱର୍କକୁ ସପୋର୍ଟ କରିଥାଏ । Find My Device ଆପ୍‌କୁ ବ୍ୟବହାର କରି ୟୁଜର ସେମାନଙ୍କ ଜିଓ ଟ୍ୟାଗ୍‌ ଗୋ'କୁ ଖୋଜି ପାଇପାରିବେ ଅର୍ଥାତ ଟ୍ୟାଗ୍‌ ସହିତ ଯୋଡ଼ି ହୋଇ ରହିଥିବା ଜିନିଷ ଯେପରିକି ଚାବି ଓ ପର୍ସ ଆଦି ପାଇପାରିବେ ।

ଅନେକ ସମୟରେ ଆମେ କାର୍ଯ୍ୟ ବ୍ୟସ୍ତତା ହେଉ କି ଅନ୍ୟମନସ୍କ ଭାବେ ଅନେକ ଜିନିଷକୁ କୌଣସି ସ୍ଥାନରେ ଛାଡ଼ି ଦେଇଥାଉ । ଉକ୍ତ ଜିନିଷଟି ଦରକାର ପଡ଼ିଲେ ତାକୁ ଖୋଜି ଖୋଜି ନାକେଦମ ହେଉ । ବିଶେଷ କରି ଚାବି, ପର୍ସ, ଟିଭି ରିମୋଟ ଆଦି ହଜିଯାଏ । ଆକାରରେ ଛୋଟ ସାଙ୍ଗକୁ ଏହା ଖୋଜିବା ମଧ୍ୟ ମୁସ୍କିଲ ହୋଇପଡ଼େ । କିନ୍ତୁ ଆପଣ JioTag Goକୁ ବ୍ୟବହାର କରି ଏହାକୁ ସହଜରେ ପାଇପାରିବେ । ଟ୍ୟାଗ୍‌କୁ ଉକ୍ତ ଜିନିଷରେ ଲଗାଇଦେଲେ ଫାଇଣ୍ଡ ମାଇଁ ଡିଭାଇସ ସାହାଯ୍ୟରେ ଏହା ସହଜରେ ମିଳିଯିବ ।

ଉପକୃତ ହେବେ ଆଣ୍ଡ୍ରଏଡ୍‌ ୟୁଜର:-

JioTag Go ଟ୍ରାକର କେବଳ ଆଣ୍ଡ୍ରଏଡ୍ ଫୋନକୁ ସମର୍ଥନ କରେ ଏବଂ ଆପଲ୍ ଆଇଫୋନକୁ ସମର୍ଥନ କରେ ନାହିଁ । ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ କମ୍ପାନୀ କିଛି ସମୟ ପୂର୍ବରୁ JioTag Air ଲଞ୍ଚ କରିଥିଲା । ସେହି ଡିଭାଇସ JioTag Go ଭଳି ସମାନ ଫିଚର ସହିତ ଆସିଛି ଏବଂ ଆପଲ୍‌ର Find My networkକୁ ସମର୍ଥନ କରେ । ସୂଚନା ଥାଉ କି JioTag Airର ମୂଲ୍ୟ ମଧ୍ୟ 1,499 ଟଙ୍କା ।

JioTag Go: ଦାମ ଓ କେଉଁଠୁ କିଣିବେ

  • ଭାରତରେ JioTag Goର ଦାମ Rs 1,499 ରହିଛି ।
  • ଏହାକୁ ଆପଣ ଆମାଜନ, ଜିଓମାର୍ଟ ଇ-ଷ୍ଟୋର, ରିଲାଏନ୍ସ ଡିଜିଟାଲ ଓ My Jio ଷ୍ଟୋରକୁ କିଣିପାରିବେ ।
  • ଏହି ନୂଆ ବ୍ଲୁଟୁଥ ଟ୍ରାକର ମାର୍କେଟରେ 4ଟି ରଙ୍ଗ- ଧଳା, କଳା, କମଳା ଓ ହଳଦିଆ ରଙ୍ଗରେ ଉପଲବ୍ଧ ।

JioTag Go: ଫିଚର

ଜିଓ ଟ୍ୟାଗ୍‌ ଗୋ ହେଉଛି ଏକ କମ୍ପାକ୍ଟ ବ୍ଲୁଟୁଥ୍-ସକ୍ଷମ ଟ୍ରାକର ଯେଉଁଥିରେ ଲକ୍ଷ ଲକ୍ଷ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରକାରୀଙ୍କ ସହିତ ଏକ ନେଟୱାର୍କ କଭରେଜ ଅଛି । ଏହା ବିଭିନ୍ନ ଦେଶରେ କାମ କରିପାରେ । କୌଣସି ସିମ୍ କାର୍ଡ କିମ୍ବା ଡାଟା ପ୍ୟାକ୍‌ର ଆବଶ୍ୟକତା ବିନା ଟ୍ରାକର୍ ଏହାର ସେମି-ରିଅଲ୍-ଟାଇମ୍ ଅବସ୍ଥାନ ଦେଖାଇପାରେ । ବ୍ଲୁଟୁଥ୍-ସକ୍ଷମ JioTag Go ଏକ C2032 ବ୍ୟାଟେରୀ ଦ୍ବାରା ପରିଚାଳିତ ଯାହା 1 ବର୍ଷ ପର୍ଯ୍ୟନ୍ତ ଚାଲିଥାଏ । JioTag Go ଆଣ୍ଡ୍ରଏଡ୍ 9 କିମ୍ବା ତଦୁର୍ଦ୍ଧ ଚାଲୁଥିବା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନକୁ ସମର୍ଥନ କରେ ।

କେମିତି କରିବେ ବ୍ୟବହାର ?

ଆପଣ JioTag Goର ସେଟଅପ୍‌ କରିବା ଲାଗି ନିମ୍ନଲିଖିତ ଷ୍ଟେପକୁ ଅନୁସରଣ କରନ୍ତୁ:

  • Step 1:ଆପଣଙ୍କର ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଗୁଗୁଲ୍ ପ୍ଲେ ଷ୍ଟୋରରୁ Google Find My Device ଆପ୍‌ ଇନଷ୍ଟଲ କରନ୍ତୁ ।
  • Step 2: ଆପଣଙ୍କ ଫୋନ ନିକଟରେ JioTag Go ଟର୍ଣ୍ଣ ଅନ୍ କରନ୍ତୁ ଏବଂ ସ୍କ୍ରିନରେ ଫାଷ୍ଟପେୟାର ପପଅପ୍ ଦେଖାଯିବା ପରେ 'କନେକ୍ଟ' ଉପରେ ଟ୍ୟାପ୍ କରନ୍ତୁ ।
  • Step 3:ଅନ୍-ସ୍କ୍ରିନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ, ବ୍ୟବହାର ସର୍ତ୍ତାବଳୀ ପଢନ୍ତୁ ଏବଂ ଯଦି ଆପଣ ସର୍ତ୍ତାବାଳୀରେ ରାଜି ତେବେ 'Agree and continue' ଉପରେ କ୍ଲିକ କରନ୍ତୁ ।
  • Step 4: 'Done' ଉପରେ ଟ୍ୟାପ୍ କରନ୍ତୁ । ଏହାପରେ ଆପଣ Google Find My Device ଆପ୍‌ ବ୍ୟବହାର କରି ନିଜର JioTag Goକୁ ଖୋଜିପାରିବେ ।
ଏହା ବି ପଢନ୍ତୁ
Jio ଆଣିଲା ନୂଆବର୍ଷ ଉପହାର; ₹2025 ଟଙ୍କାରେ 200ଦିନିଆ ପ୍ଲାନ

ABOUT THE AUTHOR

...view details